ଆଜିଠୁ ଓଡ଼ିଶାରେ ବଢ଼ିଲା ଓମଫେଡ କ୍ଷୀର ମୂଲ୍ୟ; ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି

କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। କ୍ଷୀର ଚାଷୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓମଫେଡ କ୍ଷୀରର ହାରକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି।

ଆଜିଠୁ ଓଡ଼ିଶାରେ ବଢ଼ିଲା ଓମଫେଡ କ୍ଷୀର ମୂଲ୍ୟ

ଆଜିଠୁ ଓଡ଼ିଶାରେ ବଢ଼ିଲା ଓମଫେଡ କ୍ଷୀର ମୂଲ୍ୟ

  • Share this:
News18 Odia Digital

ଭୁବନେଶ୍ବର: ଓମଫେଡ କ୍ଷୀରର ସଂଶୋଧିତ ହାର ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଖବର ଅନୁଯାୟୀ, ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍ (OMFED) କ୍ରୟ ଓ ମାର୍କେଟିଂ ମୂଲ୍ୟରେ ସଂଶୋଧନ କରିବା ପରେ ଏପ୍ରିଲ୍ ୧୮ରେ ସମାନ ଘୋଷଣା କରାଯାଇଥିଲା।

କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। କ୍ଷୀର ଚାଷୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓମଫେଡ କ୍ଷୀରର ହାରକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି।

ଓମଫେଡ କ୍ଷୀରର ଏକ ୫୦୦ ମିଲି ପ୍ୟାକେଟ୍ ୨୩ ଟଙ୍କାରେ ବିକ୍ରି ହେଉଥିଲା। ସଂଶୋଧିତ ହାର ଅନୁଯାୟୀ ପ୍ୟାକେଟଗୁଡ଼ିକ ୨୪ ଟଙ୍କାରେ ବିକ୍ରି ହେବ।

ଏହା ଉଲ୍ଲେଖଯୋଗ୍ୟ ଯେ, ଓମଫେଡ ଭୁବନେଶ୍ୱର, କଟକ ଓ ପୁରୀରେ ଏକ ନୂଆ ପ୍ରକାରର କ୍ଷୀର ଲଞ୍ଚ କରିବାର ସମ୍ଭାବନା ଅଛି ଯାହାର ନାମ ହେଉଛି 'ଚାଇ ସ୍ପେଶାଲ୍' ଯାହା ୫୦୦ ମିଲି ମିଟର କ୍ଷୀରର ପ୍ୟାକେଟ୍ ପାଇଁ ୨୩ ଟଙ୍କା ହେବ।

ପ୍ରକାଶ ଥାଉକି ୨୦୨୦ରେ ଓମଫେଡ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା।
Published by:Lipina Das
First published: