ଆଜି ବିଜୁ ଜୟନ୍ତୀରେ ଗ୍ରାମାଞ୍ଚଳର ହିତାଧିକାରୀଙ୍କୁ ବଣ୍ଟାଯିବ ପକ୍କା ଘର ଯୋଗ୍ୟତା କାର୍ଡ଼

ମାର୍ଚ୍ଚ ୫ରୁ ୧୭ ତାରିଖ ଯାଏ ବିଜେଡ଼ି ଓ ଦଳର ଛାମୁଆ ସଙ୍ଗଠନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ମାଧ୍ୟମରେ ଭୁମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବି ବଣ୍ଟାଯିବ ।

ଆଜି ବିଜୁ ଜୟନ୍ତୀରେ ଗ୍ରାମାଞ୍ଚଳର ହିତାଧିକାରୀଙ୍କୁ ବଣ୍ଟାଯିବ ପକ୍କା ଘର ଯୋଗ୍ୟତା କାର୍ଡ଼
ବିଜୁ ପଟ୍ଟନାୟକ ଓ (ଡାହାଣ) ତାଙ୍କ ପୁତ୍ର ନବୀନ ପଟ୍ଟନାୟକ
  • News18 Odia
  • Last Updated: March 5, 2020, 12:39 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାର୍ଚ୍ଚ ୫ ହେଉଛି ପଞ୍ଚାୟତିରାଜ ଦିବସ ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏ ଥର ଏହି ଅବସର ସହିତ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାରକୁ ୨୦ ବର୍ଷ ପୂରୁଥିବାରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡ଼ି ।

ମାର୍ଚ୍ଚ ୫ରୁ ୧୭ ତାରିଖ ଯାଏ ବିଜେଡ଼ି ଓ ଦଳର ଛାମୁଆ ସଙ୍ଗଠନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହି ଆୟୋଜନ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରିବାକୁ ନେଇ ବିଜେଡ଼ି ନିଷ୍ପତ୍ତି ନେଇଛି । ବିଭିନ୍ନ ସ୍ଥାନରେ ମହିଳା ସମାବେଶ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ ସମ୍ମାନିତ କରାଯିବ । ମହିଳା ସଶକ୍ତିକରଣ ଦିଗରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ନବୀନଙ୍କ ୨୦ ବର୍ଷ ଶାସନ କାଳରେ ମହିଳା ସଶକ୍ତିକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଲୋକଙ୍କୁ ଅବଗତ କରାଯିବ ।

ଏହ ବାଦ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବେ ନେତା ଓ କର୍ମୀ । ଚ଼ଳିତ ଥର ପ୍ରତି ନିର୍ବାଚନ ମଣ୍ଡଳୀରେ ଆୟୋଜନ ହେଉଥିବାରୁ ସମସ୍ତ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନର ସଭାପତିଙ୍କ ଉଦ୍ଧେଶ୍ୟରେ ଏକ ପତ୍ର ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହା ସହ ନବୀନଙ୍କ ନେତୃତ୍ବରେ ସରକାରଙ୍କୁ ୨୦ ବର୍ଷ ପୁରୁଥିବାରୁ ସରକାରୀ ସ୍ତରରେ କଟକରେ ବିଜେଡ଼ି ଏକ ବଡ଼ ଆୟୋଜନ ହାତକୁ ନେଇଛି । ବିଜୁ ଜୟନ୍ତୀ ଅବସରରେ ସରକାରଙ୍କ ପକ୍ଷରୁ ପକ୍କା ଘର ଯୋଗ୍ୟତା କାଡ଼ ବଣ୍ଟନ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହି ଦିନ ଗ୍ରାମାଞ୍ଚଳରେ ଯୋଗ୍ୟ ହୀତାଧିକାରୀଙ୍କୁ ଯୋଗ୍ୟତା କାଡ଼ ବଣ୍ଟନ କାର୍ଯ୍ୟକ୍ରମର ଆରମ୍ଭ କରାଯିବ । ମାର୍ଚ୍ଚ ୫ରୁ ୧୭ ତାରିଖ ଯାଏ ଦୁଇ ସପ୍ତାହବ୍ୟାପୀ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଯୋଗ୍ୟ ହୀତାଧିକାରୀଙ୍କୁ ଯୋଗ୍ୟତା କାର୍ଡ଼ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି ।

ଦଳ ଦ୍ବାରା ପରିଚ଼ାଳିତ  କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ  ନବୀନ ସବୁ କର୍ମକର୍ତ୍ତାଙ୍କ ଉଦ୍ଧେଶ୍ୟରେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି । ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ମନ୍ତ୍ରୀ କିଛି ହିତାଧିକାରୀଙ୍କୁ କାର୍ଡ଼ ବାଣ୍ଟିବାର କାର୍ଯ୍ୟକ୍ରମ କରିଥିବା ବେଳେ ଜିଲ୍ଲା ସ୍ତରରେ ବି କାର୍ଡ଼ ବଣ୍ଟନ କରାଯିବ । ବର୍ତ୍ତମାନ ସୁଦ୍ଧା ବିଜୁ ପକ୍କା ଘର ଓ ଅନ୍ୟ ଗ୍ରାମୀଣ ବାସଗୃହ ଯୋଜନାରେ ୨୫ ଲକ୍ଷ ପକ୍କା ଘର ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ଆଗାମୀ ତିନି ବର୍ଷରେ ସବୁ କଚ୍ଚା ଘରକୁ ପକ୍କା ଘର କରିବା ନେଇ ସରକାର ଲକ୍ଷ ରଖିଛନ୍ତି  । ତେଣୁ ଯୋଜନାରେ କିପରି ସ୍ୱଚ୍ଛତା ଆସିପାରିବ ସେ ଲକ୍ଷ ନେଇ ସରକାର ଯୋଗ୍ୟତା କାର୍ଡ଼ ବାଣ୍ଟିବାକୁ ନିଷ୍ପତି ନେଇଥିବା କୁହାଯାଉଛି ।

୨୦୨୦-୨୧ ବଜେଟରେ  ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ପାଇଁ ୩,୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ମାଧ୍ୟମରେ ଭୁମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବି ବଣ୍ଟନ କରାଯିବ । ସହରାଞ୍ଚଳରେ ଗୃହ ନିର୍ମାଣ ପାଇଁ ସରକାର ବଜେଟରେ ୫୧୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ବିଜୁ ଜୟନ୍ତୀରେ ଯୋଗ୍ୟତା କାର୍ଡ଼ ବଣ୍ଟନ ନେଇ ସରକାରଙ୍କୁ ଘେରିଛି ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଗୋଲକ ମହାପାତ୍ର କହିଛନ୍ତି: ‘‘ବିଜେଡ଼ି ନେତା ମାନେ ଯୋଗ୍ୟତା କାର୍ଡ଼ ବାଣ୍ଟିବା ନେଇ ଚିଠି ହୋଇଛି ।  କିଏ ବାଣ୍ଟିବ ଯୋଗ୍ୟତା କାର୍ଡ଼? ବିଜେଡ଼ି ନେତା ନାଁ ସରକାର । ଯଦି ବିଧାୟକ ଓ ସାଂସଦ ବାଣ୍ଟିବେ ଏହା ଦୁର୍ନିତିରେ ଏକ ନୂଆ ଫର୍ଦ ଯୋଡ଼ି ହେବ । ଦୁର୍ନିତିରେ ଏକ ନୂଆ ରାସ୍ତା ଯୋଡ଼ିବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ।’’

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଗରିବ ଲୋକଙ୍କୁ ଘର ଯୋଗାଇବାକୁ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ  । ‘‘ଏଥିରେ ପ୍ରିୟାପ୍ରୀତି କରା ନ ଯାଇ ପ୍ରକୃତ ହିତାଧିକାରୀ କିପରି ଉପକୃତ ହେବେ ସେଥି ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ,’’ ସେ କହିଛନ୍ତି ।
First published: March 4, 2020, 1:56 PM IST
corona virus btn
corona virus btn
Loading