ମିଳିଲା ନିଖୋଜ ଓଡ୍ରାଫ ଯବାନଙ୍କ ମୃତ ଦେହ; ମହାନଦୀରେ ଫସିଥିବା ହାତୀର ଏ ଯାଏଁ ପତ୍ତା ମିଳୁନି

ODRAF jawan Sitaram Murmu’s body found; journalist Arindam Das last rites performed | ମହାନଦୀରେ ବୋଟ୍‌ ଓଲଟି ଜଣେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାର ସମୀକ୍ଷା କରିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ନୂଆ ନିୟମାବଳୀ ଜାରି କରିବାକୁ DGPଙ୍କୁ ଅନୁରୋଧ କରିଛନ୍ତି SRC । ଅପରେସନରୁ ସାଧାରଣ ଲୋକ ଓ ସାମ୍ବାଦିକଙ୍କୁ ବାରଣ କରାଯିବ ।

ହାତୀ ଉଦ୍ଧାର ବେଳେ ବୋଟ୍‌ ଓଲଟିବା ଦୃଶ୍ୟ, (ଡାହାଣ) ମୃତ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ

ହାତୀ ଉଦ୍ଧାର ବେଳେ ବୋଟ୍‌ ଓଲଟିବା ଦୃଶ୍ୟ, (ଡାହାଣ) ମୃତ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ

  • News18 Odia
  • Last Updated :
  • Share this:
News18 Odia Digital

କଟକ/ଭୁବନେଶ୍ୱର: ମୁଣ୍ଡଳୀ ବ୍ୟାରେଜରେ ଗୋଟିଏ ହାତୀକୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ଦିନ ଓଡ୍ରାଫର ଗୋଟିଏ ବୋଟ୍‌ ଓଲଟିବା ପରଠୁ ନିଖୋଜ ହୋଇଯାଇଥିବା ଓଡ୍ରାଫ୍‌ ଯବାନଙ୍କ ମୃତ ଦେହ ମିଳିଛି । ଆଠଗଡ଼ କଖଡ଼ିରୁ ମିଳିଛି ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତ ଦେହ । ହାତୀ ଉଦ୍ଧାର ବେଳେ ବୋଟ ଓଲଟିବା ପରଠୁ ତାଙ୍କ ପତ୍ତା ମିଳୁ ନ ଥିଲା ।

ମୁର୍ମୁଙ୍କୁ ଉଦ୍ଧାର କରିବା ପାଇଁ ଏନ୍‌.ଡି.ଆର.ଏଫ. ଓ ଓଡ୍ରାଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ମୁଣ୍ଡଳିଠାରୁ ନରାଜ ଯାଏ ଖୋଜାଖୋଜି କରୁଥିଲେ ଉଦ୍ଧାରକାରୀ ଦଳ । ଶନିବାର ଦିନ ଆଠଗଡ଼ କଖଡ଼ିରୁ ମିଳିଲା ତାଙ୍କ ମୃତ ଦେହ । ତାଙ୍କୁ ଖୋଜିବା ପାଇଁ ଏନ.ଡି.ଆର.ଏଫ.ର ଚାରିଟି ଓ ଓଡ୍ରାଫର ତିନିଟି ଟିମ୍‌ ନିୟୋଜିତ ହୋଇଥିଲେ । ଶୁକ୍ରବାର ଦିନ ଛଅ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୀତାରାମ ନିଖୋଜ ଥିଲେ । ଏହି ଦୁର୍ଘଟଣାରେ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼

ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀର ଏ ଯାଏଁ ପତ୍ତା ମିଳୁନି । ନା ବନ ବିଭାଗ ନା ସାଧାରଣ ଲୋକ, କେହି ବି ଜାଣିପାରି ନାହାନ୍ତି କୁଆଡ଼େ ଗଲା ହାତୀ । ଭରା ପାଣି ଯୋଗୁଁ ଫସି ରହିଥିବା ହାତୀ ପାଣିରେ ଭାସିଯାଇଛି ନା ରାତିରେ ନଦୀ ପାର ହୋଇ ଜଙ୍ଗଲକୁ ପଳାଇଛି ସେ ନେଇ କାହା ନିକଟରେ ଖବର ନାହିଁ । ହାତୀ କୁଆଡ଼େ ଗଲା ତାକୁ ନେଇ ଏବେ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନ ।

ସୀତାରାମ ମୁର୍ମୁଙ୍କୁ ଖୋଜିବା ପାଇଁ ଏନ.ଡି.ଆର.ଏଫ.ର ଚାରିଟି ଓ ଓଡ୍ରାଫର ତିନିଟି ଟିମ୍‌ ନିୟୋଜିତ ହୋଇଥିଲେ ।


ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ସାମ୍ବାଦିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହେଲା; ‘ହାତୀକୁ ଘଉଡ଼ାଇବା ଅନାବଶ୍ୟକ ଥିଲା

ଏହି ହାତୀ ପାଇଁ ଶୁକ୍ରବାର ଦିନ ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଘଟିଥିଲା ବଡ଼ ଅଘଟଣ । ଓଡ୍ରାଫର ଗୋଟିଏ ବୋଟ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗର ଗୋଟିଏ ଦିନ ପରେ ନିଖୋଜ ଓଡ୍ରାଫ୍‌ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଯେଉଁ ହାତୀ ପାଇଁ ଏତେ ସବୁ ଘଟିଲା ଏବେ ସେହି ହାତୀ କେଉଁଠି ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

ଏହା ବି ପଢ଼ନ୍ତୁ | କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ମିଳିବ ୫୦,୦୦୦ ଟଙ୍କା କ୍ଷତିପୂରଣ; କେମିତି ମିଳିବ ଜାଣନ୍ତୁ

ବୋଟ୍‌ ଓଲଟି ଯୁବ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାର ସମୀକ୍ଷା କରିବା ସହ ନୂଆ SOP ଜାରି କରିବାକୁ DGP ଅଭୟଙ୍କୁ ଅନୁରୋଧ କରିଛନ୍ତି SRC ପ୍ରଦୀପ ଜେନା । ଉଦ୍ଧାର କାର୍ଯ୍ୟ ବେଳେ ବାହାର ଲୋକଙ୍କୁ ସାମିଲ ନ କରିବାକୁ Dନୁରୋଧ କରିଛନ୍ତି ସେ । ଅପରେସନରୁ ସାଧାରଣ ଲୋକ ଓ ସାମ୍ବାଦିକଙ୍କୁ ବାରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀରେ ନିୟମ କରିବା ବିଷୟରେ ସରକାର ଚିନ୍ତା କରୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଶ୍ଳୀଳ ଫିଲ୍ମ ମାମଲା: ଗେହନା ବଶିଷ୍ଟଙ୍କୁ ସୁପ୍ରିମ କୋର୍ଟରୁ କୋହଳତା ମିଳିଲା; ଏବେ ଗିରଫ ହେବେନି

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ମୃତ୍ୟୁ ବକଣ କରିଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସ


ଏହା ବି ପଢ଼ନ୍ତୁ | ଆମାଜନ୍ ଭାରତରେ ,୫୪୬ କୋଟି ଟଙ୍କା ଲାଞ୍ଚ ଦେଇଛି; PM ମୋଦି ଜବାବ ଦିଅନ୍ତୁ: କଂଗ୍ରେସ

ଦେଖନ୍ତୁ କେମିତି ଘଟିଥିଲା ବୋଟ୍‌ ଦୁର୍ଘଟଣା:



କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ରାଜନଗର ରାଇକଳାରେ ଶନିବାର ଦିନ ଶୋକାକୁଳ ପରିବେଶରେ ପଞ୍ଚ ଭୂତରେ ବିଲୀନ ହୋଇଛି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପାର୍ଥିବ ଶରୀର । ଶୁକ୍ରବାର ରାତିରେ ତାଙ୍କ ମର ଶରୀରକୁ ତାଙ୍କ ଗାଁ ରାଇକଳାକୁ ନିଆଯାଇଥିଲା । ଗାଁରେ ମର ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୂରା ପରିବେଶ । ଶୁକ୍ରବାରଠୁ ପୂରା ଗାଁରେ ଚୁଲି ଜଳି ନ ଥିଲା । ଅରିନ୍ଦମଙ୍କ ପତ୍ନୀ ଓ ମା’ ସମ୍ପୂର୍ଣ ବାକଶୂନ୍ୟ ହୋଇପଡି଼ଥିଲେ ।

ଏହା ବି ପଢ଼ନ୍ତୁ | IPL 2021: ଯଶସ୍ୱୀ ଜୈସୱାଲ ଖେଳିଳେ କରିଅରର ସର୍ବୋତ୍ତମ ଇନିଂସ୍, ତୃତୀୟ ଦିନ ବି ଧମାକା କଲେ

ଶନିବାର ଦିନ ଏକ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ଗାଁ ନିକଟ ବୈତରଣୀ ନଦୀ କୂଳକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅରିନ୍ଦମଙ୍କ ଘରକୁ ଯାଇ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
Published by:Anand S.T. Das
First published: