ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ; ବ୍ରିଟେନର 'ଅତୁଳନୀୟ ଅବଦାନ'ରେ ସମ୍ମାନିତ ହେବେ ଓଡ଼ିଆ ପୁଅ

ନିଜର ଏକକ ଉଦ୍ୟମରେ ଅନୀଲ ପ୍ରଧାନ ଗଢିଛନ୍ତି ବହୁ ଚର୍ଚ୍ଚିତ ୟଙ୍ଗ ଟିଙ୍କର୍ ଫାଉଣ୍ଡେସନ୍ ଏବଂ ୟଙ୍ଗ ଟିଙ୍କର୍ ଏକାଡେମୀ । ଏହି ଉଦ୍ୟମ ପାଇଁ ମାନଚେଷ୍ଟର ମାଟିରେ ତାଙ୍କୁ ସମ୍ମାନିତ କରାଯିବ ।

ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ; ବ୍ରିଟେନର 'ଅତୁଳନୀୟ ଅବଦାନ'ରେ ସମ୍ମାନିତ ହେବେ ଓଡ଼ିଆ ପୁଅ

ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ; ବ୍ରିଟେନର 'ଅତୁଳନୀୟ ଅବଦାନ'ରେ ସମ୍ମାନିତ ହେବେ ଓଡ଼ିଆ ପୁଅ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର;  ବ୍ରିଟେନର ମଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ଵ ସ୍ତରୀୟ କାର୍ଯ୍ୟକ୍ରମ " ଅତୁଳନୀୟ ଅବଦାନ" ବା exceptional contribution  କାର୍ଯ୍ୟକ୍ରମ ପାଇଁ ଭାରତର ପ୍ରତିନିଧିତ୍ୱ କରିବାକୁ ନିମନ୍ତ୍ରିତ ହୋଇଛନ୍ତି ଜଣେ ଓଡ଼ିଆ ।  ସେ ବ୍ୟକ୍ତି ଜଣକଙ୍କ ନାମ ଅନିଲ ପ୍ରଧାନ । ଅନୀଲଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରିବାକୁ ନିମନ୍ତ୍ରଣ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ନିଜର ଏକକ ଉଦ୍ୟମରେ ଅନୀଲ ପ୍ରଧାନ ଗଢିଛନ୍ତି ବହୁ ଚର୍ଚ୍ଚିତ ୟଙ୍ଗ ଟିଙ୍କର୍ ଫାଉଣ୍ଡେସନ୍ ଏବଂ ୟଙ୍ଗ ଟିଙ୍କର୍ ଏକାଡେମୀ  ଏହି ଉଦ୍ୟମ ପାଇଁ ମଞ୍ଚେଷ୍ଟର ମାଟିରେ ତାଙ୍କୁ ସମ୍ମାନିତ କରାଯିବ । ବିଶେଷ କରି  ଓଡ଼ିଶାର ତୃଣମୂଳ ସ୍ତରରେ କରାଯାଇଥିବା ଆଦର୍ଶ କାର୍ଯ୍ୟ ପାଇଁ ପୁରସ୍କୃତ ହେବା ନିମନ୍ତେ ସେ ମନୋନୀତ ହୋଇଛନ୍ତି ।



ୟଙ୍ଗ ଟିଙ୍କର୍ ଫାଉଣ୍ଡେସନ୍ ଏବଂ ୟଙ୍ଗ ଟିଙ୍କର୍ ଏକାଡେମୀ ମାଧ୍ୟମରେ ଅନୀଲ ସାରା ବିଶ୍ୱରୁ ୧,୫୦,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରଭାବ ପକାଇଛନ୍ତି । ନିଜର ଏହି ପଦକ୍ଷେପ ମାଧ୍ୟମରେ ସେ ବର୍ତ୍ତମାନ ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ବିଭିନ୍ନ ବିଦ୍ୟାଳୟ ଏବଂ କଲେଜରେ ଟିଙ୍କର୍ ସ୍ପେସ୍ ସ୍ଥାପନ କରୁଛନ୍ତି । ଏହା ଜରିଆରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ  ଛାତ୍ରଛାତ୍ରୀମାନେ ରୋଵୋଟିକ୍ସ, ଇଲେକ୍ଟ୍ରୋନିକ୍ସ, 3D ପ୍ରିଣ୍ଟିଙ୍ଗ୍ ଭଳି ବିଭିନ୍ନ ବିଷୟରେ ଜାଣିପାରୁଛନ୍ତି । ଏହା ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କୁ ବଢ଼ିବାକୁ ଉତ୍ସାହିତ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି ଉଦ୍ୟମ ଜରିଆରେ ସେ ମଧ୍ୟ ମହିଳାମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇ ସେମାନଙ୍କୁ ସଶକ୍ତ କରୁଛନ୍ତି ।



ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ୪୨ ମୌଜାର ଏକ ଗାଁରୁ ଆରମ୍ଭ ହୋଇଥିଲା ଏହି ଉଦ୍ୟମ ଯାହା ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଏହା ବର୍ତ୍ତମାନ ବିଶ୍ୱସ୍ତରରେ ମଧ୍ୟ ସ୍ୱତନ୍ତ୍ର ପରିଚିତି ପାଇ ପାରିଛି । ଏଥିପାଇଁ ଅନୀଲ ପ୍ରଧାନ ମଧ୍ୟ National Youth Award ବା ଜାତୀୟ ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । କହିବାକୁ ଗଲେ ନିଜର ଏହି ଉଦ୍ୟମ ଦ୍ୱାରା ଦେଶର  ଶିକ୍ଷା ନୀତି ପାଇଁ ସେ ବଡ଼ ସହଯୋଗ କରିବାରେ ସମର୍ଥ ହୋଇଛନ୍ତି ।
ଅନୀଲ ପ୍ରଧାନ, ନାସା ହ୍ୟୁମାନ୍ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜ ୨୦୨୧ ରେ ୱାର୍ଲ୍ଡ ରାଙ୍କ  ୩ ଜିତିଥିବା ଛାତ୍ର ଦଳ ପାଇଁ ମଧ୍ୟ ମୁଖ୍ୟ ପରାମର୍ଶଦାତା ଥିଲେ । ଖୁବ୍ ଶୀଘ୍ର ୟଙ୍ଗ ଟିଙ୍କର୍ ଏକାଡେମୀରେ  ଛାତ୍ରମାନେ ମଧ୍ୟ ଉପଗ୍ରହ ଉତକ୍ଷେପଣ କରିବାରେ ସକ୍ଷମ ହୋଇପାରିବେ । ଏହି ଉଦ୍ୟମ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଙ୍କ ପାଇଁ ଏକ ପ୍ରେରଣା ।  କହିବାକୁ ଗଲେ ଦେଶର ବିଭିନ୍ନ ପ୍ରାନ୍ତରେ ସଂଖ୍ୟାଧିକ ଛାତ୍ରଛାତ୍ରୀମାନେ ଏହାର ଅଂଶ ବିଶେଷ ହୋଇସାରିଛନ୍ତି ଏବଂ ଅନେକ ଉତ୍ସାହୀ ଏହି କାର୍ଯ୍ୟକ୍ରମର ଅଂଶ ବିଶେଷ ହେବାକୁ ଯାଉଛନ୍ତି । ' ଏହି ଉତକ୍ଷେପଣ କାର୍ଯ୍ୟକ୍ରମରେ ଉପଗ୍ରହ ଉତକ୍ଷପଣ ପାଇଁ ହିଲିୟମ୍ ବେଲୁନ୍ ବ୍ୟବହାର କରିବାକୁ ଯାଉଛୁ' ବୋଲି ଅନୀଲ ପ୍ରଧାନ ସୂଚନା ଦେଇଛନ୍ତି ।
Published by:Soubhagya Mishra
First published: