ମଧୁରଝୋଳି ଗାଁ ଏବେ ବି ଶୂନଶାନ; ଖାଇବାକୁ ପାଉନାହାଁନ୍ତି ବୃଦ୍ଧ ବୃଦ୍ଧା ଓ ଗୃହ ପାଳିତ ପଶୁ!

ଗୁଣିଆ ସନ୍ଦେହରେ ଦୁଇ ଜଣଙ୍କୁ ମରାଣାନ୍ତ୍ରକ ଆକ୍ରମଣ କରିବା ସହ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଗାଁର ଘରେ ଘରେ ଚଢାଉ କରି ପ୍ରାୟ ୩୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ।

ମଧୁରଝୋଳି ଗାଁ

ମଧୁରଝୋଳି ଗାଁ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ସଙ୍ଗଦୋଷ ଓ ଗାଁ ମେଳିର କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ। ଗୁଣି ଗାରେଡି ସନ୍ଦେହରେ ଦୁଇଜଣଙ୍କୁ ଆକ୍ରମଣ ଓ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗ ପରେ ପୋଲିସ ନେଇଥିଲା କଡା କାର୍ଯ୍ୟାନୁଷ୍ଠାନ। ଘରେ ଘରେ ଚଢାଉ କରି ମହିଳା ପୁରୁଷଙ୍କୁ ଗିରଫ କରି ଜେଲକୁ ପଠାଇଥିବା ବେଳେ ଘଟଣାକୁ ବିତିଗଲା ଚାରି ଦିନ। ହେଲେ ଗାଁ ଦାଣ୍ଡ ଏବେ ପାଲଟି ଯାଇଛି ଜନଶୂନ୍ୟ । କେବଳ କିଛି ବୟସ୍କାଧିକ ବ୍ୟକ୍ତି ଓ ଗହପାଳିତ ପଶୁଙ୍କୁ ଛାଡି ଦେଲେ ଗାଁରେ କାହାରିକୁ କାହାର ଦେଖି ମିଳୁନି ।

ଆଜିକୁ ଠିକ ଚାରି ଦନ ପୂର୍ବେ ଏହି କବିସୂର୍ଯ୍ୟନଗର ଥାନା ଏହି ମଧୁରଝୋଳି ଗାଁ ଦାଣ୍ଡ ପୁରା ଅଶାନ୍ତ ହୋଇପଡିଥିଲା । ଗୁଣିଆ ସନ୍ଦେହରେ ଦୁଇ ଜଣଙ୍କୁ ମରାଣାନ୍ତ୍ରକ ଆକ୍ରମଣ କରିବା ସହ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସ ନେଇଥିଲା ମଧ୍ୟ କଠୋର ନିଷ୍ପତ୍ତି। ଗାଁର ଘରେ ଘରେ ଚଢାଉ କରି ପ୍ରାୟ ୩୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ।

ବର୍ତ୍ତମାନ କିଛି ବୃଦ୍ଧ ବୃଦ୍ଧା ଓ ଗୃହ ପାଳିତ ପଶୁଙ୍କୁ ଛାଡି ଦେଲେ ଗାଁ ପୁରା ଶୁନଶାନ ହୋଇଯାଇଛି। କୌଣସି ଗୋଟିଏ ପୁରୁଷକୁ ଗାଁରେ ଦେଖିବାକୁ ମିଳିନଥିବା ବେଳେ ସବୁରି ଘରେ ବନ୍ଦ ରହିଛି ତାଟି କବାଟରେ ଝୁଲୁଛି ତାଲା । କିଛି ବୃଦ୍ଧ ବୃଦ୍ଧା ଏବେ ପେଟକୁ ଦାନା ଯୋଗାଡ କରିବାରେ ଅସମର୍ଥ ହୋଇପଡିଲେଣି ।

କେହି କେହି କିଛି ମାଗି ଖାଉଛନ୍ତି । ଏମିତି କି ଆଉ କିଛି ଦିନ ଗଲେ ଚାଲି ପାରୁନଥିବା ବୃଦ୍ଧ ବୃଦ୍ଧା ମାନେ କଣ ଖାଇବେ ଓ କେମିତି ବଞ୍ଚିବେ ତାକୁ ନେଇ ଚିନ୍ତା ଲାଗିଲାଣି ବୋଲି କୁହନ୍ତି ଦୃଷ୍ଟିହୀନ ବ୍ୟକ୍ତି ଅର୍ଜୁନ ନାହାକ।

ଅନେକ ପୁଅ ବୋହୂ ଝିଅ ଏବେ ଜେଲର ଚାରିକାନ୍ଥ ଭିତରେ ରହି ନ୍ୟାୟଳୟର ରାୟକୁ ଅପେକ୍ଷା କରିଥିବା ବେଳେ ବୃଦ୍ଧ ବୃଦ୍ଧା ମାନେ କେଉଁଠେ ରୋଷେଇ କରିବେ କେଉଁଠେ ଖାଇବେ ସେ ନେଇ ଏବେ ଚିନ୍ତା ବଢିଲାଣି । ଏପଟେ ମୃତଙ୍କ ପରିବାର ସଦସ୍ୟ ମାନେ ମଧ୍ୟ ଗାଁ ଛାଡି ଚାଲିଯିବାକୁ ହେଲେଣି ସଜବାଜ ।

"ଏମିତି କି ଗାଁରେ ଅଶାନ୍ତି ପରେ ବି ମାର ଜୀବନ ଚାଲିଗଲା। ଏହି ଗାଁରେ ରହିବା ଆମ ପାଇଁ ବିପଦ। ଏଣୁ ଆମେ ବି ଗାଁ ଛାଡି ଆଉ କୁଆଡେ ଚାଲିଯିବୁ ବୋଲି କହିଛନ୍ତି ମୃତକ ମହିଳାଙ୍କ ଝିଅ ଅବନା ନାହାକ।

ତେବେ ଏ ନେଇ ପୋଲିସ ବିଭାଗ ପକ୍ଷରୁ କୌଣସି ମତ ରଖାଯାଉନଥିବା ବେଳେ ଗାଁରେ ଥିବା ବୟସ୍କ ବ୍ୟକ୍ତି ମାନଙ୍କୁ ମାନବିକାତା ଦୃଷ୍ଟିରୁ ଖାଦ୍ୟ ଯୋଗାଇ ଦେବାର ଆବଶ୍ୟକତା ରହିଛି ।
Published by:Soumya Das
First published: