ବାବୁସାନ-ପ୍ରକୃତି ବିବାଦ: ଏହି ଘଟଣା ୨ ଷ୍ଟାରଙ୍କ କ୍ୟାରିୟରକୁ ପ୍ରଭାବିତ କରିବା ଆଶଙ୍କା

ବାବୁସାନ ହୁଅନ୍ତୁ ବା ପ୍ରକୃତି, ଉଭୟଙ୍କ କ୍ୟାରିୟରେ ଏହି ଘଟଣାର ଯଥେଷ୍ଟ ପ୍ରଭାବ ପଡ଼ିବ ବୋଲି ମତ ରଖିଛନ୍ତି ସିନେ ଏକ୍ସପର୍ଟ।

ବାବୁସାନ-ପ୍ରକୃତି ବିବାଦ

ବାବୁସାନ-ପ୍ରକୃତି ବିବାଦ

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News18 Odia Digital

ଭୁବନେଶ୍ବର: ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ଏବେ ବି ସମାଲୋଚନା। ଏଭଳି ଘଟଣା ଚର୍ଚ୍ଚା ଓ ବିବାଦରେ ଛନ୍ଦି ହୋଇଥିବା ସିନେ ଷ୍ଟାରଙ୍କ କ୍ୟାରିୟରକୁ ପ୍ରଭାବିତ କରିବ ବୋଲି ହୋଇଛି ଆଲୋଚନା।

ସିନେମା ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ମତରେ ଓଡ଼ିଆ ଶିଳ୍ପର ପରିଧି ଖୁବ୍ ସୀମିତ। ବଲିଉଡ ବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଭଳି ଏତେ ବ୍ୟାପକ ନୁହେଁ। ତେଣୁ ଏହାର ପ୍ରଭାବ ପଡ଼ିବ। ତେବେ ଏହା ସାମୟିକ ବୋଲି କୁହାଯାଇପାରେ।

ଏହି ମାମଲାରେ ନ୍ୟୁଜ ୧୮କୁ ସୂଚନା ଦେଇ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହ୍ୟାଲି। ସେ କହିଛନ୍ତି ସିନେ ଷ୍ଟାର ହେଉଛନ୍ତି ଫ୍ୟାନ୍ସଙ୍କ ରୋଲ ମଡେଲ। ଅଭିନୟ ସମୟରେ ସେମାନଙ୍କ ଆଚରଣ ଓ ଉଚାରଣକୁ ଫ୍ୟାନ୍ସ ସତ ବୋଲି ଗ୍ରହଣ କରିବା ସହିତ ତାକୁ ନିଜ କାର୍ଯ୍ୟରେ ପ୍ରୟୋଗ କରନ୍ତି। ଏବେ ରାଜରାସ୍ତାରେ ଯାହା ଘଟିଛି ତାକୁ କୌଣସି ବି ସିନେ ଷ୍ଟାରଙ୍କ ପ୍ରଶଂସକ ଗ୍ରହଣ କରିପାରିବେ ନାହିଁ। ତେଣୁ ନିହାତି ଭାବେ ଏହା ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରିବ। ତେଣୁ ବାବୁସାନ ହୁଅନ୍ତୁ ବା ପ୍ରକୃତି, ଉଭୟଙ୍କ କ୍ୟାରିୟର ଏହି ଘଟଣାରେ ଯଥେଷ୍ଟ ପ୍ରଭାବିତ ହେବ।

ଦିଲ୍ଲୀପ ହ୍ୟାଲି ସ୍ପଷ୍ଟ କରିଛନ୍ତି ଯେ, ଯଦି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କଥା କୁହାଯାଏ ତେବେ ରେସରେ ଆଗଧାଡ଼ିର ନାୟକ ଭାବେ ବାବୁସାନଙ୍କ କ୍ରେଜ ଅଛି। ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବହୁତ ଅଧିକ। ପୂର୍ବରୁ ବାବୁସାନ ନିଶାଶକ୍ତ ଭଳି ଅନେକ ଚର୍ଚ୍ଚାକୁ ନେଇ ଫ୍ୟାନମାନେ ବ୍ୟଥିତ ହୋଇଛନ୍ତି। ବ୍ୟଥିତ ବି ହୋଇ ତାଙ୍କୁ ଏଭଳି ନକରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। କିନ୍ତୁ ଏବେ ଯେତେବେଳେ ସେମାନଙ୍କ ବ୍ୟକ୍ତିଗତ ଜୀବନର ଭିତିରି କଥା ହାଟରେ ପଡ଼ି ଯେତେବେଳେ ବାଟରେ ଗଡୁଛି ସେଭଳି ସମୟରେ ଏହା ତାଙ୍କ ଫ୍ୟାନ୍ସଙ୍କ ନିହାତି ବାଧିଛି।

ସେହିଭଳି ସିନେମା ପ୍ରଯୋଜକ ସଞ୍ଜୟ ନାୟକ ଓରଫ ତୁଟୁ ନାୟକ କହିଛନ୍ତି ଆଜିକାଲି ଷ୍ଟାର ଫ୍ୟାନ ଓ ଫଲୋଅର୍ସଙ୍କ ସଂଖ୍ୟା ଅଧିକ। ସେମାନେ ନିଜ ଷ୍ଟାରଙ୍କ ଭଲ ମନ୍ଦ ବିଷୟରେ ସବୁ ଅବଗତ। ତେଣୁ ସେମାନେ ନିଜ ଷ୍ଟାରଙ୍କ ଏଭଳି ସ୍ଥିତିକୁ ସହଜରେ ଭୁଲିବେ ନାହିଁ। ତେବେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଏତେ ବଡ଼ ନୁହେଁ। କିଛି ମାତ୍ରାରେ କ୍ୟାରିୟରକୁ ପ୍ରଭାବିତ କରିବ।

ସେପଟେ ସିନେମା ନିର୍ଦ୍ଦେଶକ ଅଶୋକ ପତି କହିଛନ୍ତି ଯେ ଏଭଳି ଘଟଣାକୁ ବେଶୀ ଦିନ ଫ୍ୟାନ ଫଲୋଅର୍ସ ମନେ ରଖିବେ ନାହିଁ। ତେଣୁ କ୍ୟାରିୟାର ପ୍ରଭାବିତ ହେବ ନାହିଁ।

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ସହ ଜଡ଼ିତ କିଛି ବ୍ୟକ୍ତି ବିଶେଷଙ୍କ ମତରେ, ଏଭଳି ଘଟଣା କିନ୍ତୁ ଏହା ସିନେ ଇଣ୍ଡଷ୍ଟ୍ରିରେ ଖରାପ ପ୍ରଭାବ ପକାଇବ। ସମସ୍ତଙ୍କ ପାଇଁ ଏହା ପ୍ରଯୁଜ୍ୟ। ଅଭିନୟ ସମୟରେ କେବଳ ଅଭିନୟ ହିଁ କରନ୍ତୁ। ଏହା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ପାଇଁ ଶୁଭଙ୍କର ହେବ।
Published by:Lipina Das
First published: