ଓସ୍ୱ।ସ ମାଧ୍ୟମରେ ସହଜ ହେବ ଅଫିସ କାର୍ଯ୍ୟ; ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓସ୍ୱ।ସ ମାଧ୍ୟମରେ ସହଜ ହେବ ଅଫିସ କାର୍ଯ୍ୟ। ଫାଇଲ ଗୁଡ଼ିକ ସମୟ ଭିତରେ କରାଯିବ । ଯାହା ଫଳରେ ସାଧାରଣ ଲୋକଙ୍କୁ ସେବା ଯୋଗାଇବାରେ ସହାୟକ ହୋଇପାରିବ।

ଓସ୍ୱ।ସ ମାଧ୍ୟମରେ ସହଜ ହେବ ଅଫିସ କାର୍ଯ୍ୟ; ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓସ୍ୱ।ସ ମାଧ୍ୟମରେ ସହଜ ହେବ ଅଫିସ କାର୍ଯ୍ୟ; ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

  • Share this:
News 18 Odia Digital

ପୁରୀ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଓସ୍ୱ।ସ ବା ଓଡ଼ିଶା ଷ୍ଟେଟ୍ ୱ।ର୍କଫ୍ଲୋ ଅଟୋମେସନ ସିଷ୍ଟମ ମାଧ୍ୟମରେ କରାଯିବ । ଆଜି ପୁରୀ ସର୍କିଟ ହାଉସ ଠାରେ ଜିଲ୍ଲାରେ ଓସ୍ୱ।ସ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।

ସରକାରୀ ଫାଇଲ ଗୁଡିକ ତ୍ୱରାନ୍ୱିତ, ଶିଘ୍ର, ସହଜ ଓ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ କରିପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କର୍ମଚାରୀ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ଏହି ବ୍ୟବସ୍ଥା ଦ୍ୱାରା ଫାଇଲ ଗୁଡିକ ସମୟ ଭିତରେ କରାଯିବା ସହ କେଉଁଠାରେ ଫାଇଲ ରହିଯାଉଛି ତାହା ମଧ୍ୟ ଜଣା ଯାଇ ପଦକ୍ଷେପ ନିଆଯାଇ ପାରିବ । ଯାହା ଫଳରେ ସାଧାରଣ ଲୋକଙ୍କୁ ସେବା ଯୋଗାଇବାରେ ସହାୟକ ହୋଇପାରିବ ବୋଲି କୁହାଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ନିଜାରତ ଅଧିକାରୀ ଶ୍ରୀ ପର୍ଶୁରାମ ମଲ୍ଲିକ, ଏନଆଇସିର ଡି ଆଇ ଓ ଶ୍ରୀ ବିଶ୍ୱନାଥ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଭ୍ରାଶୁଂ କୁମାର ମହାରଣା ପ୍ରମୁଖ ଓସ୍ୱ।ସ ବ୍ୟବସ୍ଥାର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ । ଓସ୍ୱ।ସର ରାଜ୍ୟ ସଂଯୋଜକ ଶ୍ରୀ ରାକେଶ କୁମାର ସାହୁ, ବିଜିନେସ ଆନାଲିଷ୍ଟ ନନ୍ଦ କୁମାର ଝା ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଡିଷ୍ଟ୍ରିକ୍ଟ ଇ ଗଭର୍ନାନ୍ସ ମ୍ୟାନେଜର ଶ୍ରୀ ପିୟୂଷ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Published by:Soubhagya Mishra
First published: