ବାଲେଶ୍ୱର: ପୋଖରୀ ହୁଡ଼ାରେ ବୃଦ୍ଧ ଦମ୍ପତିଙ୍କ ଶବ ମିଳିଲା; ପୁଅ ଓ ବୋହୂଙ୍କ ଉପରେ ହତ୍ୟା ସନ୍ଦେହ

ବୃଦ୍ଧ ଦମ୍ପତିଙ୍କ ନାମରେ ଗୋଟିଏ ରାସନ କାର୍ଡ଼ ଥିବା ବେଳେ ତାଙ୍କ ପୁଅ ଓ ବୋହୂଙ୍କ ନାମରେ ମଧ୍ୟ ଗୋଟିଏ ରାସନ କାର୍ଡ଼ ରହିଛି । ହେଲେ ଅନେକ ସମୟରେ ସେମାନଙ୍କ ପରିବାର ମଧ୍ୟରେ କଳି ଝଗଡା ଲାଗି ରହୁଥିବା କହିଛନ୍ତି କେତେକ ଗ୍ରାମବାସୀ ।

ବାଲେଶ୍ୱର: ପୋଖରୀ ହୁଡ଼ାରେ ବୃଦ୍ଧ ଦମ୍ପତିଙ୍କ ଶବ ମିଳିଲା; ପୁଅ ଓ ବୋହୂଙ୍କ ଉପରେ ହତ୍ୟା ସନ୍ଦେହ
ଏହି ପୋଖରୀ ହୁଡ଼ାରେ ମିଳିଥିଲା ବୃଦ୍ଧ ଦମ୍ପତିଙ୍କ ଶବ ।
  • News18 Odia
  • Last Updated: January 22, 2021, 4:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ପୁଅବୋହୂ ପରିଣତ ବୟସରେ ପହଞ୍ଚିଥିବା ନିଜ ବାପା ମା’ଙ୍କ ଯତ୍ନ ନେବା ପରିବର୍ତ୍ତେ ସେମାନଙ୍କୁ ନିର୍ଯ୍ୟାତନା ଦେଉଥିବାର ଅନେକ ଘଟଣା ଦେଖିବାକୁ ମିଳୁଥିବା ବେଳେ ଭୋଗରାଇରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୁଅ ଓ ବୋହୂ ନିଜ ଜନ୍ମକଲା ମା’ ଓ ବାପାଙ୍କୁ ମାରି ବାହାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ଭୋଗରାଇ ଥାନା ଅର୍ନ୍ତଗତ ଫୁଲବଣୀ ଗ୍ରାମରେ ଗୁରୁବାର ସକାଳେ ଏକ ପୋଖରୀ ହୁଡ଼ାରେ ଏକ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ପାଖାପାଖି ପଡ଼ିଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ମୃତ ଶରୀର ନିକଟରେ ଏକ ପାଣି ବୋତଲ ଓ ଟର୍ଚ୍ଚ ପଡ଼ିଥିଲା । ଗ୍ରାମବାସୀମାନେ ଭୋଗରାଇ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଦମ୍ପତିଙ୍କ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ଦେଖନ୍ତୁ ଫଟୋ | ଅଭିନେତ୍ରୀ ଏଶା ଗୁପ୍ତାଙ୍କ ତାଜା ଫଟୋ ସବୁ ଦେଖି ତାଙ୍କ ପ୍ରଶଂସକମାନେ କହିଲେ, ‘‘ଓଃ ଓଃ!’’

ମୃତ ଦମ୍ପତି ହେଉଛନ୍ତି ସେହି ଗ୍ରାମର କାହ୍ନୁ ମଣ୍ଡଳ ଓ ତାଙ୍କ ପତ୍ନୀ ବାସନ୍ତୀ ମଣ୍ଡଳ । ମୃତକଙ୍କ ପୁତୁରା ନନିଗୋପାଳ ମଣ୍ଡଳ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ୧୯/୨୧ ନମ୍ବରରେ ଏକ ମାମଲା ରୁଜୁ କରି ମୃତ ଦମ୍ପତିଙ୍କ ପୁଅ ଶଶିକାନ୍ତ ମଣ୍ଡଳ ଓ ତାଙ୍କ ବୋହୂ ଶାନ୍ତିଲତା ମଣ୍ଡଳଙ୍କୁ ଅଟକ ରଖିଛି ।

ପୋଲିସ ଆସିବା ଆଗରୁ ଏମିତି ପଡ଼ିଥିଲା ବୃଦ୍ଧ ଦମ୍ପତିଙ୍କ ଶବ ।


ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଶାନ୍ତିଲତା ହେଉଛନ୍ତି ଶଶିକାନ୍ତଙ୍କ ଦ୍ୱିତୀୟ ପତ୍ନୀ । କିଛି ବର୍ଷ ପୂର୍ବରୁ ଶଶିକାନ୍ତଙ୍କ ପ୍ରଥମ ପତ୍ନୀ ଆତ୍ମହତ୍ୟା କରିଥିଲେ । ଶଶିକାନ୍ତଙ୍କ ପୁଅବୋହୂ, ଦୁଇ ନାତି ଓ ଦୁଇ ନାତୁଣୀ ଓ ତାଙ୍କ ପତ୍ନୀ ଫୁଲବଣି ଗ୍ରାମରେ ରହନ୍ତି । ବାସନ୍ତୀଙ୍କ ଦୁଇ ଝିଅଙ୍କର ମଧ୍ୟ ବିବାହ ସରିଛି । ବୃଦ୍ଧ ଦମ୍ପତିଙ୍କ ନାମରେ ଗୋଟିଏ ରାସନ କାର୍ଡ଼ ଥିବା ବେଳେ ପୁଅ ଓ ବୋହୂଙ୍କ ନାମରେ ମଧ୍ୟ ଗୋଟିଏ ରାସନ କାର୍ଡ଼ ରହିଛି । ହେଲେ ଅନେକ ସମୟରେ ସେମାନଙ୍କ ପରିବାର ମଧ୍ୟରେ କଳି ଝଗଡା ଲାଗି ରହିଥାଏ । ପୁଅ ଶଶିକାନ୍ତ ଓ ବୋହୂ ଶନ୍ତିଲତା ଅନେକ ସମୟରେ ନିଜ ବୃଦ୍ଧ ଶାଶୁ ଶ୍ୱଶୁରଙ୍କୁ ନିର୍ଯ୍ୟାତନା ଦେବା ସହ ଖାଇବାକୁ ଦେଉ ନ ଥିବାରୁ ଘରେ ଅଶାନ୍ତି ଲାଗି ରହିଥିଲା ବୋଲି କହିଛନ୍ତି କେତେକ ଗ୍ରାମବାସୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ଗିରଫ

‘‘ବୁଧବାର ରାତିରେ ମୋ’ ବାପା ଓ ମା’ ଖାଇ ସାରି ଘରେ ଶୋଇଥିଲେ । ଗୁରୁବାର ସକାଳେ ମୁଁ ମୂଲ ଲାଗିବା ପାଇଁ ବାହାରକୁ ଚାଲିଯାଇଥିଲା । ସେମାନଙ୍କୁ କେହି ଡାକି ନ ଥିଲେ । ସକାଳ ପ୍ରାୟ ୯ଟା ବେଳେ ଚାଷ ଜମିକୁ ଗାଁ ଲୋକେ ଆସି ମୋ’ ବାପା ଓ ମା’ ମରି ପଡ଼ିଥିବା ଖବର ଦେଇଥିଲେ । ସେମାନଙ୍କ ମୁହଁରୁ କୀଟନାଶାକ ଔଷଧର ଫେଣ ବାହାରୁଥିଲା ଓ ଗନ୍ଧ ହେଉଥିଲା ବୋଲି କହିଥିଲେ ସେମାନେ,’’ କହିଛନ୍ତି ଶଶିକାନ୍ତ ।

ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲା

ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟଛେଦ ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ଅପରାହ୍ଣରେ ତହସିଲଦାର କଳାକାନ୍ତ ପଣ୍ଡା ଓ ସାଇଣ୍ଟିଫିକ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।



‘‘ଆମେ ମୃତ ଦମ୍ପତିଙ୍କ ପୁଅ ଓ ବୋହୂଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛୁ ଓ ଅଧିକ ତଦନ୍ତ ଚଳାଇଛୁ । ହତ୍ୟା ହୋଇଛି ବୋଲି ମୃତ ଦମ୍ପତିଙ୍କ ପୁତୁରା କରିଥିବା ଅଭିଯୋଗ ଉପରେ ବି ଆମେ ଗୁରୁତ୍ୱ ଦେଉଛୁ । ପୋଷ୍ଟ ମର୍ଟମ୍‌ ରିପୋର୍ଟ୍‌ ଓ ଫରେନସିକ ରିପୋର୍ଟ ମିଳିବାକୁ ଅପେକ୍ଷା କରାଯାଉଛି,’’କହିଛନ୍ତି ଥାନା ଅଧିକାରୀ ସୁଜାତା ଖମାରୀ ।
Published by: Anand Shankar Thankur Das
First published: January 22, 2021, 4:11 PM IST