ମୋ’ ସ୍ୱାମୀର ବାହାଘର: ନିଜ ସ୍ୱାମୀଙ୍କୁ ତାଙ୍କ ପ୍ରେମିକା ସହ ବିବାହ କରେଇଲେ ସ୍ତ୍ରୀ

ସାତ ଜନ୍ମ ପାଇଁ ଯାହାର ସ୍ତ୍ରୀ ହୋଇଥିଲେ, ଯେଉଁ ପୁରୁଷ ସହ ସଂସାର କରିବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖିଥିଲେ, ସେହି ସବୁ ବନ୍ଧନକୁ ଶେଷରେ ଜଳାଞ୍ଜଳି ଦେଲେ ସେ । କେଉଁ ନାଟକ ବହିର ନାଁ ଭଳି ଯେଉଁ କଥାଟି ଆମେ କହୁଛୁ, ସେ ଘଟଣାଟି ବାସ୍ତବରେ ଘଟିଛି।

ସାତ ଜନ୍ମ ପାଇଁ ଯାହାର ସ୍ତ୍ରୀ ହୋଇଥିଲେ, ଯେଉଁ ପୁରୁଷ ସହ ସଂସାର କରିବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖିଥିଲେ, ସେହି ସବୁ ବନ୍ଧନକୁ ଶେଷରେ ଜଳାଞ୍ଜଳି ଦେଲେ ସେ । କେଉଁ ନାଟକ ବହିର ନାଁ ଭଳି ଯେଉଁ କଥାଟି ଆମେ କହୁଛୁ, ସେ ଘଟଣାଟି ବାସ୍ତବରେ ଘଟିଛି।

ସାତ ଜନ୍ମ ପାଇଁ ଯାହାର ସ୍ତ୍ରୀ ହୋଇଥିଲେ, ଯେଉଁ ପୁରୁଷ ସହ ସଂସାର କରିବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖିଥିଲେ, ସେହି ସବୁ ବନ୍ଧନକୁ ଶେଷରେ ଜଳାଞ୍ଜଳି ଦେଲେ ସେ । କେଉଁ ନାଟକ ବହିର ନାଁ ଭଳି ଯେଉଁ କଥାଟି ଆମେ କହୁଛୁ, ସେ ଘଟଣାଟି ବାସ୍ତବରେ ଘଟିଛି।

  • Share this:
ମହେନ୍ଦ୍ର ପାଣିଗ୍ରାହୀ

ମାଲକାନଗିରି: ମୋ’ ସ୍ବାମୀର ବାହାଘର । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଘଟଣାଟି ସତ । ବିବାହ ବେଦୀରେ ଚାରି ଦିଗପାଳଙ୍କୁ ସାକ୍ଷୀ ରଖି ଦିନେ ଯାହା ପାଇଁ ମଥାରେ ସିନ୍ଦୁର ପିନ୍ଧିଥିଲେ, ସେହି ସ୍ବାମୀଙ୍କ ଦ୍ବିତୀୟ ବାହାଘରର ମୁଖ୍ୟ ଆୟୋଜିକା ପାଲଟିଛନ୍ତି ସ୍ତ୍ରୀ। ନିଜ ସ୍ବାମୀଙ୍କୁ ତାଙ୍କ ପ୍ରେମିକା ସହ ବାହାଘର କରାଇଛନ୍ତି ସେ । ଏଇ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ର କମାରପାଲି ଗାଁରେ ।

ସାତ ଜନ୍ମ ପାଇଁ ଯାହାର ସ୍ତ୍ରୀ ହୋଇଥିଲେ ଗାୟତ୍ରୀ କବାସୀ, ଯେଉଁ ପୁରୁଷ ସହ ସଂସାର କରିବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖିଥିଲେ, ସେହି ସବୁ ବନ୍ଧନକୁ ଶେଷରେ ଜଳାଞ୍ଜଳି ଦେଲେ ସେ । କେଉଁ ନାଟକ ବହିର ନାଁ ଭଳି ଯେଉଁ କଥାଟି ଆମେ କହୁଛୁ, ସେ ଘଟଣାଟି ବାସ୍ତବରେ ଘଟିଛି।

ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ସଦର ମହକୁମା ଠାରୁ ୬୦ କିମି ଦୂର କମାରପାଲି ଗାଁରେ ଘଟିଛି ଏ ଘଟଣା । ପ୍ରାୟ ମାସେ ତଳେ କମାରପାଲିର ଆଇତା ମାଡ଼କାମୀଙ୍କ ସହ ପୂର୍ବରୁ ବିବାହିତ ଥିବା ରାମ କବାସୀଙ୍କର ଗଢି ଉଠିଥିଲା ପ୍ରେମ ସମ୍ପର୍କ । ମନପ୍ରାଣ ଦେଇ ଦୁହେଁ ଦୁହିଁଙ୍କୁ ଭଲ ପାଇବାରେ ଲାଗିଲେ । ପ୍ରେମିକା ଆଇତା ମାଡ଼କାମୀଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ ବିବାହିତ ରାମ କବାସୀ, ଯିଏ ଚାରି ପୁଅଝିଅଙ୍କ ବାପା ।

ଦ୍ୱିତୀୟ ପତ୍ନୀ ଆଇତା ମାଡ଼କାମୀ


ଆଇତାଙ୍କ ମନରେ ଉଙ୍କି ମାରୁଥିଲା ପ୍ରଶ୍ନ ରାମ ବିବାହ କରିବେ ନା ନାହିଁ, କାରଣ ରାମ ଥିଲେ ପୂର୍ବରୁ ବିବାହିତ । ପରେ ରାମଙ୍କୁ ଆଇନର ଆଶ୍ରୟ ନେବି ବୋଲି ଧମକ ମଧ୍ୟ ଦେଇଥିଲେ ଆଇତା । ତେବେ ସ୍ବାମୀଙ୍କୁ କାଳେ ଜେଲ୍‌ ହୋଇଯିବ ଓ ଚାରି ପୁଅଝିଅ ବାପା ଛେଉଣ୍ତ ହୋଇଯିବେ ବୋଲି ଭୟ ଘେରିଥିଲା ରାମଙ୍କ ପ୍ରଥମ ସ୍ତ୍ରୀ ଗାୟତ୍ରୀ କବାସୀଙ୍କ ମନରେ । ତେଣୁ ବାଧ୍ୟ ହୋଇ ରାମଙ୍କ ପ୍ରେମକୁ ସ୍ବୀକୃତି ଦେଇ ତାଙ୍କ ପ୍ରେମିକା ଆଇତା ମାଡକାମୀଙ୍କ ସହ ହିନ୍ଦୁ ରୀତିନୀତିରେ ମାଥିଲି ସିଦ୍ଧେଶ୍ବର ମନ୍ଦିରରେ ବିବାହ କରାଇଥିଲେ ସେ। ଗାଁର କିଛି ଭଦ୍ର ବ୍ୟକ୍ତି ଓ ଉଭୟ ପରିବାର କିଛି ସଦସ୍ୟଙ୍କ ଉପସ୍ଥିତିରେ ମନ୍ଦିରରେ ବିବାହ ହୋଇଥିଲା ।

ଭାରତୀୟ ସମ୍ବିଧାନ ଅନୁଯାୟୀ ଦ୍ବିତୀୟ ବିବାହ କରିବା ଆଇନଗତ ଅପରାଧ ଅଟେ । ରାମଙ୍କ ପ୍ରଥମ ପତ୍ନୀ ନିଜ ସ୍ବାମୀଙ୍କ ବିବାହ ତାଙ୍କ ପ୍ରେମିକା ସହ କରାଇଦେଲେ ସତ, ହେଲେ ଏବେ ବି ରାମଙ୍କ ପ୍ରଥମ ପତ୍ନୀ ଗାୟତ୍ରୀ କବାସୀଙ୍କ ମନରେ ସ୍ବାମୀ ହତଭାଗା ହେବାର ଭୟ ଖେଳି ଉଠୁଛି । କିନ୍ତୁ ନିଜ ଚାରି ଛୁଆର ମୁଣ୍ତରୁ ବାପାଛେଉଣ୍ତର କଳଙ୍କ ନ ଲାଗୁ, ସେଥିପାଇଁ ବିବାହ କରାଇବାକୁ ବାଧ୍ୟ ହେଲେ ପ୍ରଥମ ପତ୍ନୀ ଗାୟତ୍ରୀ ।

ପ୍ରଥମ ପତ୍ନୀ ଗାୟତ୍ରୀ କବାସୀ


ଆଦିବାସୀବହୁଳ ଏହି ଅଞ୍ଚଳରେ ସ୍ତ୍ରୀ ନିଜ ସ୍ବାମୀର ଅନ୍ୟତ୍ର ବିବାହ କରାଇବା ଜିଲ୍ଲାରେ ପ୍ରଥମ ଘଟଣା ହୋଇ ସାମ୍ନାକୁ ଆସିଥିଲେ ସୁଦ୍ଧା ଏହା ଏକ ଆଇନ୍‌ଗତ ଅପରାଧ । ଏଠି ଆଇନ୍ ରାମଙ୍କୁ ଦୋଷୀ ସଜାଇବ କି ତାଙ୍କୁ ନୂଆ ପ୍ରେମିକା ଓ ପ୍ରଥମ ପତ୍ନୀଙ୍କୁ ନେଇ ସାଂସାରିକ ଜୀବନ ବିତାଇବାକୁ ଅନୁମତି ଦେବ, ତାହା କୌତୁହଳର ବିଷୟ ହୋଇ ରହିଛି।

ଧୀରେ ଧୀରେ ଘଟଣା ଯେତେ ପ୍ରଚାରିତ ହେଉଛି ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ଉପରେ ସେତିକି ନଜର ରହିଛି ସମସ୍ତଙ୍କର। ତେବେ ନିଜ ସ୍ବାମୀର ବିବାହ ତାଙ୍କ ପ୍ରେମିକା ସହିତ କରାଇ ନାରୀ ଜଗତରେ ଉଦାହରଣ ପାଲଟିଛନ୍ତି ପ୍ରଥମ ପତ୍ନୀ ଗାୟତ୍ରୀ କବାସୀ ।
First published: