ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ; କ୍ୟାମେରା ସାମ୍ନାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ; କ୍ୟାମେରା ସାମ୍ନାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ସିସିଟିଭିରେ ତାଙ୍କ ମୃତ୍ୟୁ ଦେଖିବା ପରେ ନରେନ୍ଦ୍ର ପୁଷ୍କରିଣୀରେ ପରିମଳ କର୍ମଚାରୀ ଭାବେ ଡ୍ୟୁଟି କରୁଥିବା ଜଗନ୍ନାଥ ଭୋଇ, ବଳରାମ ଭୋଇ ଓ ବିରଞ୍ଚି ଭୋଇ ଘଟଣା ସ୍ଥଳକୁ ଦୌଡି ଯାଇ ନିତ୍ୟାନନ୍ଦଙ୍କ ମୃତ ଦେହ ବାହାରକୁ ଆଣିଥିଲେ।

ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ; କ୍ୟାମେରା ସାମ୍ନାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
କ୍ୟାମେରା ସାମ୍ନାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
  • News18 Odia
  • Last Updated: November 13, 2021, 5:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧ ଦରଜି । ସେ ହେଲେ କୁମ୍ଭାରପଡ଼ା ଥାନା ଅଧୀନ ଖାକିମଠ ନୂଆ ସାହିର ୬୫ ବର୍ଷୀୟ ନିତ୍ୟାନନ୍ଦ ସ୍ୱାଇଁ । ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ମୃତ୍ୟୁ ସମୟର ଭିଡିଓ ଫୁଟେଜ୍‌ ଭାଇରାଲ୍‌ ହୋଇଛି ।

ମୃତ ନିତ୍ୟାନନ୍ଦଙ୍କ ପୁଅ ନିରଞ୍ଜନ ସ୍ୱାଇଁଙ୍କ କହିବା ଅନୁସାରେ, "ବାପା ସକାଳେ ନରେନ୍ଦ୍ରକୁ ସ୍ନାନ କରିବା ପାଇଁ ଆସିଥିଲେ । ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ବାପା ମାର୍କେଟ୍‌ ଛକ ସ୍ଥିତ ଶଶୀ ଟେଲର୍ସରେ ଦରଜି ଭାବେ କାମ କରୁଥିଲେ । ଖାକିମଠ ନୂଆ ସାହିରେ ତାଙ୍କ ବଡ଼ ଭାଇଙ୍କ ପରିବାରରେ ଆଶ୍ରୟ ନେଉଥିବାବେଳେ ଆମ ପରିବାର ଗୁଣ୍ଡିଚା ମନ୍ଦିର ପଛ ପଟେ ଭଡ଼ା ଘରେ ରହୁଛନ୍ତି । ଗତ କାଲି ତାଙ୍କର ମୃତ୍ୟୁ ଖବର ପାଇବା ପରେ ଆମେ ନରେନ୍ଦ୍ର ପୁଷ୍କରିଣୀକୁ ଆସିଥିଲୁ । କାରଣ ଆମକୁ ପୋଲିସ ଫୋନ କରି ଏ ବିଷୟରେ ଜଣାଇଥିଲା । ତା' ପରେ ଏଠାକୁ ଆସି ମୃତ ଦେହ ବାପା ନିତ୍ୟାନନ୍ଦଙ୍କର ବୋଲି ସ୍ପଷ୍ଟ କରିବା ପରେ ପୋଲିସ ମୃତ ଦେହକୁ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରିଛି।’’

ନରେନ୍ଦ୍ର ପୁଷ୍କରିଣିରେ ଡ୍ୟୁଟି କରୁଥିବା କର୍ମଚାରୀ ବିରଞ୍ଚି ଭୋଇଙ୍କ କହିଛନ୍ତି, "ନିତ୍ୟାନନ୍ଦ ଜଣେ ଦରଜି। ସେ ଶଶି ଟେଲର ଦୋକାନରେ କାର୍ଯ୍ୟ କରନ୍ତି। ଆଉ ପ୍ରତିଦିନ ନରେନ୍ଦ୍ର ପୁଷ୍କରିଣୀ ଆସି ସ୍ନାନ କରିଯାନ୍ତି। ତେବେ ଗତ କାଲି ତାଙ୍କ ପାଇଁ ଥିଲା ଅଶୁଭ ଦିନ। ସେ ଗାଧୋଉଥିବା ସମୟରେ କେହି ସେଠାରେ ଉପସ୍ଥିତ ନ ଥିଲେ। ତେଣୁ ଗାଧୋଇବା ସମୟରେ ତାଙ୍କ ଗୋଡ ଖସିଯାଇଥିଲା । ଯାହା ଦ୍ବାରା ତାଙ୍କର ମୃତ୍ୟୁ ହୋଇଛି ।

ସିସିଟିଭିରେ ତାଙ୍କ ମୃତ୍ୟୁ ଦେଖିବା ପରେ ନରେନ୍ଦ୍ର ପୁଷ୍କରିଣୀରେ ପରିମଳ କର୍ମଚାରୀ ଭାବେ ଡ୍ୟୁଟି କରୁଥିବା ଜଗନ୍ନାଥ ଭୋଇ, ବଳରାମ ଭୋଇ ଓ ବିରଞ୍ଚି ଭୋଇ ଘଟଣା ସ୍ଥଳକୁ ଦୌଡି ଯାଇ ନିତ୍ୟାନନ୍ଦଙ୍କ ମୃତ ଦେହ ବାହାରକୁ ଆଣିଥିଲେ।

କୁମ୍ଭାରପଡା ଥାନା ଅଧିକାରୀ ଏ.ଏସ୍‌.ଆଇ. ଅଜିତ ବିଶ୍ୱାଳଙ୍କ କହିଛନ୍ତି, "କିଭଳି ନିତ୍ୟାନନ୍ଦଙ୍କ ମୃତ୍ୟୁ ହେଲା ତା'ର ତଦନ୍ତ ଆରମ୍ଭ କରାଯାଇଛି। ତେବେ ମୃତ ଦେହ ଭାସୁଥିବା ଖବର ପାଇ ଆମେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପୁରୀ ମେଡିକାଲକୁ ପଠାଇଥିଲୁ। ଆଉ ନରେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯାଇଥିଲା। ସିସିଟିଭି କ୍ୟାମେରା ଯାଞ୍ଚ ବେଳେ ତାଙ୍କ ମୃତ୍ୟୁ ସମୟର ଲାଇଭ୍‌ ଫୁଟେଜ୍‌ ସାମ୍ନାକୁ ଆସିଥିଲା । ପୁଷ୍କରିଣୀରେ ପଶିବା ପରେ ସେ ବୁଡି ଯାଉଥିବାର ଦେଖିବାକୁ ମିଳିଥିଲା । ପହଁରା ଜାଣି ନଥିବାରୁ କିଛି ସମୟ ଧରି ପାଣିରେ ବୁଡ଼ିବା ଓ ମୁଣ୍ଡ ଉପରକୁ ଉଠାଇ ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କରି ବିଫଳ ହେଉଥିଲେ। ଆସ୍ତେ ଆସ୍ତେ ନିସ୍ତେଜ ହୋଇଯିବା ପରେ ପାଦରେ ଚପଲ ଥିବାରୁ ଗୋଡ ଉପରକୁ ଟେକି ହୋଇ ଯାଉଛି । ଏହି ସମୟରେ ମଧ୍ୟ ଗୋଡ ଛାଟି କୂଳକୁ ଆସିବାକୁ ଉଦ୍ୟମ କରିବାବେଳେ ପାଦରୁ ଚପଲ ବାହାରି ଯାଇ ଛିଟିକି ପଡିଥିଲା । ଶେଷରେ ସମ୍ପୂର୍ଣ୍ଣ ବୁଡ଼ି ଯାଇ ପ୍ରାଣ ହରାଉଛନ୍ତି ନିତ୍ୟାନନ୍ଦ । ବୃଦ୍ଧ ଆତ୍ମହତ୍ୟା କରିଥିବା କିଛି ଲୋକେ ମତ ଦେଉଛନ୍ତି । କିନ୍ତୁ ଆତ୍ମହତ୍ୟା କରିବାର କିଛି ସୁରାକ୍‌ ଏଯାବତ ମିଳିନାହିଁ। ଯଦି ସେ ଆତ୍ମହତ୍ୟା କରିବାକୁ ଯାଇଥିଲେ ତେବେ ପୋଷାକ ବଦଳି ଗାମୁଛା କାହିଁକି ପିନ୍ଧିଥିଲେ ।’’

ନରେନ୍ଦ୍ର ପୁଷ୍କରିଣୀକୁ ଦୈନିନ୍ଦିନ ଅନେକ ଲୋକ ସ୍ନାନ ପାଇଁ ଆସୁଥିବା ବେଳେ ଅନେକ ବୁଡ଼ ପକାଇବା ପାଇଁ ଆସିଥାନ୍ତି । ତେଣୁ ସେଠାରେ କିଛି ସ୍ଥାନୀୟ ଯୁବକଙ୍କୁ ନରେନ୍ଦ୍ର ପୁଷ୍କରିଣୀର ପରିଷ୍କାର ପରିଛନ୍ନତା ଦାୟିତ୍ୱ ଦିଆଯାଇଛି। ସେମାନେ ବି ପର୍ଯ୍ୟଟକ ବା ଶ୍ରଦ୍ଧାଳୁଙ୍କ ସ୍ନାନ ସମୟରେ ଜଗିବା ଓ ପାହାଚଗୁଡିକରେ ଶିଉଳି ସଫା ନ ହେଉଥିବାରୁ ଏଭଳି ଗୋଡ ଖସି ମଧ୍ୟ ଅନେକ ଆହତ ହେଉଛନ୍ତି। ଏଥି ପାଇଁ ନରେନ୍ଦ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ଅଛି ବୋଲି ମତ ରଖିଛନ୍ତି ସମସ୍ତେ।
Published by: Lipina Das
First published: November 13, 2021, 5:32 PM IST