‘ମୋ ସରକାର’ ରେ ସାମିଲ ହେଲେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ

ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡି଼କୁ ଦିଆଯାଉଥିବା ପାଣ୍ଠି ଯୋଗାଣରେ ବିଳମ୍ବ ନ କରିବାକୁ କର୍ମଚ଼ାରୀଙ୍କୁ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ତାଗିଦ କରିଛନ୍ତି । ଶିଶୁ ପ୍ରଯତ୍ନ କେନ୍ଦ୍ରଗୁଡି଼କୁ ହଇରାଣ ହରକତ ନ କରିବା ପାଇଁ ମଧ୍ୟ ସେ ଅଫିସରମାନଙ୍କୁ କହିଛନ୍ତି ।

‘ମୋ ସରକାର’ ରେ ସାମିଲ ହେଲେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ
ମୁଖ୍ୟମନ୍ତ୍ରୀଙ୍କ ସହ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ
  • News18 Odia
  • Last Updated: December 17, 2019, 6:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ବଢି଼ଚ଼ାଲିଛି ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମର କଳେବର । ଗୋଟିଏ ପରେ ଗୋଟିଏ ବିଭାଗ ଏହି ସିଧା-ସମ୍ପର୍କ ଉଦ୍ୟମରେ ଯୋଡି଼ ହେବା କ୍ରମରେ ଏବେ ଏଥିରେ ସାମିଲ ହୋଇଛି ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ।

ଏଣିକି ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଚ଼ାଲିଥିବା ଯୋଜନା ବାବଦରେ ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫିଡବ୍ୟାକ୍‌ ନେବେ। ଲୋକ ସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ‘ମୋ ସରକାର’ର ଏହି ପ୍ରସାରକୁ ଉଦଘାଟନ କରିଛନ୍ତି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ।

‘‘ହିତାଧିକାରୀଙ୍କ ସନ୍ତୋଷ ହିଁ ଯୋଜନାର ସବୁ ଠୁ ବଡ଼ ସଫଳତା । ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ଅଧୀନରେ ମା’ ଓ ଶିଶୁମାନଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କଲ୍ୟାଣକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ମାତୃ ଏବଂ ଶିଶୁ ମୃତ୍ୟୁ ହାର ରୋକିବା ସହ ମହିଳା ଏବଂ ଶିଶୁ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି,’’ କହିଛନ୍ତି ମୁଖ୍ୟମନ୍ତ୍ରୀ ।

୫ଟି ସଚିବ ଭି.କେ. ପାଣ୍ଡିଆନ୍‌ ଓ ମନ୍ତ୍ରୀ ଟୁକୁନି ସାହୁ


ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ମମତା ଯୋଜନାର ସଫଳତା ନେଇ ସେ ନିଜେ ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ୩୦ଟି ଯାକ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ‘‘ଯୋଜନାଗୁଡ଼ିକର ସୁଫଳ କିଭଳି ତୃଣମୂଳ ସ୍ତରରେ ପହଞ୍ଚି ପାରିବ ସେ ଲକ୍ଷରେ ‘ମୋ ସରକାର’ କରାଯାଉଛି । ଜନ ସାଧାରଣ ଯଦି ଅସୁବିଧାର ସାମ୍ନା କରୁଛନ୍ତି, ଟୋଲ୍‌ଫ୍ରି ନମ୍ବରରେ ଅଭିଯୋଗ କଲେ ଉଚି଼ତ ପଦକ୍ଷେପ ନିଆଯିବ,’’ କହିଛନ୍ତି ସାହୁ ।

ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡି଼କୁ ଦିଆଯାଉଥିବା ପାଣ୍ଠି ଯୋଗାଣରେ ବିଳମ୍ବ ନ କରିବାକୁ କର୍ମଚ଼ାରୀଙ୍କୁ ୫ଟି ସଚିବ ଭି.କେ. ପାଣ୍ଡିଆନ୍‌ ତାଗିଦ କରିଛନ୍ତି । ଶିଶୁ ପ୍ରଯତ୍ନ କେନ୍ଦ୍ରଗୁଡି଼କୁ ହଇରାଣ ହରକତ ନ କରିବା ପାଇଁ ମଧ୍ୟ ପାଣ୍ଡିୟାନ ଅଫିସରମାନଙ୍କୁ ତାଗିଦ କରିଛନ୍ତି ।

ବିଭିନ୍ନ ଅଙ୍ଗନବାଡି଼କୁ ଯୋଗାଇ ଦିଆଯାଉଥିବା ଛତୁଆ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ମଧ୍ୟ ପାଣ୍ଡିଆନ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟରେ ଥାନା ଓ ଡାକ୍ତରଖାନା ‘ମୋ ସରକାର’ରେ ସାମିଲ ହୋଇଥିବା ବେଳେ ଦ୍ବୀତୀୟ ପର୍ଯ୍ୟାୟରେ କୃଷି, ଖାଦ୍ୟ ଯୋଗାଣ, ସମବାୟ ଓ ଉଚ୍ଚ ଶିକ୍ଷା ବିଭାଗ ସାମିଲ ହୋଇଥିଲା । ଏବେ ମହିଳା ଓ ଶିଶୁ ବିକାଶ ବିଭାଗ ଏଥିରେ ରେ ଯୋଡି଼ ହୋଇଥିବାରୁ ଏ ବିଭାଗ ଠାରୁ ରାଜ୍ୟର ମହିଳାମାନଙ୍କ ଆଶା ବଢ଼ିଯାଇଛି ।
Published by: Anand Shankar Thankur Das
First published: December 17, 2019, 5:38 PM IST
corona virus btn
corona virus btn
Loading