- News18 Odia
- Last Updated :
- Other, India
News18 Odia Digital
Nabarangapur Viral Video: ପରିଣତି ବୟସରେ ଭଙ୍ଗା ଗୋଡ଼ରେ ପ୍ଲାଷ୍ଟିକ ଚେୟାରକୁ ସାହାରା କରି ପେନସନ ପାଇଁ ଯାଉଥିଲେ ବୃଦ୍ଧା । ଭିିଡ଼ିଓ ଭାଇରାଲ ହେବା ପରେ ଏସବିଆଇକୁ ତାଗିଦ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ।ନବରଙ୍ଗପୁର ଝରିଗାଁର ବୃଦ୍ଧାଙ୍କ ଭିଡିଓକୁ ସେୟାର କରି ନିର୍ମଳା ସୀତାରମଣ ଷ୍ଟେଟ ବ୍ୟାଙ୍କ ପ୍ରଶ୍ନ କରିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟରେ ଲେଖିଛନ୍ତି, ‘ଏହାକୁ ସେହି ଅଞ୍ଚଳର ଏସବିଆଇ ମ୍ୟାନେଜର ଦେଖିପାରିବା କଥା। ଆଶା କରୁଛି ସେ ଦାୟିତ୍ବର ସହିତ କାର୍ଯ୍ୟାନୁଷ୍ଠାନ ନେବେ । ମାନବୀୟ ଦୃଷ୍ଟିକୋଣରୁ ଏହାକୁ ବିଚାର କରିବା କଥା । ସେଠାରେ କଣ ବ୍ୟାଙ୍କ ମିତ୍ର ନାହାନ୍ତି କି ?’ ନିର୍ମଳାଙ୍କ ଏହି ଟ୍ବିଟ୍ ସ୍ଥାନୀୟ ଏସବିଆଇ କର୍ତ୍ତୃପକ୍ଷ ମଧ୍ୟରେ ହଡକମ୍ପ ସୃଷ୍ଟି କରିଥିଲା ।
ନିର୍ମଳାଙ୍କ ଟ୍ବିଟ୍ ପରେ ୭୦ ବର୍ଷୀୟ ମହିଳାଙ୍କ ଘରେ ପହଁଚିଛନ୍ତି ଏସବିଆଇ ବ୍ୟାଙ୍କ ଟିମ୍ । ଏହା ଛଡା ନିର୍ମଳାଙ୍କ ଟ୍ବିଟ୍ ପରେ ସକ୍ରିୟ ହୋଇଛନ୍ତି ପ୍ରଶାସନିକ ଅଧିକାରୀ । ବୟସ୍କା ମହିଳା ସୂର୍ଯ୍ୟ ହରିଜନକୁ ସହାୟତାର ହାତ ବଢାଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ତାଙ୍କ ପାଖକୁ ଯାଇ ବକେୟା ଥିବା ଭତ୍ତା ଟଙ୍କା ସହ ଗୋଟାଏ ହୁଇଲ ଚେୟାର ଦେଇଛନ୍ତି। SBI ମଧ୍ୟ ଗୋଟିଏ ହୁଇଲ ଚେୟାର ପ୍ରଦାନ କରିଛି । ଏହା ସହ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ସୂର୍ଯ୍ୟାଙ୍କୁ ଭେଟି ଅନ୍ୟ ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କୁ ମାସିକ ସାତଶହ ଟଙ୍କା ପେନସନ ଏବଂ ଦଶ କିଲୋ ଲେଖାଏଁ ଚାଉଳ ଯୋଗେଇ ଦିଆଯିବ ବୋଲି ଜଣାପଡ଼ିଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।