ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ବିବାଦ; ହରଡଘଣାରେ ପକାଇବ କି ଶ୍ରୀୟାଙ୍କ ପ୍ରମାଣ?

କଟକ ମହିଳା ଥାନାରେ ହୋଇଥିବା ଆଲୋଚନାରୁ କୌଣସି ବାଟ ବାହାରିବା ଭଳି ଲାଗୁଥିଲେ ମଧ୍ୟ ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ବିଷ ଓଗାଳୁଥିବାରୁ ଏହି ବାଟ ଫିଟିବା ଆଶା ଏକ ପ୍ରକାର ବନ୍ଦ ହୋଇଯାଇଛି ।

ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ବିବାଦ; ହରଡଘଣାରେ ପକାଇବ କି ଶ୍ରୀୟାଙ୍କ ପ୍ରମାଣ?

ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ବିବାଦ; ହରଡଘଣାରେ ପକାଇବ କି ଶ୍ରୀୟାଙ୍କ ପ୍ରମାଣ?

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Singer Human sagar) ଓ ତାଙ୍କ ପତ୍ନୀ ଶ୍ରୀୟାଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ ପ୍ରଶମିତ ହେବା ପରିବର୍ତ୍ତେ ଧିରେ ଧିରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି  । ଗୁରୁବାର ଦିନ କଟକ ମହିଳା ଥାନାରେ ହୋଇଥିବା ଆଲୋଚନାରୁ କୌଣସି ବାଟ ବାହାରିବା ଭଳି ଲାଗୁଥିଲେ ମଧ୍ୟ ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ବିଷ ଓଗାଳୁଥିବାରୁ ଏହି ବାଟ ଫିଟିବା ଆଶା ଏକ ପ୍ରକାର ବନ୍ଦ ହୋଇଯାଇଛି ।

ନ୍ୟୁଜ୧୮ ଡିଜିଟାଲକୁ ମିଳିଥିବା ସୂଚନା ମୁତାବକ ପ୍ରାୟ ୪ ମାସ ତଳୁ ଉଭୟ ପରସ୍ପର ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି ସ୍ଥିର କରି ସାରିଥିଲେ । ବିଶେଷ କରି ୪ ମାସ ପୂର୍ବରୁ ଅର୍ଥାତ ଯେବେ ଶ୍ରୀୟା ହ୍ୟୁମାନଙ୍କ ଘର ଛାଡିଥିଲେ ସେହି ଦିନ ହ୍ୟୁମାନଙ୍କ ବିରୁଦ୍ଧରେ ସେ ଆଇନଗତ ଲଢେଇ ଲଢିବେ ବୋଲି କାଳେ ଚେତାବନୀ ଦେଇଥିଲେ । ଏବଂ ହ୍ୟୁମାନ ମଧ୍ୟ ସେବେଠାରୁ ନିଜ ପ୍ରସ୍ତୁତି ଆରମ୍ଭ କରି ନେଇଥିଲେ । ଏପରିକି ଗତ ୪ ମାସ ହେଲା ଏବଂ ଓକିଲଙ୍କ ପରାମର୍ଶ ନେବା ଆରମ୍ଭ କରିଥିଲେ ।

କାରଣ ଶ୍ରୀୟାଙ୍କ ହାତରେ ଏମିତି କିଛି ପ୍ରମାଣ ଲାଗିଥିଲା ଯାହାକି ହ୍ୟୁମାନଙ୍କୁ ହରଡଘଣାରେ ପକାଇବା ପାଇଁ ଯଥେଷ୍ଟ ଥିଲା ବୋଲି କୁହାଯାଉଛି । ଏପରିକି ଗୁରୁବାର ଦିନ ପୋଲିସ ଉପସ୍ଥିତିରେ ଚାଲିଥିବା ଆଲୋଚନା ସମୟରେ ମଧ୍ୟ ଶ୍ରୀୟା ହ୍ୟୁମାନଙ୍କ ଚରିତ୍ରକୁ ପ୍ରଭାବିତ କରୁଥିବା କିଛି ଭିଡିଓ ଏବଂ ଫଟୋ ମଧ୍ୟ ପୋଲିସ ସମ୍ମୁଖରେ ଉପସ୍ଥାପନ କରିଥିଲେ । ମିଳିଥିବା ସୂଚନା ଅନୁଯାଇ ଏହି ପ୍ରମାଣ ଗୁଡ଼ିକ ହ୍ୟୁମାନଙ୍କ ପରକିୟା ପ୍ରୀତି ସମ୍ପର୍କିତ ଥିଲା ।

ଗୁରୁବାର ପୋଲିସ ଉପସ୍ଥିତିରେ ଉଭୟ ଶ୍ରୀୟା ଓ ହ୍ୟୁମାନ ଏବଂ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ତେବେ ଏହି ଆଲୋଚନା ସକାରାତ୍ମକ ହୋଇଥିବା କୁହାଯାଉଛି । କିନ୍ତୁ ଥାନାରୁ ବାହାରିବା ପରେ ହ୍ୟୁମାନ ଓ ମା' ଶ୍ରୀୟାଙ୍କ ବିରୁଦ୍ଧରେ ଅନେକ ଅପଶବ୍ଦ କହିଥିବା ବେଳେ ଶ୍ରୀୟାଙ୍କ ପକ୍ଷରୁ ତାଙ୍କ ଓକିଲ ମଧ୍ୟ ହ୍ୟୁମାନଙ୍କୁ ନେଇ ନାନା କଥା କହିଛନ୍ତି ।

ତେବେ ନିଜର ଶେଷ ନିଷ୍ପତି ଜଣାଇବା ପାଇଁ ଉଭୟ ପକ୍ଷ ବିଶେଷ କରି ଶ୍ରୀୟାଙ୍କୁ ଦୁଇ ଦିନର ମହଲତ ଦିଆଯାଇଛି । ଦୁଇ ଦିନ ପରେ ଶ୍ରୀୟା ଓ ହ୍ୟୁମାନ ପୁଣି ଥରେ ଥାନାରେ ହାଜର ହେବେ ଏବଂ ଶ୍ରୀୟାଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ- http://ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ: ପୁନର୍ବାର ବିଚାର କରିବାକୁ HCଙ୍କ ନିର୍ଦ୍ଦେଶ
Published by:Soubhagya Mishra
First published: