ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ହୋଇ ରହିଛନ୍ତି

କଟକ ସ୍ଥିତ ଓଡ୍ରାଫ ୟୁନିଟକୁ ଆସି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ବାତ୍ୟା ନେଇ ମିଳିବାକୁ ଥିବା ନିର୍ଦ୍ଦିଷ୍ଟ ସୂଚନାକୁ ଅପେକ୍ଷା କରିଛନ୍ତି ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ । ସୂଚନା ମିଳବା ପରେ ସେମାନେ ବିଭିନ୍ନ ସ୍ଥାନକୁ ଅତିରିକ୍ତ ଟିମ୍ ପଠାଇବେ ।

ଓଡ୍ରାଫ କର୍ମୀମାନେ ନିଜ ଉପକରଣଗୁଡ଼ିକୁ ଯାଞ୍ଚ କରି ରଖୁଛନ୍ତି ।

ଓଡ୍ରାଫ କର୍ମୀମାନେ ନିଜ ଉପକରଣଗୁଡ଼ିକୁ ଯାଞ୍ଚ କରି ରଖୁଛନ୍ତି ।

  • Share this:
News18 Odia Digital

କଟକ: ସମ୍ଭାବ୍ୟ ବାତ୍ୟା ‘ୟଶ’ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ତା’ର ମୁକାବିଲା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ପୂରା ସକ୍ରିୟ ହୋଇ ଉଠଇଛି ସରକାରୀ କଳ । ଏହାରି ମଧ୍ୟରେ ବାତ୍ୟା ମୁକାବିଲା ପାଇଁ ନିଜ ନିଜର ପସ୍ତୁତି ଶେଷ କରିସାରିଛନ୍ତି ଉଭୟ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ।

ଓଡ୍ରାଫ୍ ରାଜ୍ୟରେ ଥିବା ନିଜର ୨୦ଟି ଯାକ ୟୁନିଟକୁ ସଜାଗ କରି ଦେଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ଆବଶ୍ୟକୀୟ ଉପକରଣ ଓ ସରଞ୍ଜାମଗୁଡ଼ିକୁ ମଧ୍ୟ ବିଭିନ୍ନ ୟୁନିଟରେ ପ୍ରସ୍ତୁତ କରି ରଖାଯିବା ସହ ସେଗୁଡ଼ିକୁ ଯାଞ୍ଚ କରାଯାଉଛି । ବିଶେଷ କରି ପାୱାର୍ ବୋଟ୍, ପାୱାର ଶ’, ଆସ୍କା ଲାଇଟ୍, ବିଏ ସେଟ୍ ଓ ସାଟେଲାଇଟ୍ ଫୋନ୍ ଇତ୍ୟାଦିକୁ ପ୍ରସ୍ତୁତ କରି ରଖାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

ନୂଆ କରି କିଣାଯାଇଥିବା ଭିକ୍କଟିମ୍ ଡିକେକ୍ଟର୍, ଲିଫ୍ଟିଂ ମେସିନ୍, ୪୦ଟି ଚାରିଚକିଆ ଗାଡ଼ି, ୪୦ଟି ଦୁଇଚକିଆ ଯାନ, ଆଠଟି କ୍ରେନକୁ ମଧ୍ୟ ଓଡ୍ରାଫର ନୋଡାଲ୍ ଅଫିସ ବା କଟକ ସ୍ଥିତ ଓ.ଏସ୍‌.ଏପି.ର ଷଷ୍ଠ ବାଟାଲିୟନରୁ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଥିବା ଓଡ୍ରାଫ୍ ୟୁନିଟଗୁଡ଼ିକୁ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଏହାରି ଭିତରେ ଶୁକ୍ରବାର ଦିନ ଓଡ୍ରାଫର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସେ ଓ ପୋଲିସ ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ଡିଜି ଯଶୋବନ୍ତ ଜେଠୱା କଟକ ସ୍ଥିତ ଓ.ଏସ୍‌.ଏପି. ଷଷ୍ଠ ବାଟାଲିୟନକୁ ଆସି ଓଡ୍ରାଫର ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।

ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତା

ଡିଜିପି ଅଭୟ ଓଡ୍ରାଫର ପ୍ରସ୍ତୁତି ବିଷୟରେ ବିବରଣୀ ଦେଖୁଛନ୍ତି ।


‘‘ଓଡ୍ରାଫ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା ପାଇଁ ଓଡ୍ରାଫର ସମଗ୍ର ଦେଶରେ ନାଁ ରହିଛି । ଯେତେବେଳେ ଆଉ ଯେଉଁ ସ୍ଥାନକୁ ଯିବା ପାଇଁ ସରକାର ନିର୍ଦ୍ଦେଶ ଦେବେ ଓଡ୍ରାଫ୍ ସେହି ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ଅଛି,’’ ସମୀକ୍ଷା ପରେ କହିଛନ୍ତି ପୋଲିସ ଡିଜି ଅଭୟ ।

ଏହା ବି ପଢ଼ନ୍ତୁ | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ ହେଲା

ଅଗ୍ନିଶମ ବିଭାଗ ମଧ୍ୟ ନିଜ ପ୍ରସ୍ତୁତିକୁ ଚୂଡ଼ାନ୍ତ କରି ସାରିଛି । ରାଜ୍ୟରେ ଥିବା ସବୁ ଦମକଳ କେନ୍ଦ୍ରକୁ ସତର୍କ ରହିବା ସହିତ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଥିବା ଦମକଳ କେନ୍ଦ୍ରକୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ଅଗ୍ନିଶମ ବିଭାଗ । ଏହା ସହିତ ଦମକଳ କେନ୍ଦ୍ରଗୁଡ଼ିକୁ ନିଜ ନିଜ ଉପକରଣଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ କରି କିଣାଯାଇଥିବା ୧୦୭ଟି ପାୱାର ବୋଟ୍ ଓ ୧୦ଟି ଜେନେରେଟର୍‌ ଯୁକ୍ତ ଭ୍ୟାନକୁ ମଧ୍ୟ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଜିଲ୍ଳାକୁ ପଠାଯାଉଛି ।



‘‘ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ବାତ୍ୟା ନେଇ ମିଳିବାକୁ ଥିବା ନିର୍ଦ୍ଦିଷ୍ଟ ସୂଚନାକୁ ଅପେକ୍ଷା କରିଛୁ । ସୂଚନା ମିଳବା ପରେ କେଉଁ କେଉଁ ଅଞ୍ଚଳକୁ ଅତିରିକ୍ତ ଟିମ୍‌ ପଠାଯିବ ସେ ନେଇ ବ୍ୟବସ୍ଥା କରାଯିବ,’’ କହିଛନ୍ତି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ବାଇଁ ।
Published by:Anand S.T. Das
First published: