ରାଜ୍ୟରେ ଏହି ମାସ ଶେଷ ସୁଦ୍ଧା ହେବ UG ଓ PG ପରୀକ୍ଷା; ଅକ୍ଟୋବର ଶେଷରେ ଆସିବ ଫଳ

ଏହି ବର୍ଷ ମେ ୨୦ ତାରିଖରେ ରାଜ୍ୟ ସରକାର କୋଭିଡ଼କୁ ଦେଖି ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ । ଏହା ସହ ଅଗଷ୍ଟ ମାସରେ ବିକଳ୍ପ ବ୍ୟବସ୍ଥାରେ ରେଜଲ୍ଟ ପ୍ରକାଶ କରିବାକୁ ମଧ୍ୟ ବିଧିବଧ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ରାଜ୍ୟରେ ଏହି ମାସ ଶେଷ ସୁଦ୍ଧା ହେବ UG ଓ PG ପରୀକ୍ଷା; ଅକ୍ଟୋବର ଶେଷରେ ଆସିବ ଫଳ
ରାଜ୍ୟରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ହେବ UG ଓ PG ପରୀକ୍ଷା
  • News18 Odia
  • Last Updated: September 2, 2020, 10:40 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ୟୁଜି ଓ ପିଜି ପରୀକ୍ଷା କେବେ ହେବ ଏହାକୁ ନେଇ ଲାଗି ରହିଥିବା ବିବାଦର ପୂର୍ଣ୍ଣଛେଦ ପଡ଼ିଛି । ବିନା ପରୀକ୍ଷାରେ ଶେଷବର୍ଷ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ସୁପ୍ରିମ କୋର୍ଟ ରାୟ ଦେବା ପରେ ଓଡ଼ିଶାରେ ପରୀକ୍ଷା ହେବା ନେଇ ସ୍ପଷ୍ଟ କରିଛି ରାଜ୍ୟ ଉଛଶିକ୍ଷା ବିଭାଗ । ଯଦିଓ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଇନାହଁ କିନ୍ତୁ ୟୁଜିସି ନିୟମାବଳୀ ଅନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷା ସାରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ।

ଏହା ସହ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଉଭୟ ୟୁଜି ଓ ପିଜି ଫଳ ପ୍ରକାଶ ପାଇବ। ତେବେ ପୂର୍ବରୁ ଯେଉଁ ନିଷ୍ପତି ହୋଇଥିଲା ଯେ ପରୀକ୍ଷା ଅନଲାଇନ, ଅଫଲାଇନ କିମ୍ବା ଉଭୟ ମାଧ୍ୟମରେ ହେବ । କିନ୍ତୁ ଏହାକୁ ସମୟ ସୁବିଧା ଦେଖି ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ନିଷ୍ପତି ନେବେ । ଏହାକୁ ନେଇ ନିକଟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କଂଫେରେନ୍ସି ମାଧ୍ୟମରେ ଏକ ବୈଠକ ବସିଥିଲା । ଯେଉଁଥିରେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିସଦ ଉପାଧ୍ୟକ୍ଷ ଅଶୋକ କୁମାର ଦାଶଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ । ତେବେ ଛାତ୍ରଛାତ୍ରୀ ମାନେ କୋରୋନା କାଳରେ ପରୀକ୍ଷା ଦେବାକୁ ଇଛୁକ କି ନୁହେଁ ଜଣାଇବେ। ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ଡ଼ିସେମ୍ବର ମାସରେ କାଗଜ ଓ କଲମରେ ଅର୍ଥାତ ପୂର୍ବଭଳି ପରୀକ୍ଷାର ଆୟୋଜନ କରାଯିବ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ


ଏପରିକି ଶେଷବର୍ଷର ବ୍ୟାକ ପେପର ମଧ୍ୟ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇ ଅକ୍ଟୋବର ମାସରେ ଫଲ ପ୍ରକାଶବ ପାଇବ । ଗତ ମେ' ମାସ ୨୦ ତାରିଖରେ ରାଜ୍ୟ ସରକାର କୋଭିଡ଼କୁ ଦେଖି ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ । ଏହା ସହ ଅଗଷ୍ଟ ମାସରେ ବିକଳ୍ପ ବ୍ୟବସ୍ଥାରେ ରେଜଲ୍ଟ ପ୍ରକାଶ କରିବାକୁ ମଧ୍ୟ ବିଧିବଧ ବିଜ୍ଞପ୍ତି ପ୍ରକାଶ କରିଥିଲେ । ହେଲେ ପରେ ଜୁଲାଇ ମାସ ୬ତାରିଖରେ ୟୁଜିସି ଯୁକ୍ତ୩ ଶେଷବର୍ଷ ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଯାହାକୁ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟ ନ କରି ବିକଳ୍ପ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବାକୁ କହିଥିଲେ । ଏ ନେଇ ରାଜ୍ୟ ସରକାର ଦୁଇ ଦୁଇ ଥର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ରାଜ୍ୟରେ କୋରୋନା ସଂକ୍ରମଣର ଭୟାବହତାକୁ ଦେଖି ପରୀକ୍ଷା ଅସମ୍ଭବ ବୋଲି ମଧ୍ୟ ଦର୍ଶାଇଥିଲେ । ପରେ ମାମଲା ସୁପ୍ରିମ କୋର୍ଟକୁ ଯିବା ପରେ ଏହାର ଶୁଣାଣି ହୋଇଥିଲା । ସୁପ୍ରିମ କୋର୍ଟ ୟୁଜିସି ସହ ଏକମତ ହୋଇ ପରୀକ୍ଷାକୁ ବାଧ୍ୟତାମୂଳକ କହିଛନ୍ତି ।

"ବୈଠକରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି । ସୁପ୍ରିମ କୋର୍ଟ ଓ ଯୁଜିସିର ନିୟମାବଳୀକୁ ଅବମାନନା କରିହେବ ନାହିଁ । ତେବେ ପରୀକ୍ଷା କେବେ ହେବ ଓ ଗାଇଡ଼ଲାଇନ କଣ ରହିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାଯିବ,'' କହିଛନ୍ତି ରାଜଧାନୀ ମହାବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଷଡ଼ଙ୍ଗୀ କହିଛନ୍ତି ।
Published by: Jagdish Barik
First published: September 2, 2020, 10:40 AM IST
corona virus btn
corona virus btn
Loading