ମଦ ପିଇ ବେପରୁଆ ଭାବେ ବସ ଚଲାଉଥିଲା ଡ୍ରାଇଭର; ମାଡ଼ି ବସିଲା ପୋଲିସ

ମଦ୍ୟପାନ କରି କଟକରୁ ତାଳଚେର ଅଭିମୁଖେ ବସ ଚଳାଇ ଯାଉଥିଲା ଡ୍ରାଇଭର। ବେପରୁଆ ଗାଡ଼ିଚାଳନା ଅଭିଯୋଗ ପାଇବା ପରେ ଅଧାବାଟରେ ମାଡ଼ି ବସିଲା ପୋଲିସ।

ଅଟକ ଡ୍ରାଇଭର

ଅଟକ ଡ୍ରାଇଭର

  • Share this:
News18 Odia Digital

ଢେଙ୍କାନାଳ: ମଦ୍ୟପାନ କରି କଟକରୁ ତାଳଚେର ଅଭିମୁଖେ ବସ ଚଳାଇ ଯାଉଥିଲା ଡ୍ରାଇଭର। ବେପରୁଆ ଗାଡ଼ିଚାଳନା ଅଭିଯୋଗ ପାଇବା ପରେ ଅଧାବାଟରେ ମାଡ଼ି ବସିଲା ପୋଲିସ।

ମଦ୍ୟପାନ କରି ଯାତ୍ରୀ ବାହି ବସ ଚଲାଇବା ଡ୍ରାଇଭର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ କଟକରୁ ତାଳଚେର ଅଭିମୁଖେ ଯାତ୍ରୀ ନେଇ ଯାଉଥିବା ସମୟରେ ନାୟକ ନାମକ ଏକ ବସକୁ ଅଟକାଇଥିଲା ଢେଙ୍କାନାଳ ଟାଉନଥାନା ପୋଲିସ। ଡ୍ରାଇଭର ଜଣଙ୍କ ପ୍ରଚୁର ମଦ ପିଇ ଗାଡ଼ି ଚଳାଉଥିବା ପୂର୍ବରୁ ଫୋନ ଯୋଗେ ଖବର ପାଇଥିଲା ପୋଲିସ।ଢେଙ୍କାନାଳ ବସଷ୍ଟାଣ୍ଡରେ ଗାଡି ପହଞ୍ଚିବା ପୁର୍ବରୁ ଅଧାବାଟରେ ବସକୁ ଅଟକାଇ ଦେଇଥିଲେ କିଛି ପୋଲିସ କର୍ମଚାରୀ।

ମଦ୍ୟପ ଡ୍ରାଇଭର ପାଟିରେ ଆନାଲାଇଜର ମେସିନ ପୁରାଇବା ପରେ ୭୨% ଆଲକୋହଲ ଥିବା ଜଣାପଡିଥିଲା। ପରେ ବସରେ ଥିବା ୪୦ରୁ ଉର୍ଦ୍ଧ୍ବ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ମାଧ୍ୟମରେ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା।ଡ୍ରାଇଭର ଜଣଙ୍କ ଢେଙ୍କାନାଳ ସଦରଥାନା ଗୋବିନ୍ଦପୁର ଗାଁର ଲିପୁନ ସ୍ୱାଇଁ  ବୋଲି ଜଣାପଡିଛି।

ବସ ଡ୍ରାଇଭର କଟକରୁ ବସ ନେଇ ଆସୁଥିବା ସମୟରେ ବେପରୁଆ ଗାଡି ଚାଳନା ନେଇ ପୋଲିସ ପାଇଥିବା ଅଭିଯୋଗକୁ ମାନି ନଥିଲା। ଫଳରେ ଟାଉନଥାନା ପୋଲିସ ଡ୍ରାଇଭରକୁ ଥାନାକୁ ନେଇ ଅଧିକ ପଚରାଉଚରା କରିଥିଲା। ଡ୍ରାଇଭରମାନଙ୍କୁ ସବୁବେଳେ ଚେକିଂ କରିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି କହିଛନ୍ତି ଢେଙ୍କାନାଳ ବୁଦ୍ଧିଜୀବୀ ମହଲ।

"କଟକରୁ ବାହାରି ଢେଙ୍କାନାଳ ଦେଇ ତାଳଚେର ଯାଉଥିବା ନାୟକ ବସ ଗାଡି ନମ୍ବର (OD-04-H-0045) କୁ ଜବତ କରାଯିବା ସହିତ ମଦ୍ୟପ ଡ୍ରାଇଭରକୁ ଅଟକରଖି ଅଧିକ ତଦନ୍ତ କରାଯାଉଛି,"କହିଛନ୍ତି ଟାଉନଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର।
Published by:Soumya Das
First published: