OJS ୨୦୨୧ ରେଜଲ୍ଟ; ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ... ଆଦ୍ୟାଶା ମିଶ୍ର ଟପ୍ପର

OJS-୨୦୨୧ ରେଜଲ୍ଟ; ପରୀକ୍ଷାରେ ଚଳିତଥର ଆଦ୍ୟାଶା ମିଶ୍ର ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଚେତନା ପଟ୍ଟନାୟକ ଏବଂ ଏ.ଗୀତାଞ୍ଜଳି ନାଇଡୁ ।

OJS ୨୦୨୧ ରେଜଲ୍ଟ; ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ... ଆଦ୍ୟାଶା ମିଶ୍ର ଟପ୍ପର

OJS ୨୦୨୧ ରେଜଲ୍ଟ; ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ... ଆଦ୍ୟାଶା ମିଶ୍ର ଟପ୍ପର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; OJS-୨୦୨୧ ରେଜଲ୍ଟ ଗତକାଲି ପ୍ରକାଶ ପାଇଛି । ପରୀକ୍ଷାରେ ସମୁଦାୟ ୫୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏନେଇ OPSC ତରଫରୁ ସୂଚନା ପ୍ରଦାନ କରାଯାଇଛି । ପରୀକ୍ଷାରେ ଚଳିତଥର ଆଦ୍ୟାଶା ମିଶ୍ର ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଚେତନା ପଟ୍ଟନାୟକ ଏବଂ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନ ଲାଭ ପାଇଛନ୍ତି । ଚତୁର୍ଥ ନମ୍ୱରରେ ବିଭୂ ପ୍ରସାଦ ନାୟକ, ପଞ୍ଚମରେ ସୁମୀତା ରଥ, ଷଷ୍ଠ ସ୍ଥାନରେ ରାଜଲକ୍ଷ୍ମୀ ମହାନ୍ତି, ସପ୍ତମରେ ରାଜେଶ ମିଶ୍ର, ଅଷ୍ଟମ ସ୍ଥାନରେ ସୁସ୍ମିତା ମିଶ୍ର, ନବମ ସ୍ଥାନରେ ସିତେଶ ମହାନ୍ତି, ଦଶମରେ ବିନାୟକ ପ୍ରସାଦ ସାହୁ ରହିଛନ୍ତି ।ସମୁଦାୟ ୫୦ଜଣ ପରୀକ୍ଷାର୍ଥୀଙ୍କ ଭିତରେ ୨୮ଜଣ ଝିଅ ରହିଛନ୍ତି ।

ଓଜେଏସ ଟପ୍ପର ଆଦ୍ୟାଶା ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ମତେ ପ୍ରଥମ ସୁଯୋଗରେ ସଫଳତା ମିଳିଛି । ପରୀକ୍ଷା ଖୁବ ଭଲ ହୋଇଥିଲା । ଟପ୍ପର ହେବି ବୋଲି କେବେ ଭାବିନଥିଲି । ମୁଁ ଖୁବ୍ ପରିଶ୍ରମ କରିଥିଲି । ସିଭିଙ୍କ ସହଯୋଗ ଏବଂ ବାପା,ମାଆଙ୍କ ଆଶୀର୍ବାଦ ପାଇଁ ଏ ସଫଳତା ମିଳିଛି । ତେବେ ଆଦ୍ୟାଶା ଅନୁଗୋଳରୁ ଆସି ରାଜଧାନୀରେ ପାଠ ପଢୁଥିଲେ । ତାଙ୍କ ବାପା ଜଣେ ପ୍ରଫେସର ଭାବରେ ଓୟୁଏଟିକେ କାର୍ଯ୍ୟ କରନ୍ତି ।
Published by:Soubhagya Mishra
First published: