ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ; ୪ ଗିରଫ

ଖୋର୍ଦ୍ଧା ବରୁଣେଇ ଛକ ନିକଟରୁ ୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ୪ଜଣଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା ।

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି (ପ୍ରତୀକାତ୍ମକ ଛବି)

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ଛକ ନିକଟରୁ ୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜଳେଶ୍ବରରୁ ଆଣି ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ବେପାର କରିବା ପାଇଁ ଯୋଜନା କରିଥିବା ବେଳେ ରେଡ଼ କରି ୧ କିଲୋ ୩୦ଗ୍ରାମ ବ୍ରାଉନ ସୁଗାର ହେବା ସହ ୪ଜଣଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ଚଢ଼ାଉ ବେଳେ ମାଷ୍ଟରମାଇଣ୍ଡ ଫେରାର ଥିବା ଜଣା ପଡ଼ିଛି ।

ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ରାକେଶ ବାରିକ, ବିରଞ୍ଚି ନାରାୟଣ ସାହୁ, ଜଗବନ୍ଧୁ ବିଶ୍ୱାଳ ଓ ସଂନ୍ତୋଷ ରାଉତରାୟ । ସମସ୍ତଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣା ପଡ଼ିଛି ।  ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ଏସଟିଏଫ ।

"ଅଭିଯୁକ୍ତମାନେ ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ଡ୍ରଗ୍ସ କାରାବର କରିବାରେ ଓସ୍ତାଦ ଥିଲେ । ଶନିବାର ବରୁଣେଇ ଛକ ନିକଟରେ କାରାବର କରୁଥିବା ବେଳେ ଚଢ଼ାଉ କରି ୧କିଲୋ ୩୦ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗର ଜଳେଶ୍ବରରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଗିରଫ ୪ ଅଭିଯୁକ୍ତ ନାମରେ ଏକାଧିକ ମାମଲା ରହିଛି । ଦୀର୍ଘଦିନ ଧରି ରାଜ୍ୟକୁ ଏହି ଗ୍ୟାଙ୍ଗ ବ୍ରାଉନ ସୁଗାର ଚୋରା ଚାଲାଣ କରୁଥିଲେ," କହିଛନ୍ତି ଏସ.ଟି.ଏଫ ଡ଼ି.ଏସ.ପି ଏସ.ଏନ ରଥ ।

ସୂଚନାଯୋଗ୍ୟ, ରାଜ୍ୟରୁ ଡ୍ରଗ୍ସ କାରାବର ରୋକିବା ପାଇଁ ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା ଅପରେସନ ବ୍ରାଉନ ସୁଗାର।  ଏବେ ସୁଦ୍ଧା ରାଜ୍ୟରୁ ୫୫କିଲୋ ବ୍ରାଉନ ସୁଗାର,୨୦୨ଗ୍ରାମ କୋକେନ୍ , ୧୧୧କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ୧୫୭ଜଣ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ମାଫିଆ ମାନଙ୍କ ମଧ୍ୟରେ ଅନେକଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିବା ବେଳେ ଆଉ କିଛି ଅଭିଯୁକ୍ତଙ୍କୁ ମୋଷ୍ଟ ୱାନଟେଡ଼ ଘୋଷଣା କରାଯାଇଛି ।
Published by:Soumya Das
First published: