ନବ ବର୍ଷ ପାଇଁ ନବବଧୂ ପରି ସଜେଇ ହୋଇଛି ଶ୍ରୀକ୍ଷେତ୍ର; ଭକ୍ତଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

ନୂଆ ବର୍ଷ ଦିନରେ ପୁରୀରେ ବହୁ ପର୍ଯ୍ୟଟକଙ୍କ ସମାଗମ ହେବାକୁ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କରାଯାଇଛି ଅତ୍ୟାଧୁନିକ ସେଡ; ସେଥିରେ ରହିଛି ପାଦ ଧୁଆ ବ୍ୟବସ୍ଥା । ମାର୍କେଟ ଛକରୁ ପାଦଚ଼ଲା ରାସ୍ତାରେ ଆସିବା ପାଇଁ ତିନି ଥାକିଆ ଟ୍ରାଫିକ କରିଡର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ସେଡର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ନବ ବର୍ଷ ପାଇଁ ନବବଧୂ ପରି ସଜେଇ ହୋଇଛି ଶ୍ରୀକ୍ଷେତ୍ର; ଭକ୍ତଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା
ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସ୍ତୁତ ଅତ୍ୟାଧୁନିକ ସେଡ୍
  • News18 Odia
  • Last Updated: December 31, 2019, 10:18 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ଶୁଭ ଆରମ୍ଭ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳଙ୍କୁ ପ୍ରବଳ ଆଗମନକୁ ଆଖି ଆଗରେ ରଖି ପ୍ରସ୍ତୁତ ହୋଇଛି ଶ୍ରୀକ୍ଷେତ୍ର । ଭକ୍ତମାନେ ମାର୍କେଟ ଛକଠାରୁ ସ୍ୱତନ୍ତ୍ର ବ୍ୟାରିକେଡରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ । ଶ୍ରୀନଅର ଠାରୁ ନୂଆ ବ୍ୟାରିକେଡରେ ଯାଇ ସେଥିରେ ପାଦଧୁଆ ବ୍ୟବସ୍ଥାରେ ପାଦ ଧୋଇ ଶ୍ରୀମନ୍ଦିରକୁ ଯିବେ ।

ଭିଭିଆଇପି ଓ ଭିଆଇପି ଗାଡିକୁ ମାର୍କେଟ ଛକ ଠାରୁ ବନ୍ଦ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏଥର ୬୦ ପ୍ଲାଟୁନ ଫୋର୍ସ ମୁତୟନ ସହ ବ୍ୟାପକ ପୁଲିସ ନିୟୋଜିତ ହୋଇଛନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଦେଖି ଦର୍ଶନ ବ୍ୟବସ୍ଥା ସହ ନୀତି କାନ୍ତି ଶୃଙ୍ଖଳିତ କରିବା ପାଇଁ ସେବାୟତ ନିଯୋଗ ପକ୍ଷରୁ ସମସ୍ତ ସହଯୋଗ କରାଯାଇଛି । ଭକ୍ତମାନଙ୍କ ପାଇଁ ନିର୍ମିତ ନୂତନ ସେଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ପୁରୀରେ କିପିରି ରହିଛି ବ୍ୟବସ୍ଥା

ମାର୍କେଟ ଛକରୁ ଶ୍ରଦ୍ଧାଳୁମାନେ ପାଦଚଲା ରାସ୍ତାରେ ଆସିବା ପାଇଁ ତିନି ଥାକିଆ ଟ୍ରାଫିକ କରିଡର କରାଯାଇଛି । "ଶ୍ରୀମନ୍ଦିରରେ ଡିସେମ୍ବର ୩୧ରୁ ନୀତିକାନ୍ତି ସଅଳ ଓ ଶୃଙ୍ଖଳିତ ହେବ । ନୀତି ଶୃଙ୍ଖଳିତ ହେବାପରେ ରାତି ସାଢେ ୯ଟାରୁ ୧୦ଟା ଭିତରେ ବଡ ସିଂହାର ବେଶ ହୋଇ ପହୁଡ କରାଯିବ । ଜାନୁଆରୀ ୧ ତାରିଖ ମଧ୍ୟରାତ୍ର ଗୋଟାଏରେ ଶ୍ରୀମନ୍ଦିର ଦ୍ୱାରଫିଟା ପରେ ଚାଲିବ ଦର୍ଶନ ବ୍ୟବସ୍ଥା । ଦିନ ୧୧ ଟା ସୁଦ୍ଧା ମହାପ୍ରସାଦ ବାହାରିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ନୀତି ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପକ୍ଷରୁ ସମସ୍ତ ସହଯୋଗ କରାଯିବ "ବୋଲି କହିଛନ୍ତି ଛତିଶା ନିଯୋଗର ମୁଖପାତ୍ର ରଜତ ପ୍ରତିହାରୀ ।

‘‘ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ । ଯଦିଓ ନୂଆବର୍ଷକୁ ନେଇ ସେଭଳି କିଛି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇନାହିଁ । ତେଣୁ କେବଳ ଭକ୍ତଙ୍କ ଗହଳି ଦୃଷ୍ଟିରୁ ୩୧ ତାରିଖ ରାତିରେ ପହୁଡ ଓ ଜାନୁଆରୀ ୧ ରେ ଦ୍ୱାରଫିଟା ନୀତିକୁ ସଅଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି । କେବଳ ଲକ୍ଷାଧିକ ଭକ୍ତମାନେ କିଭଳି ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଏକ ସୁଖଦ ଅନୁଭୁତି ନେଇ ଫେରିବେ,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ।

ଅତ୍ୟାଧୁନିକ ସେଡର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡରେ ଥିବା ପୁରୁଣା ବ୍ୟାରିକେଡକୁ ହଟାଇଦିଆଯାଇ ନୂଆ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ଏପଟେ ନୂଆ ବ୍ୟାରିକେଡକୁ ନୂଆବର୍ଷ ପାଇଁ ପ୍ରସ୍ତୁତ କରାଯାଉଛି । ବଡଦାଣ୍ଡକୁ ଚିତ୍ରିତ କରାଯାଇଥିବା ସହ ଶ୍ରୀମନ୍ଦିର ପ୍ରବେଶ କରୁଥିବା ରାସ୍ତାକୁ ଅତ୍ୟାଧୁନିକ ଚିତ୍ରକଳାରେ ଅଙ୍କା ଯାଇଛି । ସେଠି ଲଗାଯାଇଛି ସୌନ୍ଦର୍ଯ୍ୟପୁର୍ଣ କାରୁକାର୍ଯ୍ୟର ବ୍ୟାରିକେଡ । ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ ଲାଗିଥିବା ଅତ୍ୟାଧୁନିକ ସାଉଣ୍ଡ ସିଷ୍ଟମରେ ଶୁଣିବେ ଭଜନ । ତେବେ ଚଳିତ ବର୍ଷ ଦିବ୍ୟାଙ୍ଗ , ବରିଷ୍ଠ ନାଗରିକ ଓ ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ମାର୍କେଟ ଛକରୁ ଏମାନଙ୍କ ଦର୍ଶନ ପାଇଁ ରହିବ ସ୍ୱତନ୍ତ୍ର ଲାଇନ । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ଲାଗି ବ୍ୟାରିକେଡରେ ବସିବା ବ୍ୟବସ୍ଥା କରାଯାଇଛି ଭକ୍ତମାନେ ପାଦଚଲା ରାସ୍ତାରେ ଆସି ସେହି ବ୍ୟାରିକେଡରେ ଅଟୋମେଟିକ ୱାଟର ସାଇକ୍ଲିଂ ବ୍ୟବସ୍ଥାରେ ଗୋଡ ଧୋଇ ମନ୍ଦିରକୁ ପ୍ରବେଶ କରିବେ । ନୂଆବର୍ଷକୁ ପୁରୀରେ ଏଭଳି ବ୍ୟବସ୍ଥାକୁ ବେଶ ସ୍ୱାଗତ କରିଛନ୍ତି ପଶ୍ଚିମବଙ୍ଗରୁ ଆସିଥିବା ଅନୀତା ଗାଗୋଇ ଓ ବମ୍ବେରୁ ଆସିଥିବା ରାନୁ ଭଟ୍ଟାଚାର୍ଯ୍ୟ ।

ମାର୍କେଟ ଛକରୁ ବାମ ପାର୍ସ୍ୱ ରାସ୍ତାରେ ଦିବ୍ୟାଙ୍ଗ , ବରିଷ୍ଠ ନାଗରିକ ଓ ମହିଳାଙ୍କ ପାଇଁ କରାଯାଇଛି । ମଝିରେ କେବଳ ସାଧାରଣ ଦର୍ଶନାର୍ଥୀ ଓ ଭିଆଇପି ଏବଂ ଭିଭିଆଇପି ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ତୃତୀୟ ବା ଡାହାଣ ପାର୍ସ୍ୱରେ କେବଳ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ସମସ୍ତ ଭକ୍ତଙ୍କ ପ୍ରସ୍ଥାନ ଲାଗି ଉଦ୍ଧିଷ୍ଟ ରହିଛି । ଶ୍ରୀନଅର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଜିଗଜାଗ ବ୍ୟାରକେଡ କରାଯାଇଥିବା ବେଳେ ଗହଳିକୁ ଦୃଷ୍ଟିରେ ରଖି ଥାକ ଥାକ କରି ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯିବ ।

ଶ୍ରୀମନ୍ଦିରରେ ସିଂହଦ୍ୱାର ଦେଇ ପ୍ରବେଶ ତିନି ଦ୍ୱାର ଦେଇ ପ୍ରସ୍ଥାନ ବିଶେଷକରି ଉତ୍ତର ଦ୍ୱାର ଦେଇ ଅଧିକ ଭକ୍ତଙ୍କ ପ୍ରସ୍ଥାନକୁ ଦିଆଯାଇଛି ଗୁରୁତ୍ୱ । ମାର୍କେଟ ଛକରୁ ଭକ୍ତଙ୍କୁ ମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯାଇ ମୋବାଇଲ ଚେକିଂର ବ୍ୟବସ୍ଥା କରାଯାଇଛି । ସେହିଠାରେ ବି ମାଗଣା ଜୋତାଷ୍ଟାଣ୍ଡ ଓ ମୋବାଇଲ ଷ୍ଟାଣ୍ଡ ରହିଛି । ପର୍ଯ୍ୟଟକଙ୍କୁ ସହାୟତା ପାଇଁ ୪ଟି ଟୁରିଷ୍ଟ ପୋଲିସ ସହାୟତା କେନ୍ଦ୍ର ସହରରେ ଖୋଲାଯାଇଛି । ପୁରୀ ସମୁଦ୍ରକୁଳ ରାସ୍ତାକୁ ୱାନ ୱେ ବ୍ୟବସ୍ଥା କରାଯାଇଛି । ସହରକୁ ଆସୁଥିବା ୪ ଚକିଆ ଓ ୩ ଚକିଆ ଗାଡିକୁ ମାର୍କେଟ ଛକ କଂପ୍ଲେକ୍ସ ଗ୍ରାଉଣ୍ଡ ଓ ଜଗନ୍ନାଥ ବଲ୍ଲଭରେ ପାର୍କିଂ , ଅଧିକ ହେଲେ ଜେଲ ରୋଡ ତା ପରେ ବଡଶଙ୍ଖରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ପରେ ମାଳତୀପାଟପୁର ଓଭରବ୍ରିଜ ଭାୟା ତୋଷାଳୀ ସ୍ୟାଣ୍ଡ ଦେଇ ତାଳବଣିଆରେ ପାର୍କିଂ କରିପାରିବେ ।

ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏଥି ସହିତ ସମୁଦ୍ରସ୍ନାନକୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟ ୯୦ ଜଣ ଲାଇଫଗାର୍ଡଙ୍କୁ ନିୟୋଜିତ କରାଯିବାର ବ୍ୟବସ୍ଥା ହୋଇଛି । ସମୁଦ୍ରକୁଳରେ ଦିଗବାରେଣୀ ଛକରୁ ସୁ ପ୍ୟାଲେସ ପର୍ଯ୍ୟନ୍ତ ୨ କିଲୋମିଟର ଭିତରେ ଲାଇଫଗାର୍ଡଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କୁ ଡାକବାଜୀ ଯନ୍ତ୍ର , ବାଇନାକୁଲାର , ୱାଚ ଚାୱାରର ବ୍ୟବସ୍ଥା କରାଯାଇଛି । ପୁଣି ଜଳ ସ୍ଥଳ ଓ ଆକାଶପଥରେ ମଧ୍ୟ କଡା ନଜର ରଖାଯାଇଛି ବୋଲି କହିଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ ।
Published by: Anand Shankar Thankur Das
First published: December 31, 2019, 10:18 AM IST
corona virus btn
corona virus btn
Loading