ଭୁବନେଶ୍ୱରରେ ଲୁଟ୍: ବୃଦ୍ଧାଙ୍କ କାନ ଓ ହାତକୁ ଛୁରୀରେ କାଟି ସୁନାଗହଣା ଲୁଟିଲା ଲୁଟେରା

ଲୁଟେରାକୁ ଦେଖି ତୁଳସୀ ଭୟଭୀତ ହୋଇ ବେକରେ ଥିବା ସୁନା ଚେନଟିକୁ କାଢ଼ି ତା’ ହାତକୁ ବଢ଼ାଇ ଦେଇଥିଲେ l ହେଲେ କାନର ସୁନା ଫୁଲ ଓ ସୁନା କଙ୍ଗନଟି ନେବା ପାଇଁ ଲୁଟେରା ତାଙ୍କ କାନ ଓ ହାତକୁ କାଟି କ୍ଷତାକ୍ତ କରିଦେଇଥିଲା l

ବୃଦ୍ଧାଙ୍କ ଘରେ ଫରେନସିକ୍ ସାଇନ୍ସ ଟିମ୍ ତଦନ୍ତ କରୁଛି ।

ବୃଦ୍ଧାଙ୍କ ଘରେ ଫରେନସିକ୍ ସାଇନ୍ସ ଟିମ୍ ତଦନ୍ତ କରୁଛି ।

  • Share this:
News18 odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟେରାମାନେ ସୁନାଗହଣା ପାଇଁ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ କାନ ଓ ହାତ କାଟି ଦେଇଛନ୍ତି l ଲୁଟର ଶିକାର ହୋଇଛନ୍ତି ନୟାପଲ୍ଲୀ ଏନ-୪ର ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷୟତ୍ରୀ ତୁଳସୀ ଦେବୀ l ଲୁଟେରାକୁ ଦେଖି ତୁଳସୀ ଭୟଭୀତ ହୋଇ ବେକରେ ଥିବା ସୁନା ଚେନଟିକୁ କାଢ଼ି ତା’ ହାତକୁ ବଢ଼ାଇ ଦେଇଥିଲେ l କିନ୍ତୁ କାନର ସୁନା ଫୁଲ ଓ ସୁନା କଙ୍ଗନଟି ନେଇ ନ ପାରି ବୃଦ୍ଧାଙ୍କ କାନ ଓ ହାତକୁ କାଟି କ୍ଷତାକ୍ତ କରିଦେଇଥିଲା ଲୁଟେରା l

ଲୁଟର ଶିକାର ତୁଳସୀଙ୍କ ପୁଅ ଚିନ୍ମୟ ମିଶ୍ର ଆମେରିକାରେ ଏକ ଆଇଟି କମ୍ପାନୀରେ ଚାକିରି କରୁଛନ୍ତି l ଝିଅ ରିକି ମିଶ୍ର UKରେ ରୁହନ୍ତି l ଉଭୟ  ପୁଅଝିଅ ବିଦେଶରେ ରହୁଥିବା ବେଳେ ତୁଳସୀ ଓ ସ୍ୱାମୀ ଚକ୍ରପାଣି ମିଶ୍ର ଭୁବନେଶ୍ଵରରେ ରହୁଛନ୍ତି  l

ଘରର ଉପର ମହଲାରେ ରୁହନ୍ତି ତୁଳସୀଙ୍କ କେୟାର ଟେକର୍‌ l ତଳ ମହଲାରେ ଭଡ଼ାରେ ରହୁଛନ୍ତି ଜଣେ ଟିଭି ଉପସ୍ଥାପକ l ରବିବାର ସକାଳ ୯ଟା ୧୫ଟାରେ ଚକ୍ରପାଣି ମିଶ୍ର ମାଛ କିଣିବାକୁ ବଜାରକୁ ଯାଇଥିବା ବେଳେ ଘରେ ପଶିଥିଲା ଜଣେ ଲୁଟେରା l ତୁଳସୀଙ୍କ ସୁନା ଅଳଙ୍କାର ନେବାକୁ ଉଦ୍ୟମ କରିଥିଲା ସେ l ତାଙ୍କ ବେକରୁ ସୁନା ଚେନ୍‌ ଛଡ଼ାଇ ନେବା ସହ କାନଫୁଲ ପାଇଁ କାନକୁ କାଟି ପକାଇଥିଲା । ସୁନା ଚୁଡ଼ି ପାଇଁ ହାତକୁ ବି କାଟି ଦେଇଥିଲା ସେ ।

ଭୁବନେଶ୍ୱରର ଏକ ହାଇପ୍ରୋଫାଇଲ ଏରିଆରେ ଘଟିଥିବା ଏହି ଲୁଟରେ ଏକାଧିକ ଲୁଟେରାଙ୍କ ହାତ ଥିବା ସନ୍ଦେହ କରାଯାଉଛି l ଏହା ବି ସନ୍ଦେହ କରାଯାଉଛି ଯେ ଲୁଟପାଟ ପଛରେ ତୁଳସୀଙ୍କର କେହି ସମ୍ପର୍କୀୟ ବା ତାଙ୍କ କେହି ଚିହ୍ନା ଲୋକର ହାତ ଥାଇପାରେ l

ତୁଳସୀ ମିଶ୍ର । ତାଙ୍କ ପୁଅ ଆମେରିକାରେ ଓ ଝିଅ ଇଂଲଣ୍ଡରେ ରହନ୍ତି ।


‘‘ତୁଳସୀଙ୍କର କେହି ଶତ୍ରୁ ନାହାଁନ୍ତି l ସେ ଓ ତାଙ୍କ ପତି ଏକୁଟିଆ ରହୁଥିବା ଜାଣି କେହି ଜଣାଶୁଣା ଲୋକ ଏପରି କାଣ୍ଡ ଘଟାଇଥାଇପାରନ୍ତି,’’ କହିଛନ୍ତି ତୁଳସୀଙ୍କ ସମ୍ପକୀୟ ସୌଦାମିନୀ ନାଥ ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ‘‘ତୁଳସୀ ଏବେ ଆଇସିୟୁରେ ଅଛନ୍ତି l ଘଟଣା ସମ୍ପର୍କରେ ବେଶୀ କିଛି କହିପାରୁ ନାହାଁନ୍ତି l ଟିକେ ସୁସ୍ଥ ହେଲେ ତାଙ୍କ ଠାରୁ ବୟାନ ନିଆଯିବ l ଖୁବ୍‌ ଶୀଘ୍ର ଅପରାଧୀ ଗିରଫ ହେବେ ।’’

‘‘କରୋନା ପାଇଁ ପୋଲିସ ଲକଡାଉନ ମୋନିଟର୍‌ କରିବାରେ ବ୍ୟସ୍ତ ରହୁଛି l ରାସ୍ତା ଉପରେ ଚେକିଂ କରି ସେମାନଙ୍କ ରାତି ଦିନ କଟୁଛି l ତେଣୁ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯାଇପାରୁନି l ଏହାର ପରିଣାମ ହେଉଛି ପୋଲିସ ଡିଏସପିଙ୍କୁ ବନ୍ଧୁକ ମୁନରେ ଲୁଟିଛନ୍ତି ଲୁଟେରା,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି ।

ଲକଡାଉନ ସମୟରେ ସହରରେ ମାତିଥିବା ଲୁଟେରା ଗ୍ୟାଙ୍ଗ ପୁରୁଣା ନା ନୂଆ ତାହା ଉପରେ ବି ପୋଲିସ ତଦନ୍ତ ଚଳାଇଛି । ଲୁଟପାଟ କରୁଥିବା ଅପରାଧୀ ଜେଲ ଫେରନ୍ତା ନା ସ୍ଥାନୀୟ ଅପରାଧୀଙ୍କ କାରନାମା ତାହା ବି ପୋଲିସ୍‌ ତଦନ୍ତରେ ସାମିଲ ଅଛି ।

ଏହା ବି ପଢ଼ନ୍ତୁ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନାକୁ ହରେଇଲେ, ହସପିଟାଲରୁ ଡିସଚାର୍ଜ ହେଲେ

ଏହା ବି ପଢ଼ନ୍ତୁ: ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି

ୟୂନିଟ-୩ରେ ପୋଲିସ ଡିଏସପି ତନୁଜା ମହାନ୍ତିଙ୍କୁ ବନ୍ଧୁକ ମୁନରେ ହୋଇଥିବା ଲୁଟ ଘଟଣାର ତଦନ୍ତ ଏବେ ବି ଚାଲିଛି l କିନ୍ତୁ ଅପରାଧୀକୁ ଏ ପର୍ଯ୍ୟନ୍ତ ଧରାଯାଇ ପାରି ନାହିଁ ।
Published by:Anand Shankar Thankur Das
First published: