ବାପାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ନୂଆ ଉପାୟ କଲା ଯୁବକ, ତିନି ସାଙ୍ଗଙ୍କ ସହ ଗିରଫ ହେଲା

ପୋଲିସ୍‌ ଚ଼ାରି ଜଣ ଯୁବକଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବାରେ ମଧ୍ୟ ସକ୍ଷମ ହୋଇଛି ।

ପୋଲିସ୍‌ ଚ଼ାରି ଜଣ ଯୁବକଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବାରେ ମଧ୍ୟ ସକ୍ଷମ ହୋଇଛି ।

ପୋଲିସ୍‌ ଚ଼ାରି ଜଣ ଯୁବକଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବାରେ ମଧ୍ୟ ସକ୍ଷମ ହୋଇଛି ।

  • Share this:
ଅନୁଗୋଳ: ଜଣେ ୨୦ ବର୍ଷୀୟ ଯୁବକ ଫିଲ୍ମ ଷ୍ଟାଇଲରେ ସାଙ୍ଗମାନଙ୍କ ଦ୍ୱାରା ନିଜର ଅପହରଣ ନାଟକ କରି ଧରା ପଡ଼ିଛି ।  ପୁଲିସ୍‌ ଯୁବକର ତିନି ଜଣ ସହଯୋଗୀଙ୍କୁ ବି ଗିରଫ କରିଛି ଓ ସମସ୍ତଙ୍କୁ ଜେଲ୍‌କୁ ପଠେଇଛି ।

ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ସିମିଳିପଡ଼ା ଗାଁରେ । ପଞ୍ଚାନନ ଘୋଷ ନାମକ ଜଣେ ବ୍ୟକ୍ତି ଅନୁଗୋଳ ଥାନାରେ ଏକ ଅଭିଯୋଗ କରିଥିଲେ ଯେ  ତାଙ୍କ ପୁଅ ଗୌରବ ଘୋଷଙ୍କୁ ତାଳଚେ଼ର ନିବାସୀ ପପୁ ଠାରୁ ୪୦ ହଜାର ବାକିଆ ଟଙ୍କା ଦେବାକୁ ଫୋନ୍‌ ଆସିଥିଲା । ଏହି ଫୋନ୍‌ ଆସିବା ପରେ ଗୌରବ ଘରୁ ଚା଼ଳିଶ ହଜାର ଟଙ୍କା ନେଇ ବାହାରକୁ ଯାଇଥିଲେ । ଏହା ପରେ ସେ ଆଉ ଫେରି ନ ଥିଲେ ।

ପଞ୍ଚାନନ ସନ୍ଧ୍ୟାରେ ଶକ୍ତି ନାମକ ବ୍ୟକ୍ତି ଠାରୁ ଆଉ ଏକ ଫୋନ୍‌ କଲ୍‌ ପାଇଥିଲେ, ଯେଉଁଥିରେ ତାଙ୍କୁ ପଚିଶ ହଜାର ଟଙ୍କା ନ ଦେଲେ ତାଙ୍କ ପୁଅ ଆଉ ଫେରିବନି ବୋଲି ଚେତାବନୀ ଦିଆ ଯାଇଥିଲା । ଫଳରେ ପଞ୍ଚାନନ ନିଜ ପୁଅର ଜୀବନ ପ୍ରତି ବିପଦ ଥିବା ଭାବି ପି.ଟି.ସି. ହାଇସ୍କୁଲ ଛକରେ ରାତି ପ୍ରାୟ ଆଠଟା ବେଳେ ପଚ଼ିଶି ହଜାର ଟଙ୍କା ନେଇ ପହଞ୍ଚିଥିଲେ । ତେବେ ସେ ସେଠାରେ ପହଞ୍ଚିବା କ୍ଷଣି ଚ଼ାରି ଜଣ ଯୁବକ ହଠାତ୍‌ ସେଠାରେ ପହଞ୍ଚି ପଞ୍ଚାନନଙ୍କୁ ମାଡ଼ ମାରି ୨୫ ହଜାର ଟଙ୍କା ନେଇ ପଳେଇଗଲେ ।

ଏହି ଘଟଣା ପରେ ପଞ୍ଚାନନଙ୍କର ତାଙ୍କ ପୁଅ ଗୌରବ ଉପରେ ସନ୍ଦେହ ହୋଇଥିଲା ।ଏସବୁ ତାଙ୍କ ପୁଅ ଦ୍ୱାରା କରାଯାଇଥିବା ସେ ଜାଣିବାକୁ ପାଇବା ସହ ଏ ନେଇ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଏହି ଅପହରଣ ନାଟକ ରଚିଥିବା ଗୌରବ ଏବଂ ତାର ଅନ୍ୟ ତିନି ସହଯୋଗୀଙ୍କୁ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୋଳ ଅମଲାପଡା଼ର ବିନୋଦ ବେହେରା, ଲିଙ୍ଗରାଯୋଡି଼ ଗାଁର ଶକ୍ତି ପ୍ରସାଦ ମହାନ୍ତି ଓ ସମଲ ଥାନା ଗହମ ଗ୍ରାମର ପପୁନ କୁମାର ସାହୁ । ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବାରେ ମଧ୍ୟ ପୋଲିସ ସକ୍ଷମ ହୋଇଥିଲା । ଅନୁଗୋଳ ଥାନା ଆଇ.ଆଇ.ସି. ରମେଶ ଚନ୍ଦ୍ର ବିଶୋଇ ଏ ସମ୍ପର୍କରେ ସୂଚନା ଦେବା ସହ ଅଭିଯୁକ୍ତ ଚା଼ରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ।
First published: