ଯୁବ OFS ଅଫିସର ନିଆଁରେ ପୋଡ଼ି ମରିଯିବା ପରେ ପତ୍ନୀଙ୍କୁ ଦୋଷ ଦେଲେ ପରିବାର ଲୋକେ

ମାତ୍ର ଛଅ ମାସ ତଳେ ବିବାହ କରିଥିବା ୩୧ ବର୍ଷୀୟ ସୌମ୍ୟରଞ୍ଜନ ମହାପାତ୍ର ନିଜ ବସାରେ ନିଆଁରେ ଗୋଟାପଣ ଜଳୁଥିବା ବେଳେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଦୌଡ଼ି ଆସିଥିଲେ ।

ହସପିଟାଲରେ ବିଦ୍ୟାଶ୍ରୀ; (ଡାହାଣ) ବିବାହ ସମୟରେ ସୌମ୍ୟରଞ୍ଜନ ମହାପାତ୍ର ଓ ସ୍ତ୍ରୀ ବିଦ୍ୟାଶ୍ରୀ

ହସପିଟାଲରେ ବିଦ୍ୟାଶ୍ରୀ; (ଡାହାଣ) ବିବାହ ସମୟରେ ସୌମ୍ୟରଞ୍ଜନ ମହାପାତ୍ର ଓ ସ୍ତ୍ରୀ ବିଦ୍ୟାଶ୍ରୀ

  • Share this:
News18 Odia Digital

କଟକ: ଗଜପତି ଜିଲ୍ଲାର ସହକାରୀ ବନ ସଂରକ୍ଷକ ରୂପେ କାର୍ଯ୍ୟ କରୁଥିବା ଯୁବ ଓ.ଏଫ୍‌.ଏସ୍‌. ଅଫିସର ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପରିବାର ଲୋକେ ଏଥି ପାଇଁ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରିବା ପରେ ପୂରା ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି । ପିଲାଟି ବେଳୁ ଉଚ୍ଚାକାଙ୍କ୍ଷୀ ଥିବା ୩୧ ବର୍ଷୀୟ ସୌମ୍ୟ ମାତ୍ର ଛଅ ମାସ ତଳେ ବିବାହ କରିଥିଲେ ।

ପାରଳାଖେମୁଣ୍ଡିରେ ଥିବା ଫରେଷ୍ଟ କ୍ବାଟର୍ସରେ ସୌମ୍ୟରଞ୍ଜନ ଓ ପତ୍ନୀ ବିଦ୍ୟାଶ୍ରୀ ରହୁଥିଲେ । ସୋମବାର ରାତି ପ୍ରାୟ ୯ଟା ସମୟରେ ବିଦ୍ୟାଶ୍ରୀଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କ ଘରେ ପହଞ୍ଚିବା ବେଳକୁ ନିଜ ରୁମରେ ନିଆଁରେ ଗୋଟାପଣ ଜଳୁଥିଲେ ସୌମ୍ୟ । ଲୋକେ ନିଆଁକୁ ଆୟତ୍ତ କରିବା ପରେ ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସରକାରୀ ହସ୍ପିଟାଲ ଓ ପରେ ରାତାରାତି କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ୮ଟା ବେଳେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା ।

ଏହା ବି ପଢ଼ନ୍ତୁ | ରାଜନୀତିରୁ ପଛକୁ ହଟିଲେ ଦକ୍ଷfଣର ସୁପରଷ୍ଟାର୍ ରଜନୀକାନ୍ତ; ନିଜ ପାର୍ଟିକୁ ନିଜେ ଭଙ୍ଗ କଲେ

‘‘ବୋହୁ ଉପରେ ମୋ’ର ସନ୍ଦେହ ହେଉଛି । ସେ ହିଁ ତାକୁ ପୋଡ଼ି ମାରିଥିବା ମୁଁ ସନ୍ଦେହ କରୁଛି । ପୁଅ ପୋଡ଼ି ହୋଇ ଯିବା ଘଟଣା ନେଇ ବୋହୁ ମତେ ସିଧାସଳଖ ନ ଜଣାଇ ତା’ ବାପ ଘର ଲୋକଙ୍କ ଜରିଆରେ ଜଣାଇଥିଲା । ଆମେ ତାକୁ ପଚାରିବାରୁ ସିଏ କେମିତି ପୋଡ଼ି ହେଲା ସେ କଥା ଜାଣି ନ ଥିବା କହୁଛି । ସେଠି ତ' ସ୍ବାମୀ ସ୍ତ୍ରୀ ଦୁଇ ଜଣ ରହୁଥିଲେ । ଯଦି ପୁଅ ପୋଡ଼ି ହୋଇ ଯାଉଛି ତା ସ୍ତ୍ରୀ ଜାଣି ପାରିଲା ନାହିଁ କେମିତି?’’ ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ।

ହସପିଟାଲରେ ପୋଲିସ ଓ ପରିବାର ସହ ବିଦ୍ୟାଶ୍ରୀ


ବାଲେଶ୍ବର ଜିଲ୍ଲାର ଖଇରାର ମୂଳ ବାସିନ୍ଦା ସୌମ୍ୟ ୨୦୧୮ ମସିହାରେ ଓ.ଏଫ୍‌.ଏସ୍‌. ପାଇଥିଲେ । ଦୁଇ ବର୍ଷର ଟ୍ରେନିଂ ପରେ ୨୦୨୦ରେ ଗଜପତି ଜିଲ୍ଲାର ସହକାରୀ ବନ୍ୟ ସଂରକ୍ଷକ ଭାବେ ତାଙ୍କର ପୋଷ୍ଟିଂ ହୋଇଥିଲା । ପରିବାର ଲୋକେ ଚଳିତ ବର୍ଷ ଜାନୁଆରୀ ପହିଲାରେ ଉଦଳା ବାସିନ୍ଦା ବିଦ୍ୟାଶ୍ରୀ ପଣ୍ଡାଙ୍କ ସହିତ ତାଙ୍କର ବିବାହ କରାଇଥିଲେ । ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ପାରଳାଖେମୁଣ୍ଡିରେ ଥିବା ଫରେଷ୍ଟ କ୍ବାଟର୍ସରେ ରହୁଥିଲେ ।

ଏହା ବି ପଢ଼ନ୍ତୁ | ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି: ୨ରୁ ଅଧିକ ପିଲା ଥିଲେ ମିଳିବନି କୌଣସି ସରକାରୀ ସୁବିଧା

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିବା ସନ୍ଦେହ କରାଯାଉଛି । ରଜ ଛୁଟିରେ ସୌମ୍ୟ ଘରକୁ ଆସିଥିବା ସମୟରେ ଏ ନେଇ ତାଙ୍କର ସମ୍ପର୍କୀୟମାନଙ୍କୁ ଜଣାଇଥିଲେ ବୋଲି କହିଛନ୍ତି ତାଙ୍କ ମାମୁଁ ଶିତିକାନ୍ତ ପଣ୍ଡା । କିନ୍ତୁ ବାସ୍ତବିକ କେଉଁ କାରଣ ଯୋଗୁଁ ଛଅ ମାସର ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଲା ତାହା ସେ ଜାଣି ନ ଥିବା କହିଛନ୍ତି ।

ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଜୋତା ଧୁଅନ୍ତି

ଏହି ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ପୋଲିସର ବରିଷ୍ଠ ଅଧିକାରୀ ସୌମ୍ୟଙ୍କ ସରକାରୀ କ୍ବାଟରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘର ଭିତରେ ପଡ଼ିଥିବା କିଛି ଅଧା ପୋଡ଼ା କପଡ଼ା ସହିତ ଏକ କିରୋସିନ୍ ବୋତଲକୁ ମଧ୍ୟ ଜବତ କରିଛି ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦି ମଧ୍ୟ ରେକର୍ଡ କରାଯାଇଛି । ସେହି ଜମାନବନ୍ଦିରେ ସୌମ୍ୟ ପୂରା ଘଟଣା ବଖାଣିଥିବା ଜଣା ପଡ଼ିଛି । ଗଣମାଧ୍ୟମର ପ୍ରତିନିଧିମାନେ ଘଟଣା ସମ୍ପର୍କରେ ବିଦ୍ୟାଶ୍ରୀଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ନ ଦେଇ ମୁହଁ ବୁଲାଇ ଚାଲିଯାଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

ପାରଳାଖେମୁଣ୍ଡି ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ କଟକ ମର୍କତନଗର ପୋଲିସ ମଧ୍ୟ ଏକ ଅପମୃତ୍ୟୁ ମାମଲା ଦାୟର କରିଛି । ମଙ୍ଗଳବାର ଅପରାହ୍ଣରେ କଟକ ବଡ଼ ମେଡ଼ିକାଲରେ ମୃତ ଦେହର ପୋଷ୍ଟମର୍ଟମ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା କଟକ କମିଶନରେଟ ପୋଲିସ । ପରିବାର ଲୋକେ ସୌମ୍ୟଙ୍କ ମର ଶରୀରରକୁ ତାଙ୍କ ପୈତୃକ ଗାଁକୁ ନେଇ ଯାଇଥିବା ବେଳେ ବୋହୁ ବିଦ୍ୟାଶ୍ରୀଙ୍କ ସେଠାକୁ ଯିବାରୁ ବାରଣ କରିଛନ୍ତି । ଫଳରେ ବିଦ୍ୟାଶ୍ରୀ ଉଦଳା ସ୍ଥିତ ନିଜ ବାପ ଘରକୁ ଚାଲିଯାଇଛନ୍ତି ।



ଏହା ଏକ ଆତ୍ମହତ୍ୟା ବା ହତ୍ୟାକାଣ୍ଡ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । କିନ୍ତୁ ପାରିପାଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ମାମଲା ହୋଇ ଥାଇପାରେ ବୋଲି କୁହାଯାଉଛି । ଯଦି ସୌମ୍ୟ ଆତ୍ମହତ୍ୟା କରିଥାନ୍ତି ତେବେ ଏହା ପଛର ପ୍ରକୃତ କାରଣ କଣ ଓ ଏହା ପତିପତ୍ନୀଙ୍କ ମଧ୍ୟରେ ଘଟୁଥିବା ପାରିବାରିକ କଳହର କରୁଣ ପରିଣତି କି ବୋଲି ପ୍ରଶ୍ନ ଉଠିଛି । ଯଦି ତାହା ହୋଇଥାଏ, ତେବେ କେଉଁ କାରଣରୁ ମାତ୍ର ଛଅ ମାସର ଦାମ୍ପତ୍ୟ ଜୀବନରେ ବଞ୍ଚିବା ଅପେକ୍ଷା ମୃତ୍ୟୁକୁ ବାଛି ନେଲେ ଏହି ଯୁବ ଅଧିକାରୀ ତାହା ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦିରେ ସେ ଉଲ୍ଲେଖ କରିଛନ୍ତି । କିନ୍ତୁ ପୋଲିସ ତାହା ପ୍ରକାଶ କରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛି ।
Published by:Anand S.T. Das
First published: