News 18 Odia Digital
ଭୁବନେଶ୍ୱର; ଓଲିଉଡରେ ଓଡ଼ିଆ ସିନେମାର ବଜାର ଏବେ ସରଗରମ । ଏହି ଗରମାଗରମ ମାହୋଲରେ ମନୋରଞ୍ଜନର ତଡ଼କା ଲଗେଇ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଏବଂ ଅଜୟ ରାଉତ ପ୍ରଯୋଜିତ ଆଉ ଏକ ନୂଆ ସିନେମା 'ପ୍ରତିଶୋଧ'ର ( Pratishodh ) ଶୁଭ ମହୁରତ ଜୀ-ସାର୍ଥକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଅନେକ ସଫଳ ନନ୍ ଫିକ୍ସନ ମନୋରଞ୍ଜନ କାର୍ଯ୍ୟକ୍ରମର ନିର୍ଦ୍ଦେଶନା ସହିତ ଅନେକ ଚଳଚ୍ଚିତ୍ରରେ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ନିର୍ଦ୍ଦେଶକ ସାଇ ସ୍ଵରାଜ ମଙ୍ଗରାଜ (ପୁଚୁ)ଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର "ପ୍ରତିଶୋଧ" ନିର୍ମାଣ ହେବାକୁ ଯାଉଛି । ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗଧାଡିର ନାୟିକା ତଥା ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଲିନା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଅନେକ ସଫଳ ଚଳଚ୍ଚିତ୍ର ଦେଇଥିବା ବେଳେ ପ୍ରତିଶୋଧ ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ଇତିହାସରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବେ ବୋଲି ଆଶା ରଖିଛନ୍ତି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ତଥା ସଂଳାପ ଭରଦ୍ୱାଜ ପଣ୍ଡା ଲେଖିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲି ରଥ ।
ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମ୍ନା କରିଥିବା ଗୋଟିଏ ସାଧାରଣ ଝିଅ ସମୟ ଅନୁସାରେ କିପରି ପ୍ରତିଶୋଧ ନେଉଛି ତା' ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜବରଦସ୍ତ ଆକ୍ସନ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀରେ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏଲିନା ସାମନ୍ତରାୟଙ୍କ ସମେତ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ସମରେଶ ରାଉତରାୟ, ବବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି । ପ୍ରତିଶୋଧ ଖୁବଶୀଘ୍ର ସୁଟିଂ ଫ୍ଲୋରକୁ ଯିବ ବୋଲି ଜୀ ସାର୍ଥକ ତରଫରୁ ସୂଚନା ମିଳିଛି ।
https://odia.news18.com/news/entertainment/a-strong-star-cast-with-a-heartwarming-story-coming-odia-film-delivery-boy-4srm-090123-srm-146853.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।