ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗଞ୍ଜାମରେ ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୁଣ୍ଡବିହୀନ ମୃତ ଦେହ; ଗୁଣିଗାରେଡ଼ିରେ ହତ୍ୟା ସନ୍ଦେହ

ଗଞ୍ଜାମରେ ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୁଣ୍ଡବିହୀନ ମୃତ ଦେହ; ଗୁଣିଗାରେଡ଼ିରେ ହତ୍ୟା ସନ୍ଦେହ

ସ୍ଥାନୀୟ ଲୋକେ ଜଙ୍ଗଲ ଭତିରକୁ ଯିବା ପରେ ଏକ ମଣିଷ ଶରୀରର କିଛି ଅଂଶ ଏକ ସ୍ଥାନରେ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମର ଉପସ୍ଥିତିରେ ମାଟି ଖୋଳିବାରୁ ଏହି ବ୍ୟକ୍ତିଙ୍କ ମୁଣ୍ଡବିହୀନ ଦେହ ମିଳିଥିଲା ।

ଗଞ୍ଜାମରେ ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୁଣ୍ଡବିହୀନ ମୃତ ଦେହ; ଗୁଣିଗାରେଡ଼ିରେ ହତ୍ୟା ସନ୍ଦେହ
ମାଟି ଭିତରୁ ମୃତ ଦେହ ବାହାର କରାଯାଉଛି ।
  • News18 Odia
  • Last Updated: September 14, 2021, 6:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତ ଦେହ ମାଟି ତଳୁ ବାହାର କରାଯିବା ପରେ ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବି. ନୂଆପଲ୍ଲୀ ଗ୍ରାମରେ । ଏହି ଗ୍ରାମର ୬୦-ବର୍ଷୀୟ ଯୁଧିଷ୍ଠିର ପ୍ରଧାନ ଗତ ରବିବାର ସକାଳଠାରୁ ନିଖୋଜ ଥିଲେ । ଏବେ ତାଙ୍କ ମୃତ ଦେହ ମିଳିଛି ।

ରବିବାର ସକାଳେ ପ୍ରଧାନ ନିଜ ଘରୁ ବାହାରି କିଛି କାଗଜପତ୍ରର ଜେରେକ୍ସ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ସେ ନିଖୋଜ ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଗତ କାଲି ସନ୍ଧ୍ୟା ସମୟରେ ଗାଁ ମୁଣ୍ଡରେ ରହିଥିବା ଜଙ୍ଗଲରେ ତାଙ୍କ ସାଇକେଲ୍‌, ପୋଷାକ ଓ କିଛି କାଗଜପତ୍ର ପଡ଼ିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀମାନେ ।

ଏହା ବି ପଢ଼ନ୍ତୁ | ପତି, ପତ୍ନୀ, ଲକଡାଉନ୍ ୱର୍କ୍ ଫ୍ରମ୍ ହୋମ୍: ଜଣେ ପତ୍ନୀଙ୍କ ଅନୁରୋଧ ଶୁଣି ଲୋକେ ହସି ହସି ଗଡୁଛନ୍ତି

ତା’ ପରେ ଜଙ୍ଗଲ ଭତିରକୁ ସ୍ଥାନୀୟ ଲୋକେ ଯିବା ପରେ ଏକ ମଣିଷ ଶରୀରର କିଛି ଅଂଶ ଏକ ସ୍ଥାନରେ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଗତ କାଲି ରାତିରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଆଜି ସକାଳେ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍‌ ଟିମର ଉପସ୍ଥିତିରେ ମାଟି ଖୋଳା ଯାଇଥିଲା । ମାଟି ଖୋଳିବା ପରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତ ଦେହ ମିଳିଥିଲା । ପରିବାର ଲୋକେ ଉକ୍ତ ମୃତଦେହକୁ ଯୁଧିଷ୍ଠିର ପ୍ରଧାନଙ୍କର ବୋଲି ଚିହ୍ନଟ କରିଥିଲେ ।

ଖଲ୍ଲିକୋଟ ଥାନା ପୋଲିସ ଏବେ ତଦନ୍ତ ଚଳାଇଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଝିଅ ଏଶା ଦେଓଲ୍ନୃତ୍ୟ କରିଥିଲେ

ପୋଲିସ ମୃତ ଦେହକୁ ଜବତ କରି ବ୍ରହ୍ମପୁର ଏମ୍‌.କେ.ସି.ଜି. ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ କରି ପୋଲିସ ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଗୁଣିଗାରେଡ଼ିକୁ ନେଇ ଏହି ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଉଛି ।

ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି

ତାଙ୍କ ପରିବାର ଲୋକେ କହିଛନ୍ତି ଯେ ଗତ ରବିବାର ଦିନ କିଛି ଡକ୍ୟୁମେଣ୍ଟର ଜେରେକ୍ସ କରି ଯୁଧିଷ୍ଠିର ଘରକୁ ଫେରିବା ସମୟରେ ଗାଁ ମୁଣ୍ଡରେ ଥିବା ଜଙ୍ଗଲ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଓ ଜୀବନରୁ ମାରି ଦେଇଥିଲେ । ତା’ ପରେ ମାଟି ତଳେ ପୋତି ଦେଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି ଯୁଧିଷ୍ଠିରଙ୍କ ପରିବାର ଲୋକେ ।



‘‘ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ଉପରେ ବିଶ୍ବାସ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଯେଉଁମାନେ ଗୁଣିଗାରେଡ଼ି କରୁଛନ୍ତି ଓ ଗୁଣିଗାରେଡ଼ି ସନ୍ଦେହରେ ଲୋକଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ।
Published by: Anand S.T. Das
First published: September 14, 2021, 6:26 PM IST