Hockey India : ଆଉ ୧୦ ବର୍ଷ ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିବ ଓଡ଼ିଶା

Hockey India : ଆଉ ୧୦ ବର୍ଷ ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିବ ଓଡ଼ିଶା

Hockey India : ଆଉ ୧୦ ବର୍ଷ ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିବ ଓଡ଼ିଶା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଓଡ଼ିଶା : ଆଉ ୧୦ ବର୍ଷ ଭାରତୀୟ ହକି ଟିମ୍‌ର ( Hockey India ) ପ୍ରାୟୋଜକ ରହିବ ଓଡ଼ିଶା । ୨୦୨୩ରୁ ୨୦୩୩ ଯାଏ ପ୍ରାୟୋଜକ ରହିବ ଓଡ଼ିଶା । ହକି ଇଣ୍ଡିଆକୁ OMC ଦେବ ୪୩୪ କୋଟି ୧୨ ଲକ୍ଷ ଟଙ୍କା । ପୂର୍ବରୁ ୫ ବର୍ଷିଆ ପ୍ରାୟୋଜକ ଚୁକ୍ତି କରିଥିଲା ଓଡ଼ିଶା । ଓଡ଼ିଶାକୁ ‘ହକିର ବିଶ୍ବସ୍ତରୀୟ କେନ୍ଦ୍ର’ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଲଗାତର ଦୁଇଥର ହକି ବିଶ୍ବକପ୍‌ ସଫଳତାର ସହ ଆୟୋଜନ କରିଛି । ଏବର୍ଷ ରାଉରକେଲାର ବିଶ୍ବର ସବୁଠାରୁ ବୃହତ୍ତ ହକି ଷ୍ଟାଡିୟମ୍ ଉଦ୍‌ଘାଟନ କରାଯାଇଛିଥିଲା । ସେହିପରି କଟକ ରିଙ୍ଗ୍‌ ରୋଡର ପ୍ରଶସ୍ତୀକରଣ ପାଇଁ ୧୨୧ କୋଟି ୬୫ କୋଟି ଟଙ୍କା ମଞ୍ଜୁରି ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।ପୂର୍ବରୁ ୫ ବର୍ଷିଆ ପ୍ରାୟୋଜକ ଚୁକ୍ତି କରିଥିଲା ଓଡ଼ିଶା ।

ଓଡ଼ିଶାକୁ ‘ହକିର ବିଶ୍ବସ୍ତରୀୟ କେନ୍ଦ୍ର’ କରିବାକୁ ଲକ୍ଷ୍ୟ ରଖାଯାଇଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି କ୍ୟାବିନେଟ୍ ବୈଠକରେ । ତାହା ହେଲା କଟକ ରିଙ୍ଗରୋଡର ଉନ୍ନତିକରଣ । କଟକ ରିଙ୍ଗ ରୋଡର ପ୍ରଶସ୍ତୀକରଣ ପାଇଁ ୧୨୧.୬୫ କୋଟି ଖର୍ଚ୍ଚ ହେବ । ଖାନନଗରରୁ ଲିଙ୍କ ରୋଡ ରାସ୍ତା ୬ ଥାକିଆ କରାଯିବ । ଏଥିପାଇଁ ଆହୂତ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏହି କାମ ୨୪ ମାସ ମଧ୍ୟରେ ସରିବ ।

ସେହିପରି କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର SEBC ତାଲିକାରେ ସାମିଲ ହେବ ୨୨ଟି ଜାତି ଓ ସଂପ୍ରଦାୟ । ଆଦିବାସୀ କଲ୍ୟାଣ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ଦେଇଛି । କେନ୍ଦ୍ରର OBC ତାଲିକାରେ ଥିଲେ ବି SEBC ସୁବିଧା ପାଉ ନଥିଲେ ଏସବୁ ୨୨ଟି ଜାତି ବା ସଂପ୍ରଦାୟ । ଯେଉଁ ଜାତି ଓ ସଂପ୍ରଦାୟକୁ ରାଜ୍ୟ ସରକାର ନିଜସ୍ବ ସଂରକ୍ଷଣ ତାଲିକାରେ ଅନ୍ତର୍ଭୁକ୍ତ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ।.. ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନିଆଯାଇଛି କ୍ୟାବିନେଟରେ । ବିଦ୍ୟୁତ ବୈଷୟିକ ଓ ବାଣିଜ୍ୟିକ କ୍ଷତି ରୋକିବା ପାଇଁ ଖର୍ଚ୍ଚ ହେବ ୬୨୮୪ କୋଟି ଟଙ୍କା । ଏଥିରେ ରାଜ୍ୟ ସରକାରଙ୍କ ଅଂଶ ରହିବ ୨୩୪୨ କୋଟି । ସ୍ମାର୍ଟ ମିଟର ପାଇଁ ଖର୍ଚ୍ଚ ହେବ ୪୨୮ କୋଟି ଟଙ୍କା । ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୪୨୪୮ କୋଟି ଟଙ୍କା । ବିତରଣ ଭିତ୍ତିଭୂମି ପାଇଁ ୧୫୦୯ କୋଟି ଖର୍ଚ୍ଚ ହେବ । RDSS ଯୋଜନା ଜରିଆରେ ୩ ବର୍ଷରେ ଏସବୁ କାମ ସରିବ ।

ପଢନ୍ତୁ ଏହି ଖବର : Indian Bank Special FD: ଖୁସି ଖବର...ସୁଧ ହାର ସହ ସ୍କିମ୍‌ର ଅବଧି ବୃଦ୍ଧି କଲା ଇଣ୍ତିଆନ୍‌ ବ୍ୟାଙ୍କ୍‌...

ପଢନ୍ତୁ ଏହି ଖବର :  OSSC Exam : ବାତିଲ ହେଲା OSSC ଆକାଉଣ୍ଟାଣ୍ଟ ପରୀକ୍ଷା; ଓଡ଼ିଆ ପ୍ରଶ୍ନାବଳୀରେ ବ୍ୟାପକ ତ୍ରୁଟି
Published by:Sujit Swain
First published: