ଆରମ୍ଭ ହେଲା ଓ.ଇ.ଆର.ସି.ର ଜନ ଶୁଣାଣି; ଦର ବୃଦ୍ଧି ସପକ୍ଷରେ ଉତ୍ପାଦନକାରୀ କମ୍ପାନୀ

ଉପଭୋକ୍ତା ମହାସଙ୍ଘ ଏହାକୁ ବିରୋଧ କରିବା ସହ ଓଏଚପିସିର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ କରିଛି। ଉତ୍ପାଦନକାରୀ କମ୍ପାନୀର ଦାବି ମାନି ନେଲେ ଟାରିଫ ୟୁନିଟ ପିଛା ୧ ଟଙ୍କା ବୃଦ୍ଧି ପାଇବ।

ଆରମ୍ଭ ହେଲା ଓ.ଇ.ଆର.ସି.ର ଜନ ଶୁଣାଣି

ଆରମ୍ଭ ହେଲା ଓ.ଇ.ଆର.ସି.ର ଜନ ଶୁଣାଣି

  • Share this:
News18 Odia Digital

ଭୁବନେଶ୍ବର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଶୁଣାଣି ଆରମ୍ଭ କରିଛନ୍ତି । ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଶୁଣାଣିର ପ୍ରଥମ ଦିନରେ ଓଡ଼ିଶା ଜଳ ବିଦ୍ୟୁତ ନିଗମ ଶୁଣାଣିରେ ଭାଗ ନେଇ ଦର ବୃଦ୍ଧି ସପକ୍ଷରେ ନିଜ ମତ ରଖିଛି।

ଉପଭୋକ୍ତା ମହାସଙ୍ଘ ଏହାକୁ ବିରୋଧ କରିବା ସହ ଓଏଚପିସିର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ କରିଛି। ଉତ୍ପାଦନକାରୀ କମ୍ପାନୀର ଦାବି ମାନି ନେଲେ ଟାରିଫ ୟୁନିଟ ପିଛା ୧ ଟଙ୍କା ବୃଦ୍ଧି ପାଇବ।

ଆଭାସୀ ମାଧ୍ୟମରେ ଆରମ୍ଭ ହେଲା ବିଦ୍ୟୁତ ଦରବୃଦ୍ଧିର ଶୁଣାଣି। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ କରୁଥିବା ଜନ ଶୁଣାଣିରେ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ନିଜ ପକ୍ଷ ରଖିଛି।

୨୦୨୨-୨୩ ଆର୍ଥିକ ବର୍ଷରେ ୫୬୧୯ ନିୟୁତ ଯୁନିଟ ବିଜୁଳି ବିକ୍ରି କରିବା ପାଇଁ ଲକ୍ଷ ରଖିଛି ଜଳ ବିଦ୍ୟୁତ ନିଗମ। ମାଛକୁଣ୍ଠ ଉତ୍ପାଦନ କେନ୍ଦ୍ରକୁ ଛାଡ଼ି ଅନ୍ୟ ସମସ୍ତ ଭତ୍ପାଦନ କେନ୍ଦ୍ରରୁ ଏହି ବିଜୁଳି ବିକ୍ରି ହେବ। ଦର ବୃଦ୍ଧି ସପକ୍ଷରେ ଧଳ ବିଦ୍ୟୁତ ନିଗମ। ଓପିଜିସି ମଧ୍ୟ ଦର ବୃଦ୍ଧି ନେଇ ନିଜ ପକ୍ଷ ରଖିଥିଲେ ।

ଆସନ୍ତା ୨୮ ତାରିଖ ଯାଏ ଶୁଣାଣି ହେବ। ପ୍ରଥମ ଦିନ ଓଏଚପିସି ଓ ଓପିଜିସି ନିଜ ନିଜ ପକ୍ଷ ରଖିଥିଲେ । ଭପଭୋକ୍ତା ମହାସଙ୍ଘ ସଭାପତି ରମେଶ ଶତପଥି କହିଛନ୍ତି ଯେ ଜଳ ବିଦ୍ୟୁତ ନିଗମ ଠାରୁ ଶୁଣାଣି ଆରମ୍ଭ ହେଲା। ଦରବୃଦ୍ଧି ସପକ୍ଷରେ ନିଜର ପକ୍ଷ ରଖିଲା ଜଳ ବିଦ୍ୟୁତ ନିଗମ।

ମାଛକୁଣ୍ଡ ଠାରେ ହେଉଥିବା ଜଳବିଦ୍ୟୁତ ଉତ୍ପାଦନ ରେ ଅଧିକ ଖର୍ଚ୍ଚ ହେଉଛି। ତେଣୁ ୟୁନିଟ ପିଛା ଏକ ଟଙ୍କା ଦଶ ପ ଇସା କରାଯାଉ। ପୁର୍ବରୁ ୮ପିସାରେ ମିଳୁଥିଲା। ଉପୋଭକ୍ତା ମହାସଙ୍ଘର କହିଛି କାହିଁକି ଅଧିକ ଖର୍ଚ୍ଚ କଲ ଯାହା ୧ ଙ୍କା ଦଶ ପସା ଗ୍ରାହକ ଦେବ। ୧୯୯୬ରେ ଆରମ୍ଭ ହୋଇଥିବା ଜଳ ବିଦ୍ୟୁତ ନିଗମ କମ ଦାମରେ ଗ୍ରୀନ ଏନର୍ଜି ଯୋଗାଇବା ଉଦ୍ୟେଶ ଥିଲା ।।ଭାରତ ବର୍ଷରେ ଯେତିକି ଜଳ ବହିଯାଏ ତାର ୧୦ ପ୍ରତିଶତ ଜଳ ଓଡ଼ିଶାରେ ବୋହିଯାଏ।ରକ୍ଷଣାବେକ୍ଷଣ କରି ଡ଼୍ୟମ କରି ମିନି ହାଇଡ୍ରୋ ହାଇଡ୍ରୋ କରିବା କଥା। କିନ୍ତୁ ସେ ଦିଗରେ ବିଫଳ ସରକାର ।

ଓଏଚପିସି ପ୍ରତ୍ୟେକ ବର୍ଷ ତା'ର ଲାଭାଂସ ରାଜ୍ୟ ସରକାରଙ୍କୁ ଦେଉଛି। ଗ୍ରାହକଙ୍କୁ ଶୋଷଣ କରି ସରକାରଙ୍କୁ ଲାଭାଂସ କାହିଛି ବୋଲି ପ୍ରଶ୍ନ କରିଛନ୍ତି ରମେଶ। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଗ୍ରାହକ, ବିତରଣ କମ୍ପାନୀ ଓ ଉତ୍ପାଦନ କମ୍ପାନୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦର ବୃଦ୍ଧି କରାଯାଉ।

ମାର୍ଟ୍ଟ ଶେଷ ସପ୍ତାହରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଦର ବୃଦ୍ଧି ନେଇ ଘୋଷଣା କରିବେ। ଆଜି ଓପିଜିସି ଓ ଓଏଚପିସିର ଶୁଣାଣି ସରିଥିବା ବେଳେ ଆସନ୍ତା ୧୭ ତାରିଖରେ ଓପିଟିସିଏଲ, ୧୯ରେ ଗ୍ରୀଡକୋ, ୨୧ରେ ଟିପିଏନଓଡିଏଲ, ୨୩ରେ ଟିପିଏସଓଡିଏଲ, ୨୫ରେ ଟିପିଡବେଲୁଓଡିଏଲ, ୨୮ରେ ଟିପିସିଓଡିଏଲର ଶୁଣାଣି ହେବା।
Published by:Lipina Das
First published: