ବାଲେଶ୍ୱର ସହରରେ ବିପଦସଙ୍କୁଳ ସ୍ଥିତିରେ ଥିବା ଓଭରବ୍ରିଜର ମରାମତି କାମ ଆରମ୍ଭ ହେବ

ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ଓଭରବ୍ରିଜର ମରାମତି କାମ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ଶେଷ ହେବାକୁ ଥିଲା । ହେଲେ ଦୋକାନ ଉଚ୍ଛେଦକୁ ନେଇ ବିବାଦ ଲାଗି ରହିଥିବାରୁ ଏହା ଆରମ୍ଭ ହୋଇପାରୁ ନ ଥିଲା ।

ବାଲେଶ୍ୱର ସହରରେ ବିପଦସଙ୍କୁଳ ସ୍ଥିତିରେ ଥିବା ଓଭରବ୍ରିଜର ମରାମତି କାମ ଆରମ୍ଭ ହେବ
ଦୋକାନ ଘର ଉଚ୍ଛେଦକୁ ଲୋକେ ସ୍ୱତଃପ୍ରବୃତ ଭାବରେ ସ୍ୱାଗତ କରିଛନ୍ତି ।
  • News18 Odia
  • Last Updated: September 27, 2020, 12:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାଲେଶ୍ୱର ସହର ମଧ୍ୟ ଦେଇ ଯାଇଥିବା ୩୪ ବର୍ଷ ପୁରୁଣା ଫକୀରମୋହନ ଓଭରବ୍ରିଜ ମରାମତି ଅଭାବରୁ ଗତ ସାତ ବର୍ଷ ତଳୁ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହାର ମରାମତି ଦାବି ନେଇ ଦୀର୍ଘ ଦିନ ଧରି ସହର ବାସୀଙ୍କ ପକ୍ଷରୁ ହୋଇଆସୁଥିବା ଦାବି ଏବେ ପୂରୁଣ ହେବାକୁ ଯାଉଛି । ସେଇଥି ପାଇଁ ଓଭରବ୍ରିଜ ତଳେ ଥିବା ଦେକାନଗୁଡ଼ିକୁ ଉଚ୍ଛେଦ କରିବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଓଭରବ୍ରିଜ ତଳେ ଦେକାନଗୁଡ଼ିକ ଜବର ଦଖଲ କରି ରହିଥିବାରୁ ଓଭରବ୍ରିଜର ମରାମତି କାର୍ଯ୍ୟ କରାଯାଇପାରୁ ନ ଥିଲା । ସୂଚନା ଅନୁସାରେ ଏହି ଓଭରବ୍ରିଜର ମରାମତି କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ । ବ୍ରିଜ ଉପରେ ଛୋଟ ଛୋଟ ମରାମତି କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି । ଦିଲ୍ଲୀର ହରକୋଲାସ ଷ୍ଟ୍ରକଚରାଲ ସିଷ୍ଟମ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ଏହି ପୋଲର ମରାମତି କାର୍ଯ୍ୟପାଇଁ ଟେଣ୍ଡର୍‌ ନେଇଛି । ଏହି ମରାମତି କାର୍ଯ୍ୟ ପାଇଁ ୫ କୋଟି ୫୨ ଲକ୍ଷ ୪୪ ହଜାର ୮୩୧ ଟଙ୍କାର ବ୍ୟୟ ବରାଦ ରହିଛି ।

ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ଶେଷ ହେବାକୁ ଥିଲା । ହେଲେ ଉଚ୍ଛେଦକୁ ନେଇ ବହୁ ସମୟରେ ବିବାଦ ଲାଗି ରହୁଥିବା କାରଣରୁ ଉଛେଦ କାର୍ଯ୍ୟ ହୋଇପାରୁ ନ ଥିଲା । ଏହା ଫଳରେ ମରାମତି କାର୍ଯ୍ୟ ସରିବାର ଅବଧି ବଢ଼ିଛି । ଆସନ୍ତା ୧୫ ମାସ ମଧ୍ୟରେ ଏହାକୁ ଶେଷ କରାଯିବାକୁ ଲକ୍ଷ ରକ୍ଷା ରଖାଯାଇଛି । ଓଭରବ୍ରିଜ ତଳେ ଥିବା ୨୦୦ରୁ ଅଧିକ ଦୋକାନ ଘରଗୁଡ଼ିକୁ ଉଛେଦ କରିବା ପରେ ମରାମତି କାର୍ଯ୍ୟ କରାଯିବ ।

ଫକୀରମୋହନ ଓଭରବ୍ରିଜ ଗତ ସାତ ବର୍ଷ ତଳୁ ବିପଦସଙ୍କୁଳ ଅବସ୍ଥାରେ ରହିଛି ।


ଟେଣ୍ଡର ନେଇଥିବା କମ୍ପାନୀର କର୍ମଚାରୀମାନେ ମଧ୍ୟ ବାଲେଶ୍ୱରରେ ଆସି ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରଜ ତଳେ ଥିବା ଦୋକନଗୁଡ଼ିକୁ ଖାଲି କରିବା ପାଇଁ ସପ୍ତାହକ ପୂର୍ବରୁ ନୋଟିସ ଦିଆଯାଇଥିଲା । ଶୁକ୍ରବାର ସେହି ସ୍ଥାନରେ ଦୋକନ ଉଚ୍ଛେଦ କରାଯିବ ବୋଲି ଉଲ୍ଲେଖ ରହିଥିଲା । ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟକୁ ତତ୍ପରତାର କରିବା ପାଇଁ ଦୋକାନ ଉଛେଦ ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ | IPL: ଧୋନି ପୁଣି ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିଲେନି; ସେହୱାଗ କହିଲେ - ‘ମୋଦୀଜୀ ଆପଣ କିଛି ବୁଝାନ୍ତୁ ତାକୁ’

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ପ୍ରଥମ ପର୍ଯ୍ୟାୟରେ ଆନନ୍ଦ ବଜାର ଠାରୁ ବସ୍‌ ଷ୍ଟାଣ୍ଡ ରାସ୍ତା ପର୍ଯ୍ୟନ୍ତ ପ୍ରଥମ ଦିନରେ ପାଖାପାଖି ୬୦ଟି ଦୋକାନ ଘର ଭଙ୍ଗା ଯାଇଛି । ଜେସିବି ମେସନ ସାହଯ୍ୟରେ ପୋଲ ତଳେ କରାଯାଇଥିବା ଦୋକାନ ଘରଗୁଡ଼ିକୁ ଭଙ୍ଗା ଯାଉଥିବା ବେଳେ ଲୋକେ ସ୍ୱତଃପ୍ରବୃତ ଭାବରେ ଏହାକୁ ସ୍ୱାଗତ କରିଛନ୍ତି ।



‘‘ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଶାନ୍ତିଶୃଙ୍ଖଳାରେ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଆଡ଼େଇବା ପାଇଁ ତହସିଲଦାରଙ୍କ ସମେତ ଟାଉନ ଡ଼ିଏସପି ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି,’’ କହିଛନ୍ତି ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀ ।
Published by: Anand Shankar Thankur Das
First published: September 27, 2020, 12:00 AM IST
corona virus btn
corona virus btn
Loading