ଧାନ ବିଲରେ ପ୍ରେମ; ପରିଣତ ବୟସରେ ବାହା ହେଲେ କେନ୍ଦ୍ରାପଡାର ବୃଦ୍ଧ ବୃଦ୍ଧା

ବିଲରେ ଧାନ ଅମଳ କରୁଥିବା ସମୟରେ ଆଖିରେ ମିଶିଲା ଆଖି । କଥାବାର୍ତ୍ତାରୁ ପରେ ଉଭୟଙ୍କ ମନ ବି ମିଶିଗଲା । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ କେନ୍ଦ୍ରାପଡାର ଏହି ବୃଦ୍ଧ,ବୃଦ୍ଧା ।

ଧାନ ବିଲରେ ପ୍ରେମ; ପରିଣତ ବୟସରେ ବାହା ହେଲେ କେନ୍ଦ୍ରାପଡାର ବୃଦ୍ଧ ବୃଦ୍ଧା

ଧାନ ବିଲରେ ପ୍ରେମ; ପରିଣତ ବୟସରେ ବାହା ହେଲେ କେନ୍ଦ୍ରାପଡାର ବୃଦ୍ଧ ବୃଦ୍ଧା

  • News18 Odia
  • Last Updated :
  • Kendrapara, India
  • Share this:
News 18 Odia Digital

କେନ୍ଦ୍ରାପଡା; କୁହାଯାଏ ପ୍ରେମ ପାଇଁ ଜାତି, ଗୋତ୍ର, ବୟସର କୌଣସି ଭେଦଭାବ ନାହିଁ । ଆଖିରେ ଆଖି ମିଶିଗଲେ ପ୍ରେମ ହେଇଯାଏ । ଗୋଟିଏ ମନ ଆଉ ଗୋଟେ ମନ ସହ ମିଶିବାକୁ କୌଣସି ବାଧାବିଘ୍ନ ଅଟକାଇପାରେ ନାହିଁ । ଏହା ଆଜି ସତ ସାବ୍ୟସ୍ତ ହୋଇଛି । ପରିଣତ ବୟସରେ ବି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ ପ୍ରେମୀ । ଏହା କୌଣସି ଅନ୍ୟ ରାଜ୍ୟ କିମ୍ୱା ଦେଶ ବାହାରର ଖବର ନୁହେଁ । ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଖବର ଏବେ ସାରା ରାଜ୍ୟ ଓ ରାଜ୍ୟ ବାହାରେ ଚର୍ଚ୍ଚାର ବିଷୟ ହୋଇଛି । ମହାକାଳପଡା ଗୁଳୁଦିଆ ଗାଁର ଜଣେ ବୃଦ୍ଧ ସ୍ଥାନୀୟ ଜଣେ ବୃଦ୍ଧାଙ୍କୁ ବିବାହ କରିଛନ୍ତି । ବୃଦ୍ଧଙ୍କ ନାମ ହେଉଛି ଶକ୍ତି ପ୍ରସାଦ ମିସ୍ତ୍ରୀ । ତାଙ୍କର ବୟସ ୬୩ ଛୁଇଁଲାଣି । ସେହିପରି ବୃଦ୍ଧାଙ୍କ ଭଜେଶ୍ୱରୀ ତାଙ୍କ ବୟସ ୬୭ । ଶକ୍ତିଙ୍କ ଠାରୁ ଭଜେଶ୍ୱରୀ ୪ବର୍ଷ ବଡ଼ । ତଥାପି ବୟସର ସୀମାକୁ ଖାତିର ନକରି ଏ ଦୁହେଁ ବିବାହ କରିଛନ୍ତି ।

ସୂଚନାଅନୁଯାୟୀ, ବିଲରେ ଧାନ ଚାଷ କରୁଥିଲେ ଶକ୍ତି । ଧାନ ଅମଳ ସମୟରେ ଭାଜେଶ୍ୱରୀଙ୍କ ପ୍ରେମରେ ପଡିଥିଲେ ଶକ୍ତି । ସେଇଠି ଦେଖାଚାହାଁରେ ଆଖିରେ ଆଖି ମିଶି ପ୍ରେମ ହୋଇଥିଲା ଉଭୟଙ୍କୁ । ପରେ ଉଭୟେ ମିଳାମିଶା କରିଥିଲେ । ଏ ଖବର ଗାଁର ଲୋକେ ମଧ୍ୟ ଜାଣିବାକୁ ପାଇଲେ । ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା । ସେହି କାରଣରୁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଶପଥ ନେଲେ ।

ଶକ୍ତି ନିଜ ଧର୍ମପତ୍ନୀଙ୍କୁ ୬ବର୍ଷ ତଳେ ହରାଇଥିଲେ । ଶକ୍ତିଙ୍କର ପୁଅ, ବୋହୂ ଓ ଝିଅ ଜ୍ୱାଇଁ ମଧ୍ୟ ଅଛନ୍ତି । କିନ୍ତୁ ପତ୍ନୀଙ୍କୁ ହରାଇବା ପରେ ଶକ୍ତିଙ୍କ ଶକ୍ତି ଯେପରି କମିବାରେ ଲାଗିଥିଲା । ଜୀବନକୁ ଖୁବ କଷ୍ଟରେ ଅତିବାହିତ କରୁଥିଲେ । ମାନସିକ ଯନ୍ତ୍ରଣା ଭୋଗୁଥିଲେ । ସେହି ଅଭାବକୁ ଦୂର କରିବା ପାଇଁ ପୁଣିଥରେ ବିବାହ କରିବାକୁ ଶକ୍ତି ସ୍ଥିର କରିଥିଲେ ।

ଠିକ ସେମିତି ଭଜେଶ୍ୱରୀଙ୍କ ପରିବାରରେ ୨ପୁଅ, ଝିଅ ମଧ୍ୟ ଅଛନ୍ତି । ଚାକିରି କରିବା ପରେ ପୁଅ ନିଜ ସ୍ତ୍ରୀ ସହ ଜୀବନ ଅତିବାହିତ କରୁଛି । ଝିଅ ବିବାହ ପରେ ଶାଶୁଘରେ ରହୁଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଭଜେଶ୍ୱରୀ ମଧ୍ୟ ଏକଲା ଅନୁଭବ କରୁଥିଲେ । ତେଣୁ ଶକ୍ତିଙ୍କ ପ୍ରସ୍ତାବକୁ ଭଜେଶ୍ୱରୀ ମନା ନକରି ସ୍ୱିକାର କରିବା ସହ ବିବାହ କରିବାକୁ ରାଜି ହୋଇଥିଲେ । ଭଜେଶ୍ୱରୀ ବିବାହ କରିବା ପୂର୍ବରୁ ନିଜ ପରିବାର ଲୋକେ ଏହାକୁ ମନା କରୁଥିଲେ । କିନ୍ତୁ କଥାରେ ଅଛି ଯେଉଁଠି ଦୁଇ ମନର ମିଳନ ହୋଇଛି ସେଠାରେ କିଏ ବା ପ୍ରତିବନ୍ଧକ ଲଗାଇବ । ସ୍ଥାନୀୟ ଏକ ଜଗନ୍ନାଥ ମନ୍ଦିରରେ ଉଭୟେ ଶକ୍ତି ଓ ଭଜେଶ୍ୱରୀ ପତି, ପତ୍ନୀ ବନ୍ଧନରେ ବାନ୍ଧି ହୋଇଛନ୍ତି ।
Published by:Soubhagya Mishra
First published: