ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ବଢ଼ିବା ସହ ଓମିକ୍ରନ ମାମଲା ମଧ୍ୟ ବଢୁଛି

ସର୍ବାଧିକ ୭ ଜଣ କେଉଁଝରରୁ ଚିହ୍ନଟ ହେଇଥିବା ବେଳେ ଖୋର୍ଦ୍ଧାରୁ ୪, ବୌଦ୍ଧରୁ ୨ ଜଣ, ବାଲେଶ୍ଵରରୁ ୧, ଜଗତସିଂହପୁରରୁ ୧, ସମ୍ବଲପୁରରରୁ ୩, ପୁରୀରୁ ୩, ଅନୁଗୁଳରୁ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ ଦୈନିକ କୋରନା ସଂକ୍ରମଣ ବଢ଼ିବା ସହ ଓମିକ୍ରନ ମାମଲା ମଧ୍ୟ ବଢୁଛି

ଓଡ଼ିଶାରେ ଦୈନିକ କୋରନା ସଂକ୍ରମଣ ବଢ଼ିବା ସହ ଓମିକ୍ରନ ମାମଲା ମଧ୍ୟ ବଢୁଛି

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ୨୩ ଓମିକ୍ରିନ ଆକ୍ରାନ୍ତ ଚିହ୍ନଟ ସହ ୩୭ରେ ପହଞ୍ଚିଲା ଓମିକ୍ରିନ ଆକ୍ରାନ୍ତ ସଂଖ୍ୟା। ଯେଉଁ ୨୩ ଜଣଙ୍କର ଓମିକ୍ରନ ଚିହ୍ନଟ ହେଇଛି ସେମାନଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ୪ ଜଣ ମହିଳା ସାମିଲ ଅଛନ୍ତି। ସମସ୍ତଙ୍କ ବୟସ ୮ ରୁ ୮୩ ବୟସ ମଧ୍ୟରେ।

ସର୍ବାଧିକ ୭ ଜଣ କେଉଁଝରରୁ ଚିହ୍ନଟ ହେଇଥିବା ବେଳେ ଖୋର୍ଦ୍ଧାରୁ ୪, ବୌଦ୍ଧରୁ ୨ ଜଣ, ବାଲେଶ୍ଵରରୁ ୧, ଜଗତସିଂହପୁରରୁ ୧, ସମ୍ବଲପୁରରରୁ ୩, ପୁରୀରୁ ୩, ଅନୁଗୁଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ, "ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ସେମାନଙ୍କର କଣ୍ଟାକ ଟ୍ରେସିଂ ହେଇଛି ଓ ରିପୋର୍ଟ ଆସିବା ବାକି ଅଛି। ପ୍ରାଥମିକ ରିପୋର୍ଟରୁ ଜଣା ପଡୁଛି ୫୦ ପ୍ରତିଶତ ବିଦେଶ ଫେରନ୍ତା ଓ ୫୦ ପ୍ରତିଶତ ସ୍ଥାନୀୟ ଲୋକ। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚ୍ ଚାଲିଛି। ଯେଉଁ ମାନଙ୍କର ଫରେନ୍ ଫେରନ୍ତା ହୀଷ୍ଟ୍ରି ନାହିଁ, ସେମାନେ ଆଗରୁ କେବେ ଯାଇଥିଲେ କି ନାହିଁ ତାହା ଯାଞ୍ଚ କରାଯିବ। ଯଦି ନାହିଁ ଆମେ ନିଶ୍ଚିତ ଭାବରେ ଧରିବା କଥା କମ୍ୟୁନିଟିରେ ଆମର ଓମିକ୍ରନ୍ ଅଛି।’’

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟମାନଙ୍କ ସହ ସମୀକ୍ଷା କରିଛନ୍ତି। ଆଗକୁ ଯଦି ଓମିକ୍ରନ ରୋଗୀ ବଢ଼ିବେ ତାକୁ ଆମେ କେଉଁଭଳି ଭାବରେ ମୁକାବିଲା କରିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ସମୀକ୍ଷା କରିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ଯାଉଛି ୯୦ ପ୍ରତିଶତ ଲୋକ ଲକ୍ଷଣ ନଥାଇ ହୋମ ଆଇସୋଲେସନରେ ଅଛନ୍ତି। ପ୍ରଥମ ଓ ଦ୍ଵିତୀୟ ଲହରରେ ଯେଉଁ ସରଭିଲାନ୍ସ କରାଯାଇଥିଲା ତାକୁ ଆହୁରି ଜୋରଦାର କରାଯିବ। ଯେଉଁମାନେ ହୋମ ଆଇସୋଲେସନରେ ରୋଗୀ ରହିଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବା ଦରକାର । ସେମାନଙ୍କର ଚିକିତ୍ସା କରାଯିବା ଦରକାର। ଏହା ସହ ଟିକା କରଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ଦୈନିକ ପଜିଟିଭି ସଂଖ୍ୟା ବୃଦ୍ଧି ପାଇ ୪୨୪ ହୋଇଛି। ଦୈନିକ ସଂକ୍ରମଣ ବଢ଼ିବା ସହ ଓମିକ୍ରିନ ସଂଖ୍ୟା ମଧ୍ୟ ବଢୁଛି।

ସେପଟେ ଆଜିଠୁ ପୂରା ଦେଶରେ ଆରମ୍ଭ ହୋଇଯାଇଛି କିଶୋରମାନଙ୍କ ଟିକାକରଣ ବ୍ୟବସ୍ଥା । ଓଡ଼ିଶାରେ ମଧ୍ୟ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଚାଲିଛି ।

ଟିକାକରଣ ବିଷୟରେ ଆଲୋଚନା କରି ବିଜୟ ପାଣିଗ୍ରାହୀ କହିଥିଲେ, ‘‘ଟିକାକରଣ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ୍ ରହିଛି ଓ ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ସବୁ ଜିଲ୍ଲାରେ ପହଞ୍ଚିସାରିଛି। ସବୁ ଜିଲ୍ଲାରେ ମଧ୍ୟ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଖୋଲାଯାଇଛି। କେବଳ ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏହା ବାଦ ଅନ୍ୟ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ଏହି ବର୍ଗର ପିଲାଙ୍କୁ ଟିକା ଦିଆଯିବ। ସ୍ୱତନ୍ତ୍ର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକାକରଣ ଚାଲିବ। ଆମ ପାଖରେ ବର୍ତ୍ତମାନ ୧୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି। ମାସେ ମଧ୍ୟରେ ଆମେ ପିଲାଙ୍କ ପ୍ରଥମ ଡୋଜ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜାନୁଆରୀ ୧ ତାରିଖରୁ ଯେଉଁମାନେ ଅନଲାଇନ ଜରିଆରେ ପଞ୍ଜୀକରଣ କରିଥିବେ, ସେମାନେ ଟିକା ନେଇ ପାରିବେ। ଏହାଛଡ଼ା ଯେଉଁମାନେ ଅନଲାଇନ ପଞ୍ଜୀକରଣ କରି ନାହାଁନ୍ତି ସେମାନେ ଅନସ୍ପଟ ପଞ୍ଜୀକରଣ କରି ଟିକା ନେଇ ପାରିବେ ।’’

ସେ ଆହୁରି କହିଥିଲେ ଯେ ଟିକାକରଣ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସରଳ କରିବା ପାଇଁ ଶିକ୍ଷା ବିଭାଗ ସହ ସ୍ଵାସ୍ଥ୍ୟ ବିଭାଗ ବୈଠକରେ ଜରିଆରେ ବିସ୍ତୁତ ଆଲୋଚନା କରାଯାଇଛି। ଟିକାକରଣ ସମୟରେ ଶିକ୍ଷକମାନେ ସହଯୋଗ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଥିଲେ।
Published by:Lipina Das
First published:
)}