ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Matric Result: ବାହାରିଲା ମ୍ୟାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ; ପାସ୍‌ ହାର ଅଛି ୮୦.୮୩ ପ୍ରତିଶତ

Matric Result: ବାହାରିଲା ମ୍ୟାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ; ପାସ୍‌ ହାର ଅଛି ୮୦.୮୩ ପ୍ରତିଶତ

Odisha offline matric exam results announced | ଯେଉଁ ପରୀକ୍ଷାର୍ଥୀମାନେ ଗୋଟିଏ କି ଦୁଇଟି ବିଷୟରେ ପରୀକ୍ଷା ଦେଇ ଅନ୍ୟ ବିଷୟରେ ଅନୁପସ୍ଥିତ ଥିଲେ ସେମାନଙ୍କୁ ପୂର୍ବରୁ ମିଳିଥିବା ବିନା ପରୀକ୍ଷାର ମାର୍କ ଆଧାରରେ ପାସ୍‌ କରଯାଇଛି ।

Matric Result: ବାହାରିଲା ମ୍ୟାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ; ପାସ୍‌ ହାର ଅଛି ୮୦.୮୩ ପ୍ରତିଶତ
ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା (ବାମ) ପରୀକ୍ଷା ଫଳ ଘୋଷଣା କରୁଛନ୍ତି ।
  • News18 Odia
  • Last Updated: August 24, 2021, 8:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷାର ରେଜଲ୍ଟ ବାହାରିଛି । ପୂର୍ବ ଫଳରେ ଅସନ୍ତୁଷ୍ଟ ହୋଇ ଏହି ଅଫଲାଇନ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣ ପରୀକ୍ଷାର୍ଥୀ ପୂର୍ବ ଅପେକ୍ଷା ଅଧିକ ମାର୍କ ରଖିଛନ୍ତି ଓ ୪୫୯ ଜଣ ପରୀକ୍ଷାର୍ଥୀ ପୂର୍ବ ଅପେକ୍ଷା କମ୍‌ ମାର୍କ ରଖିଛନ୍ତି । ଏହି ପରୀକ୍ଷାରେ ପାସ୍‌ ହାର ରହିଛି ୮୦.୮୩ ପ୍ରତିଶତ ।

ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା ଏହି ପରୀକ୍ଷା ଫଳକୁ ଘୋଷଣା କରିଛନ୍ତି । ବହୁ ବାଦବିବାଦ ପରେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ୬,୬୨୦ ଜଣ ପରୀକ୍ଷାର୍ଥୀ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫,୨୩୩ ଜଣ ପାସ୍‌ କରିଛନ୍ତି। ଏଥିରେ ୩,୧୦୦ ଜଣ ଛାତ୍ର ପାସ କରିଥିବା ବେଳେ ୨,୧୩୩ ଜଣ ଛାତ୍ରୀ ପାସ କରିଛନ୍ତି। ଏ-୧ ରେ ୪୨ ଜଣ, ଏ-୨ ରେ ୨୫୫ ଜଣ, ବି-୧ ରେ ୩୪୮ ଜଣ ଓ ବି-୨ ରେ ୪୫୮ ଜଣ ପାସ୍‌ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାଖୀ ପୂର୍ଣ୍ଣିମାରେ ସାପକୁ ରାଖୀ ପିନ୍ଧାଉଥିଲେ ଯୁବକ; ସାପ କାମୁଡ଼ାରେ ପ୍ରାଣ ଗଲା

ଯେଉଁ ପରୀକ୍ଷାର୍ଥୀମାନେ ଗୋଟିଏ କି ଦୁଇଟି ବିଷୟରେ ପରୀକ୍ଷା ଦେଇ ଅନ୍ୟ ବିଷୟରେ ଅନୁପସ୍ଥିତ ଥିଲେ ସେମାନଙ୍କୁ ପୂର୍ବରୁ ମିଳିଥିବା ବିନା ପରୀକ୍ଷାର ମାର୍କ ଆଧାରରେ ପାସ୍‌ କରଯାଇଛି । ପରୀକ୍ଷାରେ ସମ୍ପୂର୍ଣ୍ଣ ଅନୁପସ୍ଥିତ ଥିବା ୧,୦୮୬ ଜଣ ବିଦ୍ୟାର୍ଥୀଙ୍କୁ ମଧ୍ୟ ପାସ୍‌ କରାଯାଇଛି ।

ଏହା ବି ପଢ଼ନ୍ତୁ | Amazon ପାଖରେ ଅଛି ଗୁପ୍ତ ୱେବସାଇଟ୍; ଅଧାରୁ ବି କମ୍ ଦାମରେ କିଣିପାରିବେ ବିଭିନ୍ନ ସାମଗ୍ରୀ

କରୋନା ମହାମାରୀ କାରଣରୁ ଏ ବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହା ପରେ ପରୀକ୍ଷାର୍ଥୀମାନଙ୍କର ନବମ ଓ ଦଶମ ଶ୍ରେଣୀର ସ୍କୁଲ୍‌ ମାର୍କକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଜୁଲାଇ ୩୦ରେ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଆରମ୍ଭ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ଏଥିରେ ରେଗୁଲାର, ମାଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାର୍ଟିଫିକେଟ ପାଇଁ ୧୫,୦୦୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଆବେଦନ କରିଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ଓଠ ଯାହା କହିବାକୁ ଡରେ, ଆଖି ତାହା କହିଦିଏ,’’ ବିକିନିରେ ଫଟୋ ଶେୟାର୍ କରି ଲେଖିଲେ ସାରା ଅଲୀ ଖାନ୍

୫୦୪ ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀମାନେ । ଅଗଷ୍ଟ ୧୨ ତାରିଖରୁ ଚାରି ଦିନ ଧରି ରାଜ୍ୟର ସାତଟି ଜିଲ୍ଲାର ନଅଟି ମୂଲ୍ୟାୟନ କେନ୍ଦ୍ରରେ ୧,୫୦୦ ପରୀକ୍ଷକ ଖାତା ମୂଲ୍ୟାୟନ କରିଥିଲେ। ଅଫ୍‌ଲାଇନ୍‌ ପରୀକ୍ଷାବେଳେ କିଛି ଜାଗାରେ ପ୍ରଶ୍ନ ପତ୍ରରେ ତ୍ରୁଟି ବିଚ୍ୟୁତ ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ ଏହାକୁ ଖଣ୍ଡନ କରିଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ  । ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି ଏମିତି ଅଭିଯୋଗ ‘‘ସମ୍ପୂର୍ଣ୍ଣ ନିରାଧାର’’ ଥିଲା ।



ଅନ୍ୟ ଏକ ଘଟଣାରେ +୨ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ଉତ୍ତୀର୍ଣ୍ଣ କରିବା ଦାବିରେ CHSE ଅଫିସ ଘେରାଉ କରିଛନ୍ତି ABVP ସମର୍ଥକମାନେ । ଏକ ଶୋଭାଯାତ୍ରା କରି ସି.ଏଚ.ଏସ.ଇ. କାର୍ଯ୍ୟାଳୟ ଆଗରେ ବକ୍ଷୋଭ ପ୍ରଦର୍ଶନ କରିଛନ୍ତି ସେମାନେ । କୌଣସ କାରଣ ବସତଃ ଏହି ପିଲାମାନେ ଗତ ବର୍ଷ ପରୀକ୍ଷା ଦେଇପାରି ନ ଥିଲେ । ସେଥି ପାଇଁ ସେମାନେ ସ୍ବତନ୍ତ୍ର ମୂଲ୍ୟାୟନ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି । ସି.ଏଚ.ଏସ.ଇ. କର୍ତ୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥାରେ ମୂଲ୍ୟାଙ୍କନ କରି ଏହି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଇବାକୁ ଏବିଭିପି ପକ୍ଷରୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ABVP ପକ୍ଷରୁ ଚେତାବନୀ ଦିଆଯାଇଛି ।
Published by: Anand S.T. Das
First published: August 24, 2021, 8:27 PM IST