ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା
- News18 Odia
- Last Updated :
News18 Odia Digital
ପୁରୀ: ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ ଟ୍ଵିଟର ଆକାଉଣ୍ଟ ହ୍ୟାକ। ହ୍ୟାକ କରିଛନ୍ତି ଚାଇନିଜ ହ୍ୟାକର। ୟିନ ୟଙ୍ଗ ଗ୍ୟାଙ୍ଗ କରିଛି ହ୍ୟାକ। ତେବେ ଗତ ୯ ତାରିଖରୁ ଏହାକୁ ହ୍ୟାକ କରାଯାଇଛି।
ଆଉ ଏଥିରେ ହ୍ୟାକର ଶ୍ରୀମନ୍ଦିର ପ୍ରୋଫାଇଲ ଫଟୋ ହଟାଇ ସେଥିରେ କାର୍ଟୁନ ଫଟୋ ଲଗାଇଛନ୍ତି। ତେବେ ଏହି ଘଟଣା ନଜରକୁ ଆସିବା ପରେ ଆଇଟି ବିଭାଗକୁ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।
ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିସାରିଛି ବୋଲି ସୂଚନା ମିଳିଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।