କଟକ ନାବାଳିକା ଗଣଦୁଷ୍କର୍ମ: ଅଭିଯୁକ୍ତ ରାକା ଗିରଫ ହେଲା; ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଫେରାର୍ ଅଛି

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଅଭିଯୁକ୍ତ ରାକାର ସେହି ଚିକେନ ସେଣ୍ଟର ଓ ସେହି କୁଡ଼ିଆ ଘରକୁ ରାତିରେ ଅଧିକ ଲୋକ ଆସୁଥିଲେ । କିଛି ଯୁବତୀଙ୍କୁ ବି ସେଠି ଦେଖିବାକୁ ମିଳୁଥିଲା ବୋଲି ଲୋକେ କହିବା ପରେ ପୋଲିସ ସେଠାରେ ସେକ୍ସ ରାକେଟ ଚାଲିଥିବା ସନ୍ଦେହ କରୁଛି ।

କଟକ ନାବାଳିକା ଗଣଦୁଷ୍କର୍ମ: ଅଭିଯୁକ୍ତ ରାକା ଗିରଫ ହେଲା; ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଫେରାର୍ ଅଛି
ଅଭିଯୁକ୍ତ ରାକାର ଚିକେନ୍ ସେଣ୍ଟର୍
  • News18 Odia
  • Last Updated: October 14, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ଗତିରାଉତପାଟଣା ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଅନ୍ୟତମ ଅଭିଯୁକ୍ତ “ରାକା”କୁ ଗରିଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେହେରାକୁ ଧରିବା ପାଇଁ କମିଶନରଟରେ ପୋଲିସ କଟକ ସହର ସମେତ ଆଖପାଖର ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି ।

ଗଣଦୁଷ୍କର୍ମ ନେଇ ଥାନାରେ ମାମଲା ରୁଜୁ କରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଗତିରାଉତପାଟଣାରେ ଅଞ୍ଚଳରେ ଚଢ଼ାଉ କରି ପୋଲିସ ରାକାକୁ ଗିରଫ କରିବାରେ ସଫଳ ହୋଇଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେହେରା ଫେରାର ହୋଇଯାଇଥିବାରୁ ତାକୁ ବୁଧବାର ରାତି ସୁଦ୍ଧା ଗିରଫ କରାଯାଇପାରି ନ ଥିଲା । ସନ୍ତୋଷକୁ ଧରିବା ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ ଲାଗିଥିବା ଚାଉଳିଆଗଞ୍ଜ ଥାନା ପକ୍ଷରୁ କୁହାଯାଇଛି ।

“ଜଣେ ନାବାଳିକାଙ୍କୁ ଗତିରାଉତ ପାଟଣାର ଏକ ଚିକେନ ସେଣ୍ଟରରେ ଦୁଷ୍କର୍ମ କରାଯିବା ଓ ଦୁଷ୍କର୍ମ ସମୟରେ ତାଙ୍କର ଭିଡ଼ିଓ ଉଠାଯାଇଥିବା ନେଇ ଆମ ପାଖରେ ଏତାଲା ପହଞ୍ଚିଥିଲା । ଏ ସମ୍ପର୍କରେ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ଦାୟର କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ଗୋଟିଏ ଟିମ ଗଠନ କରାଯାଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଧରାଯାଇଛି । ଫେରାର ଥିବା ଆଉ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ କରାଯାଉଛି,” କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ପୋଲିସ ନଜରରେ ଏ ସବୁ କେମିତି ପଡ଼ି ନ ଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।


ସିଆରପିସିର ଦଫା ୧୬୧ରେ ପୀଡ଼ିତା ନାବାଳିକାଙ୍କର ବୟାନ ରେକର୍ଡ଼ କରାଯିବା ପରେ ଦଫା ୧୬୪ ଅନୁଯାୟୀ ଜଣେ ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କ ବୟାନ ରେକର୍ଡ଼ କରାଯାଇଛି । ଉଭୟ ବୟାନରେ ପୀଡିତା ସମାନ କଥା ହିଁ କହିଛନ୍ତି । ବୟାନ ରେକର୍ଡ଼ କରାଯିବା ପରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ଏହାର ରିପୋର୍ଟ ଗୁରୁବାର ସୁଦ୍ଧା ପୋଲିସର ହସ୍ତଗତ ହେବ ବୋଲି ଜଣା ପଡ଼ିଛି ।

ଏହି ଘଟଣା ପରେ ଗତିରାଉତପାଟଣାରେ ଥିବା ସେହି ଚିକେନ ସେଣ୍ଟର ଓ ଏହାର ପଛ ପଟେ ଥିବା ଏକ କୁଡ଼ିଆ ଘର ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ଚିକେନ ସେଣ୍ଟରଟି କଟକ-ପାରାଦୀପ ୫୫ ନମ୍ବର ଜାତୀୟ ରାଜପଥକୁ ଲାଗି କରିଥିବା ବେଳେ ଏହାର ପଛ ପଟ ଦେଇ ଯାଇଥିବା ତାଳଦଣ୍ଡା କେନାଲର ବନ୍ଧ ଉପରେ ଥିବା କୁଡ଼ିଆ ଘରଟି ଏକ ବଣ ବୁଦା ପରିପୂର୍ଣ୍ଣ ସ୍ଥାନରେ ରହିଛି । ସେଠାରେ ନାବାଳାକାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିବାରେ ସେହି ସ୍ଥାନରେ ଚାଲୁଥିବା ଆପତ୍ତିଜନକ କାର୍ଯ୍ୟକଳାପ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ କିଛି ଚାଞ୍ଚଲ୍ୟକର ସୂଚନା ମିଳିଛି ।

ଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଚିକେନ ସେଣ୍ଟରଟି ଅଭିଯୁକ୍ତ ରାକାର ଓ ସେହି କୁଡ଼ିଆ ଘରଟିକୁ ମଧ୍ୟ ରାକା ହିଁ ତିଆରି କରିଥିଲା । ସେଠାରେ ଦିନ ବେଳା ଲୋକ ଯିବା ଆସିବା କରନ୍ତି କିନ୍ତୁ ରାତି ବେଳେ ଅଧିକ ଲୋକ ଆସନ୍ତି । ସେଠିକୁ ଆସୁଥବା ଲୋକଙ୍କ ମଧ୍ୟରେ ସମସ୍ତେ ଯୁବ ଗୋଷ୍ଠିର ଏବଂ ଏମାନେ ସହରର ବିଭିନ୍ନ ଅଞ୍ଚଳରୁ ଆସନ୍ତି । ଅନେକ ସମୟରେ କିଛି ଯୁବତୀଙ୍କୁ ସେଠାରେ ଦେଖିବାକୁ ମିଳେ ବୋଲି ଲୋକେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

“ଗୁଡାଏ ଦିନ ହେଲାଣି ରାକା ଏଠି ଏହି ଚିକେନ ସେଣ୍ଟର କରିଛି । ଦିନ ରାତି ସବୁ ବେଳେ ଏଠି ଆଖଡ଼ା ଚାଲେ । ପଲିଥିନ ଟଣା ଘରେ ରାକାର ସାଙ୍ଗମାନେ ଖଟି କରନ୍ତି । ଏଠିକାର ପିଲା ଏଠିକି କମ୍‌ ଆସନ୍ତି, ହେଲେ ବାହାର ପିଲା ଏଠି ଆସି ମେଳି କରନ୍ତି । ସେଠି ନିଶା କାରବାର ହୁଏ ବୋଲି ଆମେ ଜାଣୁଥିଲୁ । ଅନେକ ସମୟରେ ଅଜଣା ଝିଅ ବି ସେଠିକୁ ଯିବା ଆସିବା କରନ୍ତି । ସେଥି ପାଇଁ ସେକ୍ସ ରାକେଟ ବି ଚାଲୁଥିବ ବୋଲି ସନ୍ଦେହ ହେଉଛି,” କହିଛନ୍ତି ଗତିରାଉତପାଟଣା ବାସିନ୍ଦା ବାସୁଦେବ ଜେନା ।



କୁଡ଼ିଆଟି ଏକ ପରିତ୍ୟକ୍ତ ସ୍ଥାନରେ ଥିଲେ ବି ଅପହଞ୍ଚ ଦୂରତାରେ ନ ଥିଲା । ଚିକେନ ସେଣ୍ଟରଟି ରାସ୍ତା କଡରେ ଥିଲା ଏବଂ ଏହାର ଆଖପାଖରେ ଅନେକ ଘର ବି ଥିଲା । ତେଣୁ ଜଣେ ଅଚିହ୍ନା ଝିଅ ସେଠାରେ ୨୨ ଦିନ ରହିବା, ସେଠାରେ ନିଶା କାରବାର ଚାଲିବା, ଅସାମାଜିକ ତତ୍ତ୍ୱଙ୍କ ଭିଡ଼ ଜମିବା ଓ ଯୁବତୀମାନେ ଆସିବା ଭଳି ଅନେକ ଘଟଣା ଘଟୁଥିଲେ ମଧ୍ୟ ସବୁ ଜାଣି ଶୁଣି ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦ କରୁ ନ ଥିଲେ କାହିଁକି ଓ ପୋଲିସ ନଜରରେ ଏ ସବୁ କେମିତି ପଡ଼ି ନ ଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।
Published by: Anand Shankar Thankur Das
First published: October 14, 2020, 11:49 PM IST
corona virus btn
corona virus btn
Loading