୨୦୩୬ରେ ସାରା ଦେଶକୁ ମାର୍ଗଦର୍ଶନ କରିବ ଓଡ଼ିଶା; ବିରୋଧୀ ଉଠାଇଲେ ପ୍ରଶ୍ନ

୨୦୩୬ରେ ଓଡ଼ିଶା ସାରାଦେଶକୁ ମାର୍ଗଦର୍ଶନ କରିବ। ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ବାର୍ତ୍ତାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି।

୨୦୩୬ରେ ସାରାଦେଶକୁ ମାର୍ଗଦର୍ଶନ କରିବ ଓଡ଼ିଶା (ପ୍ରତୀକାତ୍ମକ ଛବି)

୨୦୩୬ରେ ସାରାଦେଶକୁ ମାର୍ଗଦର୍ଶନ କରିବ ଓଡ଼ିଶା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୨୦୩୬ରେ ଓଡ଼ିଶା ସାରାଦେଶକୁ ମାର୍ଗଦର୍ଶନ କରିବ। ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ବାର୍ତ୍ତାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି। ମୁଖ୍ୟମନ୍ତ୍ରୀଙ୍କ ଏହା ଦିବାସ୍ବପ୍ନ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ ବିକାଶର ଆଧାର କଣ ବୋଲି ପ୍ରଶ୍ନ କରିଛି।

ରାଜ୍ୟରେ ଆରମ୍ଭ ହୋଇଛି ବିକାଶର ଧାରା। ଶିକ୍ଷା ସ୍ବାସ୍ଥ୍ୟ, କୄଷି, ଶିଳ୍ପ ସବୁକ୍ଷେତ୍ରରେ ଓଡିଶା ଆଗଉଛି। ୫ଟି ବ୍ୟବସ୍ଥା ସାରା ଦେଶରେ ଆଦର୍ଶ ସୃଷ୍ଟି କରିଛି। ୨୦୩୬ରେ ଓଡ଼ିଶା ପ୍ରତିଷ୍ଠାକୁ ଶହେ ବର୍ଷ ପୁରିବ।

ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ସାରା ଦେଶକୁ ମାର୍ଗ ଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ କହିଥିଲେ। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି," ବିଜୁ ଜନତା ଦଳ ପ୍ରତି ଲୋକଙ୍କ ମୋହ ଭଙ୍ଗ ହୋଇଛି। ଚାଷୀଙ୍କ ମୋହଭଙ୍ଗ ହୋଇଛି। ବିଜୁ ଜନତା ଦଳର ପତନ ଆରମ୍ଭ ହେବ। ୨୦୨୪ ପାଇଁ ଵିଜେପି ତାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି।୨୦୨୪ରେ ଆମେ ସରକାର କରିବୁ। ବିଧାନସଭା ତଥ୍ୟ କହୁଛି ଚାଷୀଙ୍କ ଆୟ ବଢୁନାହି। ଯେଉଁ ସୁନେଲି ସ୍ବପ୍ନ ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ ୨୨ବର୍ଷ ଭିତରେ ଯେଉଁ ସରକାର ବିକାଶ କରିପାରିଲା ନାହିଁ ଚାଷୀଙ୍କ ଆୟ ବୄଦ୍ଧି କରିପାରିଲା ନାହିଁ ।ଏଵେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ସୁନେଲି ସ୍ବପ୍ନ ଦେଖାଉଛନ୍ତି"

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତ,"ଓଡିଶା ଭିତରକୁ ୩, ୪ଟି ରାଜ୍ୟ ପଶି ଆସିଲେଣି, କିନ୍ତୁ ରାଜ୍ୟ ସରକାର ସବୁ ଜାଣିଶୁଣି ପୁରା ଚୁପ । କେବଳ ଭୋଟ ପାଇବା ପାଇଁ ଜନସାଧାରଣଙ୍କୁ ପ୍ରଲୋଭିତ କରିବା, ଭୁଆଁ ବୁଲେଇବା, ସ୍ବପ୍ନ ଦେଖାନ୍ତି ନବୀନ ସରକାର। ଅଖଣ୍ଡ ଓଡ଼ିଶା ଯାହାକୁ ବଳିଦାନ ଦେଇ ଗଠନ କରଥିଲେ ମହା ପୁରୁଷମାନେ ତାଙ୍କ ପରିଶ୍ରମକୁ ବୃଥା କରୁଛନ୍ତି ନବୀନ ବାବୁ । ତେଣୁ ୨୦୩୬ରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ହେବ କେଉଁ କାରଣରୁ , ସେଇଟା କେବଳ ପ୍ରୋହତ୍ସନ" ।

ଉଭୟ କଂଗ୍ରେସ ଓ ବିଜେପି କଥାରେ ଉତ୍ତର ରଖିଛି ବିଜେଡ଼ି। ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି,"ଦୄଢ଼ ନେତୄତ୍ବ, ସ୍ଥିର ସରକାର, ପ୍ରଗତିଶୀଳ ଅର୍ଥନୀତିରେ ଓଡ଼ିଶା ଆଜି ସାରା ଭାରତ ବର୍ଷର ଦୄଷ୍ଟି ଆକର୍ଷଣ କରିଛି। ଏହି କ୍ଷେତ୍ରକୁ ଦେଖାଗଲେ ଭିତ୍ତିଭୂମି ବିକାଶ, କୄଷି କ୍ଷେତ୍ର, ଶିଳ୍ପ,ଶିକ୍ଷା ସ୍ବାସ୍ଥ୍ୟ ପ୍ରତିଟି କ୍ଷେତ୍ରରେ ଓଡ଼ିଶା ବିଶ୍ବର ଦୄଷ୍ଟି ଆକର୍ଷଣ କରିବ।ଏହି ପ୍ରକ୍ରିୟା ଭିତରେ ଓଡ଼ିଶା ଗତି କରୁଛି। ଆଜିର ଦିନରେ ଦେଖିଲେ ଅନେକ କ୍ଷେତ୍ରରେ ଓଡ଼ିଶା ଭାରତର ଅନ୍ୟ ରାଜ୍ୟ ତୁଳନାରେ ନିଜ ଦକ୍ଷତା ପ୍ରତିପାଦିତ କରିଛି। ଓଡ଼ିଶା ନିଶ୍ଚିତ ଭାବରେ ବିଶ୍ବର ଦୄଷ୍ଟି ଆକର୍ଷଣ କରିବ"।
Published by:Soumya Das
First published: