ଡିସଚାର୍ଜ ପୂର୍ବରୁ ସ୍ବାମୀ ବାବୁସାନଙ୍କୁ ହସ୍ପିଟାଲରେ ଭେଟିଲେ ପତ୍ନୀ ତୃପ୍ତି
- News18 Odia
- Last Updated :
- Cuttack, India
News18 Odia Digital
ଭୁବନେଶ୍ବର: ନିକଟରେ ଶରୀରରରେ ହଠାତ୍ ଅକ୍ସିଜେନ କମିଯିବାରୁ ଅସୁସ୍ଥ ହୋଇପଡ଼ିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ। ଯାହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କ ସ୍ବତନ୍ତ୍ର ଚିକିତ୍ସା ଚାଲିଥିଲା। ତେବେ ଡିସଚାର୍ଜ ପୂର୍ବରୁ ସ୍ବାମୀଙ୍କୁ ଦେଖା କରିବାକୁ ହସ୍ପିଟାଲରେ ପହଞ୍ଚିଥିଲେ ପତ୍ନୀ ତୃପ୍ତି ଶତପଥୀ।
ତୃପ୍ତି ଖାଲି ଦେଖା କରିବାକୁ ଆସିନଥିଲେ ବରଂ ନିଜ ସହ ସେ ବାବୁସାନଙ୍କୁ ଘରକୁ ବି ନେଇଯାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି।
ପ୍ରକାଶ ଥାଉକି ନିଜର ଆଗାମୀ ଫିଲ୍ମ ‘ଦମନ’ର ପ୍ରମୋସନ ପାଇଁ ଯାଇ ଲେହରେ ଅସୁସ୍ଥ ହୋଇପଡ଼ିଥିଲା ବାବୁସାନ। ସେଠାରେ ତାଙ୍କର ଅକ୍ସିଜେନ ସ୍ତର କମିଯାଇଥିଲା। ଏହା ସହ ତାଙ୍କ ପେଟ ଜନିତ ସମସ୍ୟା ପାଇଁ ସେ ଭୁବନେଶ୍ବର ଫେରିବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରାୟ ୩ ରୁ ୪ ଦିନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।