News18 Odia Digital
କଟକ: ସାମ୍ନାକୁ ଆସିଲା ବଡ଼ ଖବର । କଟକ ମହାନଦୀ ମଝିରେ ଫସି ରହିଥିବା ହାତୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ୍ ସହ ଘଟିଛି ଅଘଟଣ । ଓଡ୍ରାଫ୍ ବୋଟ୍ ଓଲଟି ପଡ଼ିବାକୁ ନେଇ ସବୁ ମହଲରେ ଅଶାନ୍ତ ପରିବେଶ ଦେଖା ଦେଖା ଦେଇଥିଲା ।
ସୂଚାନାଯୋଗ୍ୟ ଯେ ଦୀର୍ଘ ଆଠ ଘଣ୍ଟାରୁ ଅଧିକ ସମୟ ଧରି ହାତୀଟି ମହାନଦୀ ମଝିରେ ଫସି ରହିଥିଲା । ଗହଳି ଯୋଗୁଁ ସେ କୂଳକୁ ଯାଉପାରୁ ନଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ ବୋଟ୍ ଓଲଟିବା ପରେ ଉଦ୍ଧାରକାରୀ ଦଳ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଧାରର ଦୃଶ୍ୟ ଦେଖିବାକୁ ମିଳିଛି ।
ତେବେ ହାତୀକୁ ଘଉଡାଇବାକୁ ଯାଇ ପାଣି ଭିତରକୁ ପସି ଥିଲା ଓଡ୍ରାଫ ଟିମ୍ । ହେଲେ ଓଡ୍ରାଫ୍ ବୋଟଟି ଓଲଟି ପଡ଼ି ଥିବାରୁ ଓଡ୍ରାଫ୍ ଟିମର ଅଧିକାରୀମାନେ ମଧ୍ୟ ପାଣିରେ ଫସିଯାଇଥିବା ସୂଚନା ମିଳିଥିଲା ।
ଓଲଟି ପଡ଼ିଥିବା ବୋଟରେ ଥିଲେ ଓଡ୍ରାଫ ଟିମ ଓ ଓଟିଭିର ୨ ପ୍ରତିନିଧିଙ୍କ ସମେତ ୮ ଜଣ ଲୋକ । ଏମାନଙ୍କୁ ଉଦ୍ଧାର କରିବା ପାଇଁ ମୁଣ୍ଡଳୀରେ ପହଞ୍ଚିଥିଲେ NDRFର ୨ଟି ଟିମ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।