ଦୁଇ ହଜାର ଫୁଟ ଉଚ୍ଚରୁ ଉଦ୍ଧାର ହେଲେ ବୃଦ୍ଧା; ଉଦ୍ଧାର କଲା ଅଗ୍ନିଶମ ବିଭାଗ
- News18 Odia
- Last Updated :
- Brahmapur (Berhampur), India
News 18 Odia Digital
ବ୍ରହ୍ମପୁର; ଦୁଇ ହଜାର ଫୁଟ ଉଚ୍ଚରୁ ଉଦ୍ଧାର ହୋଇଛନ୍ତି ଜଣେ ବୃଦ୍ଧା । ପ୍ରାୟ ୮ ଘଣ୍ଟାର ପରିଶ୍ରମ ପରେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡଡୁମ୍ବୁଳା ଗାଁର ୭୦ ବର୍ଷିୟ ବୃଦ୍ଧା ଚଞ୍ଚଳା ଦଳେଇ ଗତକାଲି ବିଳମ୍ବିତ ରାତିରେ ଜୟ ଗୁମ୍ଫା ପାହାଡ ଉପରକୁ ଚଢି ଯାଇଥିଲେ । କିନ୍ତୁ ପାହାଡ ଉପରୁ ତଳକୁ ଓହ୍ଲାଇ ପାରିନଥିଲେ । ପାହାଡ ଉପରୁ ତାଙ୍କୁ ଉଦ୍ଧାର କରିବା ନିମନ୍ତେ ବୃଦ୍ଧା ଚିତ୍କାର କରିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇବା ପରେ ରାତି ୨ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ । ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । କିଛି ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗର ଅଦମ୍ୟ ପ୍ରଚେଷ୍ଟା ଫଳରେ ୮ ଘଣ୍ଟା ପରେ ସୁରକ୍ଷିତ ଭାବେ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଜଣେ ସାଧାରଣ ଲୋକେ ୨ ହଜାର ଫୁଟ୍ ଉଚ୍ଚ ପାହାଡ ଉପରକୁ ଯିବା କଷ୍ଟକର ହୋଇଥିବା ବେଳେ ବୃଦ୍ଧା ଜଣକ କିଭଳି ଏତେ ଉଚ୍ଚକୁ ଚଢି ଯାଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ତାଙ୍କ ଘରେ ଛାଡି ଦିଆଯାଇଥିଲା । ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ ଚାରି ଜଣ ଗ୍ରାମବାସୀମାନେ ମଧ୍ୟ ପାହାଡ ଉପରେ ଫସି ରହିଥିଲେ । ସେମାନଙ୍କୁ ମଧ୍ୟ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ଅଗ୍ନିଶମ ବିଭାଗର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।