ମଉଳୁଛି ବିଧାନ ପରିଷଦ ଆଶା; ପୁଣି ଥରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ତୁ ତୁ ମେଁ ମେଁ

ବିଜେପି କହିଛି ଚିଠି ଲେଖି ସରକାର ପକେଟରେ ରଖନ୍ତି ମିଡ଼ିଆରେ ଚିଠି ପଠାଯାଇଥିବା କହିଥାନ୍ତି। ଏଭଳି ମିଛ କହିଥାନ୍ତି ସରକାର। ବିଜେଡି କହିଛି କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ଆଶ୍ଚର୍ଯ୍ୟ କରୁଛି।

ଉଳୁଛି ବିଧାନ ପରିଷଦ ଆଶା

ଉଳୁଛି ବିଧାନ ପରିଷଦ ଆଶା

  • Share this:
News18 Odia Digital

ଭୁବନେଶ୍ବର: ଵିଧାନ ପରିଷଦ ସମ୍ପର୍କିତ ସଂକଳ୍ପ ପ୍ରସ୍ତାବ ରାଜ୍ୟ ସରକାର କେନ୍ଦ୍ର ପାଖକୁ ପଠାଇନାହାଁନ୍ତି। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ରେକର୍ଡ ଅନୁସାରେ ଏଭଳି କୌଣସି ସଂକଳ୍ପ କେନ୍ଦ୍ର ସରକାରଙ୍କୁ ମିଳିନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି। ବାଚସ୍ପତି କହିଛନ୍ତି ଯେ କେନ୍ଦ୍ର ସରକାର ଚାରି ଚାରିଟି ବିଭାଗକୁ ପଠାଯାଇଛି। ବିଜେପି କହିଛି ଚିଠି ଲେଖି ସରକାର ପକେଟରେ ରଖନ୍ତି ମିଡ଼ିଆରେ ଚିଠି ପଠାଯାଇଥିବା କହିଥାନ୍ତି। ଏଭଳି ମିଛ କହିଥାନ୍ତି ସରକାର। ବିଜେଡି କହିଛି କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ଆଶ୍ଚର୍ଯ୍ୟ କରୁଛି।

କଂଗ୍ରେସ ବିଧାୟକ ନରସିଂହ କହିଛନ୍ତି ଯେ ଉଭୟ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। କିଏ ସତ କହୁଛି କହି ହେବନାହିଁ।

ବିଧାନ ପରିଷଦ ନେଇ କିଏ ସତ କହୁଛି କେନ୍ଦ୍ର ନା ରାଜ୍ୟ। ରାଜ୍ୟ ସରକାର ପରିଷଦ ଜନତି ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଇଛନ୍ତି ତ? ରାଜ୍ୟ ସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଲିଖିତ ଉତ୍ତରରେ ଆଇନ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ମିଳିନାହିଁ। ମନ୍ତ୍ରୀଙ୍କ ଏଭଳି ଉତ୍ତର ବହୁ ଆଡମ୍ବରରେ ଲଘୁକ୍ରିୟା ସଦୃଶ୍ୟ।

ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୁକ୍ରବାର ଏହି ମାମଲାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ରେ ଏହି ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଯାଇଛି। ସେକେଟରୀ ରାଜ୍ୟ ସଭା ଓ ସେକେଟରୀ ଲୋକ ସଭା ସମେତ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରାଳୟକୁ ପଠାଯାଇଛି। କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁଙ୍କ ଉତ୍ତର ରାଜ୍ୟବାସୀଙ୍କ ମନରେ ରାଜ୍ୟ ସରକାରଙ୍କ ମନରେ ଭୟଙ୍କର ସନ୍ଦେହ ସୃଷ୍ଟି କରିଛି। ଓଡ଼ିଶା ଲୋକ, ଓଡ଼ିଶା ସରକାର ଓ ବିଧାନସଭାକୁ ଏହା ଚକିତ କରୁଛି।

ଓଡ଼ିଶାରେ ବିଧାନ ପରିଷଦ ପାଇଁ ୨୦୧୫ରୁ ଚେଷ୍ଟା ଚାଲିଛି। ଏଥିପାଇଁ ଏକ କମିଟି ଗଠନ ହୋଇଥିଲା ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ୨୦୧୫ ଜାନୁଆରୀ ୧୯ରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର, ତେଲେଙ୍ଗାନା ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା କମିଟି। ୨୦୧୮ ସେପ୍ଟେମ୍ବର ୬ରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା। ଏହାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇ ଥିବାବେଳେ ଦୁଇ ଦଳକୁ କଂଗ୍ରେସ ତୀର ମାରିଛି।

ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, ‘‘ବିଧାନସଭାକୁ ମୁଖ୍ୟ ମନ୍ତ୍ରୀ ଯାଉ ନାହାଁନ୍ତି। ବିଧାନ ପରିଷଦକୁ କିଏ ଯିବ ସ୍ଥିର କରନ୍ତୁ। ରାଜ୍ୟ ସରକାର ଏମିତି ଅନେକ ଚିଠି ଲେଖନ୍ତି ଓ ଏହାକୁ ପକେଟରେ ରଖନ୍ତି। ଆଉ ମିଡ଼ିଆକୁ ଦେଖାନ୍ତି। ହେଲେ ସେ ଚିଠି କେନ୍ଦ୍ର ସରକାରଙ୍କ ପାଖକୁ ପହଞ୍ଚି ପାରେନାହିଁ। ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ କଂଗ୍ରେସ ଦଳ ନେତା ନୃସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ସରକାର ଗୋଟିଏ ମୁଦ୍ରାରୁ ଦୁଇ ପାର୍ଶ୍ୱ। ଦହେଁ ସରକାରଙ୍କ ମଧୁର ସମ୍ପର୍କ ଭିତରେ କିଏ ସତ କହୁଛି କିଏ ମିଛ କହୁଛି ଜାଣିବା କଷ୍ଟକର।’’

ବିଜେଡି ସାଂସଦ ମୁନା ଖାଁ କହିଛନ୍ତି, ‘‘୨୦୧୮ ସେପ୍ଟେମ୍ବର ମାସରୁ ରାଜ୍ୟ ସରକାର ସଂକଳ୍ପ ପଠେଇ ସାରିଛନ୍ତି। ପୂର୍ବରୁ ମଧ୍ୟ ସଂସଦରେ ଏ ପ୍ରସ୍ତାବ ଉଠା ଯାଇଛି। କେନ୍ଦ୍ର ମନ୍ତ୍ରୀ ଏବେ ମନା କରିବା ଆଶ୍ଚର୍ଯ୍ୟ ଲାଗୁଛି। ସାଂସଦରେ ପ୍ରଶ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ କେନ୍ଦ୍ର ମନ୍ତ୍ରୀ ପ୍ରସ୍ତାବ ପାଇ ନଥିବା କହିଥିଲେ। ସମ୍ବିଧାନର ଧାରା ୧୭୧(୧) ଅନୁଯାୟୀ ବିଧାନ ପରିଷଦର ସଦସ୍ୟଙ୍କ ସଂଖ୍ୟା ସେହି ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ। ଏହି ଆଧାରରେ ଓଡ଼ିଶା ବିଧାନ ପରିଷଦ ସଦସ୍ୟଙ୍କ ସଂଖ୍ୟା ୪୯ ହେବାକୁ ଥିବାବେଳେ ଏହା ଭୁବନେଶ୍ବର ସ୍ଥିତ ପୁରୁଣା ବିଧାନସଭା ବିଲ୍‌ ପରିସରରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥି ପାଇଁ ବାର୍ଷିକ ୩୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।’’
Published by:Lipina Das
First published: