ପତ୍ନୀଙ୍କ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରିର ଖଳନାୟକ ରାଇମୋହନ

ଶୁକ୍ରବାର ଭୁବନେଶ୍ବର ପଳାସୁଣି ଅଞ୍ଚଳର ପ୍ରାଚୀ ବିହାରରେ ଥିବା ନିଜ ବାସ ଭବନରେ ୫୮ ବର୍ଷୀୟ ଅଭିନେତା ଆତ୍ମହତ୍ୟା କରିଥିଲେ। ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୧୧ଟା ସମୟରେ ଘରେ କେହି ନଥିବା ବେଳେ ସେ ଏହି ଚରମ ନିଷ୍ପତ୍ତି ନେଇଥିଲେ।

ପତ୍ନୀଙ୍କ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରିର ଖଳନାୟକ ରାଇମୋହନ

ପତ୍ନୀଙ୍କ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରିର ଖଳନାୟକ ରାଇମୋହନ

  • Share this:
News18 Odia Digital

ଭୁବନେଶ୍ବର: କଳାକାର ଜଗତ ସ୍ତବ୍ଧ। ଓଲିଉଡରୁ ଆରମ୍ଭ କରି ଜଲିଉଡ୍‌ ସବୁଆଡ଼େ ଶୋକର ଛାୟା । କେହି ବିଶ୍ବାସ କରି ପାରୁନାହାଁନ୍ତି ଲୋକପ୍ରିୟ ଖଲନାୟକ ତଥା ଓଡ଼ିଶା ଅନ୍ୟତମ ଶ୍ରେଷ୍ଠ କଳାକାର ରାଇମୋହନ ଆଉ ଏ ଦୁନିଆରେ ନାହାଁନ୍ତି।

ଶୁକ୍ରବାର ଭୁବନେଶ୍ବର ପଳାସୁଣି ଅଞ୍ଚଳର ପ୍ରାଚୀ ବିହାରରେ ଥିବା ନିଜ ବାସ ଭବନରେ ୫୮ ବର୍ଷୀୟ ଅଭିନେତା ଆତ୍ମହତ୍ୟା କରିଥିଲେ। ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୧୧ଟା ସମୟରେ ଘରେ କେହି ନଥିବା ବେଳେ ସେ ଏହି ଚରମ ନିଷ୍ପତ୍ତି ନେଇଥିଲେ।

ପତ୍ନୀଙ୍କ ଶାଢୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ ସେ। ଘର ଖୋଲା ଥିବାବେଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ପ୍ରଥମେ ଡ୍ରାଇଭର ଦେଖିବାକୁ ପାଇଥିଲେ। ପରିବାର ଲୋକେ ସକାଳେ କଟକ ଯାଇଥିବା ବେଳେ ସାନ ଝିଅ କଲେଜ ଯାଇଥିଲେ। ରାଇମୋହନ ଆତ୍ମହତ୍ୟା କରିଥିବା କଥା ବିଜୁଳି ବେଗରେ ଚାରିଆଡ଼େ ଖେଳିଯିବା ପରେ ତାଙ୍କ ଘରେ ଲାଗିଥିଲା କଳାକାର ଓ ପ୍ରଂଶସକଙ୍କ ଭିଡ଼। ପୋଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ସେ ଜଣେ ମେଳାପି ଲୋକ ଥିବାରୁ କେହି ଏହି ଘଟଣାକୁ ସହଜରେ ଗ୍ରହଣ କରିପାରି ନଥିଲେ।

ଏହାପରେ ରାଇମୋହନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ସେଠି ବି ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ଓଲିଉଡ୍‌ ଜଗତର ଅନେକ କଳାକାର ବି ସେଠି ପହଞ୍ଚିଥିଲେ। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ଥିଲା ସମସ୍ତଙ୍କୁ ସାହାସ ଦେଉଥିବା ଲୋକେ କେବେ ଏଭଳି ପଦକ୍ଷେପ ନେଇ ପାରେନା।

ସେପଟେ ସାଥୀ କଳାକାରଙ୍କ କହିବା କଥା କି ଆର୍ଥିକ ସ୍ତରରେ ବି ସେ ଏତେ ଦୁର୍ବଳ ନଥିଲେ କି ଆତ୍ମହତ୍ୟାର ବାଟ ବାଛିନେଲେ। ରାଇମୋହନଙ୍କ ଜନ୍ମମାଟି କେନ୍ଦୁଝର ଜିଲ୍ଲା ଉଦୟପୁରରେ ବି ତାଙ୍କର ଅକାଳ ବିୟୋଗକୁ ବିଶ୍ବାସ କରିପାରୁନାହାଁନ୍ତି। ଗାଁରେ ହୋଇଥିବା ମଙ୍ଗଳା ମନ୍ଦିରର ଶୁକ୍ରବାର ଥିଲା ପ୍ରତିଷ୍ଠା ଦିବସ। କଥା ଦେଇଥିଲେ ନିଶ୍ଚୟ ଆସିବେ।

ହେଲେ ଆସିଥିଲା ତାଙ୍କର ମୃତ୍ୟୁ ଖବର। ମଞ୍ଚେଶ୍ରର ଥାନା ପୋଲିସ ରାଇମୋହନଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି। ସେ ଆତ୍ମହତ୍ୟା କରିଥିବା ଘରୁ ଫରେନ୍ସିକ୍‌ ଟିମ୍‌ ସାମ୍ପଲ କଲେକସନ୍‌ ବି କରିଛି। କୁହାଯାଉଛି କି ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ଅନୁସାରେ ସ୍ତ୍ରୀ ଓ ଝିଅଙ୍କୁ ଫ୍ୟାମିଲି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଶେଷ ମେସେଜ ଥିଲା ବାଏ।

ସବୁବେଳେ ଖୁସ୍‌ ମିଜାଜ୍‌ରେ ରହୁଥିବା ରାଇମୋହନ ଗୁରୁବାର ରାତିରେ ଏକ ପ୍ରଡକ୍ସନ ହାଉସ୍‌ ଠାରୁ ପେମେଣ୍ଟ ନେଇ ବଣ୍ଡରେ ବି ଦସ୍ତଖତ କରିଥିଲେ। ହେଲେ କେହି ବି ଅନୁମାନ କରୁ ନଥିଲେ ସେ ଏଭଳି ଏକ କଠୋର ନିଷ୍ପତ୍ତି ନେବେ।
Published by:Lipina Das
First published: