ସେପ୍ଟେମ୍ବର ୯ରୁ ୧୫ ଭିତରେ ହେବ OJEE ପରୀକ୍ଷା; ଏଥର ସମ୍ପୂର୍ଣ୍ଣ ଅନଲାଇନ ମୋଡ଼ରେ ହେବ ପରୀକ୍ଷା

ପୂର୍ବରୁ ୧୦ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ପରେ ଅନ୍ୟ ପାଞ୍ଚଟି ସହରରେ କେନ୍ଦ୍ର କରାଯାଇଥିଲା । ଏବେ ଆଉ କିଛି ସେଣ୍ଟର ବଢ଼ାଇବା ଉପରେ ବିଚାର ଚାଲିଛି। ପଲିଟେକ୍ନିକ ଓ ITIରେ ହୋଇପାରେ ସେଣ୍ଟର ।

ସେପ୍ଟେମ୍ବର ୯ରୁ ୧୫ ଭିତରେ ହେବ OJEE ପରୀକ୍ଷା; ଏଥର ସମ୍ପୂର୍ଣ୍ଣ ଅନଲାଇନ ମୋଡ଼ରେ ହେବ ପରୀକ୍ଷା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 11, 2020, 7:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଜେଇଇ (OJEE) ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି । ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ୟନ୍ତି ଓଜେଇଇ ପରୀକ୍ଷା ଆୟୋଜିତ ହେବ । ଚଳିତ ବର୍ଷ କମ୍ପୁଟରବେସ୍ଡ ମୋଡ଼ରେ ବା ସିବିଟି ମୋଡ଼ରେ ହେବ ପରୀକ୍ଷା । ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ ହେବାକୁ ଯାଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଯାହା ଟିସିଏସ ଦ୍ୱାରା ପରିଚାଳିତ ହେବ।

ଗତ ବର୍ଷ ଓଜେଇଇ ମାଧ୍ୟମରେ ହୋଇଥିବା ପିଜି ପ୍ରବେଶିକା ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯାଇଥିଲା। ଏ ବର୍ଷ ଉଭୟ ୟୁଜି ଓ ପିଜି ପାଇଁ କରାଯାଉଛି ଅନଲାଇନ ପରୀକ୍ଷା। ଏଥି ପାଇଁ ପର୍ଯ୍ୟାପ୍ତ ସଂଖ୍ୟାର ଅନଲାଇନ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି । ତେଣୁ ରାଜ୍ୟରେ ଥିବା ପଲିଟେକ୍ନିକ ଓ ଆଇଟିଆଇ ପରିସରରେ ପରୀକ୍ଷା କେନ୍ଦ୍ର କରିବାକୁ ଓଜେଇଇ ସେଲ୍‌  ପ୍ରସ୍ତାବ ଦେଇଛି । ଏ ନେଇ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠି କରାଯାଇଛି ।

ପୂର୍ବରୁ ୧୦ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ପରେ ଅନ୍ୟ ପାଞ୍ଚଟି ସହରରେ କେନ୍ଦ୍ର କରାଯାଇଥିଲା । ଏବେ ଆଉ କିଛି ସେଣ୍ଟର ବଢ଼ାଇବା ନେଇ ଚିଠିରେ ଉଲେଖ ରହିଛି । ତେଣୁ ପଲିଟେକ୍ନିକ ଓ ଆଇଟିଆଇରେ ସେଣ୍ଟର କଲେ ସୁବିଧା ହେବ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!

ଚଳିତ ବର୍ଷ କୋରୋନା ସଙ୍କଟକୁ ଦେଖି ସ୍ପେସିଆଲ ଓଜେଇଇ ନ କରି ଓଜେଇଇ ସହ ବିଟେକ ପାଇଁ ପ୍ରବେଶିକା ପରୀକ୍ଷା କରିବାକୁ ଓଜେଇଇ ସେଲ୍‌ ନିଷ୍ପତ୍ତି ନେଇଛି । ହେଲେ ଏହା ୯ ତାରିଖରୁ ୧୫ ତାରିଖ ଭିତରେ ହେବ ନା ଏହା ପୂର୍ବରୁ ବା ପରେ ହେବ ସେ ନେଇ କୌଣସି ତାରିଖ ଦିଆଯାଇନାହିଁ । କିନ୍ତୁ ଓଜେଇଇ ପକ୍ଷରୁ ହେବାକୁ ଥିବା ସମସ୍ତ ପରୀକ୍ଷା ଏକା ସାଙ୍ଗରେ କରିବାକୁ ପୁର୍ବରୁ ନିଷ୍ପତ୍ତି ନିଆଯାଇଛି।

ଓଜେଇଇ ଚଳିତ ବର୍ଷ ମେ ପ୍ରଥମ ସପ୍ତାହରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ କରୋନା ସଙ୍କଟ ଯୋଗୁଁ ଜେଇଇ ମେନ ପରୀକ୍ଷା ଘୁଞ୍ଚିବା କାରଣରୁ ଓଜେଇଇ ମଧ୍ୟ ବାତିଲ ହୋଇଥିଲା । ଦୁଇ ଦୁଇ ଥର ପରୀକ୍ଷା ବାତିଲ ହେବା ପରେ ଆସନ୍ତା ସେପ୍ଟେମ୍ବର ୯ରୁ ପରୀକ୍ଷା ହେବ ବୋଲି କୁହାଯାଇଛି।



ସେପ୍ଟେମ୍ବର ୧ରୁ ୬ ତାରିଖ ଅନୁଷ୍ଠିତ ହେବ ଜେଇଇ ମେନ ପରୀକ୍ଷା। ଜେଇଇ ମେନ ପରୀକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀମାନେ ସ୍ପେସିଆଲ ଓଜେଇଇ ଦେବେ। ରାଙ୍କ ଆଧାରରେ ରାଜ୍ୟରେ ଥିବା ଘରୋଇ ଓ ସରକାରୀ କଲେଜରେ ମିଳିବ ସିଟ ।  ଅନଲାଇନରେ ପରୀକ୍ଷା ହେଲେ ଫଳ ପ୍ରକାଶ ମଧ୍ୟ ତୁରନ୍ତ ହୋଇପାରିବ ବୋଲି ଶିକ୍ଷାବିତମାନେ କହିଛନ୍ତି ।
Published by: Anand Shankar Thankur Das
First published: August 11, 2020, 7:30 PM IST
corona virus btn
corona virus btn
Loading