• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଓଡ଼ିଶାର ସବୁଠୁ ଧନୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ; ଗରିବ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ... ପ୍ରମିଳାଙ୍କ ପାଖରେ ୪ କୋଟି ୫୬ ଲକ୍ଷ

ଓଡ଼ିଶାର ସବୁଠୁ ଧନୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ; ଗରିବ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ... ପ୍ରମିଳାଙ୍କ ପାଖରେ ୪ କୋଟି ୫୬ ଲକ୍ଷ

ମନ୍ତ୍ରୀ ମାନଙ୍କ ମଧ୍ୟରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରିବ ମନ୍ତ୍ରୀ ହେଉଛନ୍ତି ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ଓଡ଼ିଶାର ସବୁଠୁ ଧନୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ; ଗରିବ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ... ପ୍ରମିଳାଙ୍କ ପାଖରେ ୪ କୋଟି ୫୬ ଲକ୍ଷ

ଓଡ଼ିଶାର ସବୁଠୁ ଧନୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ; ଗରିବ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ... ପ୍ରମିଳାଙ୍କ ପାଖରେ ୪ କୋଟି ୫୬ ଲକ୍ଷ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମନ୍ତ୍ରୀ ମାନଙ୍କ ମଧ୍ୟରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରିବ ମନ୍ତ୍ରୀ ହେଉଛନ୍ତି ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ନବୀନଙ୍କ ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬୪ କୋଟି ହୋଇଥିବା ବେଳେ ପ୍ରଫୁଲ୍ଲଙ୍କ ସମ୍ପତି ହେଉଛି ୪୨ ଲକ୍ଷ ଟଙ୍କା । ମନ୍ତ୍ରୀ ନବ ଦାସ ତାଙ୍କ ପତ୍ନୀଙ୍କ ନାମରେ ୬୬ଟି ଗାଡ଼ି ରଖିଥିବାବେଳେ ତିନୋଟି ବନ୍ଧୁକ ରଖିଛନ୍ତି । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ମନ୍ତ୍ରୀ ମାନେ ସେମାନଙ୍କ ସମ୍ପତ୍ତି ତାଲିକା ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହାକୁ ସାର୍ବଜନୀନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ୨୦୨୧ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେଉଁ ମନ୍ତ୍ରୀଙ୍କ କେତେ ସମ୍ପତ୍ତି ରହିଛି, ତା’ର ତାଲିକା ପ୍ରକାଶ ପାଇଛି । ସିଏମ୍ଓ ୱେବ୍‌ସାଇଟ୍‌ରେ ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି । ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୋଟ୍‌ ସମ୍ପତ୍ତିର ପରିମାଣ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି । ଦିଲ୍ଲୀ ଜନପଥ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ୭୨ ଲକ୍ଷ ଟଙ୍କା ଥିବା ଦର୍ଶାଇଛନ୍ତି ନବୀନ । ସେହିପରି ଭୁବନେଶ୍ୱର ସ୍ଥିତ SBIରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସ SBIରେ ୭ ହଜାର ୭୪ ଟଙ୍କା ଓ ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସର ଅନ୍ୟଏକ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା ଥିବା ନବୀନ ଦର୍ଶାଇଛନ୍ତି । ସେହିପରି ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ କୋଟିଏ ୧୧ ଲକ୍ଷରୁ ଅଧିକ ଟଙ୍କାର FD ଅଛି । ୯ କୋଟି ଟଙ୍କାର RBI ବଣ୍ଡ୍, ପୋଷ୍ଟ ଅଫିସ୍‌ରେ କୋଟିଏ ଟଙ୍କାର ଟର୍ମ ଡିପୋଜିଟ୍ ରହିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମ୍ପତ୍ତି ୩୪କୋଟି ଥିବା ନିଜ ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି । ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୬୬ଟି ଗାଡ଼ି । ସମସ୍ତ ଗାଡ଼ି କମର୍ସିଆଲ୍ ବୋଲି ଦର୍ଶାଯାଇଛି । ତେବେ ଏହି ଗାଡ଼ି ମଧ୍ୟରୁ କେବଳ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି । ଏପରିକି ଗୋଟିଏ ଦିନରେ ୧୦ଟି ଗାଡ଼ି କିଣାଯାଇଛି । ନବଙ୍କ ନିକଟରେ ତିନୋଟି ବନ୍ଧୁକ ରହିଛି । ଗୋଟିଏ ରିଭରଭର ମୂଲ୍ୟ ୫୫ହଜାର ହୋଇଥିବା ବେଳେ ଅନ୍ୟଟିର ମୂଲ୍ୟ ହେଉଛି ୧୭ହଜାର ୫ଶହ । ରାଇଫଲର ଦାମ ହେଉଛି ୧ଲକ୍ଷ ୨୫ ହଜାର ।

ସବୁଠୁ ଗରିବ ମନ୍ତ୍ରୀ ହେଉଛନ୍ତି ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ପ୍ରଫୁଲ୍ଲଙ୍କ ସମ୍ପତି ହେଉଛି ୪୨ଲକ୍ଷ । ୨୦୧୯ରେ ୩୭ଲକ୍ଷ ରହିଥିଲା ପ୍ରଫୁଲ୍ଲଙ୍କ ସମ୍ପତି ତାଲିକା । ମନ୍ତ୍ରୀ ନିରଞ୍ଜନ ପୁଝାରୀଙ୍କ ସମ୍ପତି ୨କୋଟି ୭୩ଲକ୍ଷ, ଜଗନ୍ନାଥ ସାରକାଙ୍କ ୬୦ଲକ୍ଷ, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ୩କୋଟି ୨୭ ଲକ୍ଷ, ପ୍ରଦୀପ ଅମାତ ୧କୋଟି୨୬ଲକ୍ଷ, ପ୍ରମିଳା ମଲ୍ଲିକ ୪ କୋଟି ୫୬  ଲକ୍ଷ, ଟୁକୁନି ସାହୁ ୪କୋଟି, ଅଶୋକ ପଣ୍ଡା ୭ କୋଟି ୭ଲକ୍ଷ, ସମୀର ଦାସ ୨କୋଟି, ଅଶ୍ବିନୀ ପାତ୍ର ୧କୋଠି ୧୦ ଲକ୍ଷ, ପ୍ରିତିରଞ୍ଜନ ଘୋଡେ଼ଇ ୧୧କୋଟି, ଶ୍ରୀକାନ୍ତ ସାହୁ ୧କୋଟି୬୦ଲକ୍ଷ, ରୋହିତ ପୁଜାରୀ ୩କୋଟି ୬ଲକ୍ଷ, ରୀତା ସାହୁ ୯୭ ଲକ୍ଷ, ତୁଷାରକାନ୍ତି ବେହେରା ୪୯ଲକ୍ଷ, ବାସନ୍ତି ହେମ୍ରମ ୨କୋଟି ୫ ଲକ୍ଷ, ପ୍ରତାପ ଦେବ ୬କୋଟି ୨୮ ,ଉସାଦେବୀ ୧ କୋଟି ୯୫ଲକ୍ଷ, ଅତନୁ ସବ୍ୟସାଚୀ ନାଏକ ୧କୋଟି ୮୦, ରାଜେନ୍ଦ୍ର ଢୋଲକିଆଙ୍କ ୧କୋଟି ୩୪ଲକ୍ଷ ମୂଲ୍ୟର ସମ୍ପତି ରହିଛି । ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ସମ୍ପତି ତାଲିକା ଦାଖଲ ହେବା ସହିତ ତାର ସମୀକ୍ଷା ହେବ ଦରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକ କମିଟି କରନ୍ତୁ । ଏହା ଦ୍ବାରା ଆୟର ଉତ୍ସ ଜଣାପଡ଼ିବ ।
ଗ୍ରାମଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁରେ କୌଣସି ଚାରି ଚକିଆ ଗାଡ଼ି ନଥିବା ଦର୍ଶାଯାଇଛି । ତେବେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କର ଗୋଟିଏ ୨୦୦୨ ମସିହା ପୁରୁଣା ସ୍ପ୍ଲେଣ୍ଡର ବାଇକ୍ ରହିଛି । ଯାହାର ମୂଲ୍ୟ ଏବେ ୨ ହଜାର ଟଙ୍କା ବୋଲି ଦର୍ଶାଯାଇଛି ।
Published by:Soubhagya Mishra
First published: