ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୨୦୩୦ ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ରାଜ୍ୟ; ଏହି ଅଭିଯାନରେ ସଫଳ ହେଉଛି

୨୦୩୦ ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ରାଜ୍ୟ; ଏହି ଅଭିଯାନରେ ସଫଳ ହେଉଛି

ବିହାର, ପଶ୍ଚିମ ବଙ୍ଗ, ଆନ୍ଧ୍ର ଓ ତେଲେଙ୍ଗାନାକୁ ପଛରେ ପକାଇ ଓଡ଼ିଶା ବେଶ୍ ସଫଳତା ପାଇଛି। ୨୦୩୦ ସୁଦ୍ଧା ସବୁ ଗ୍ରାମ ବାଲ୍ୟ ବିବାହ ମୁକ୍ତ ନେଇ ଓଡ଼ିଶା ଶିଶୁ ସୁରକ୍ଷା ଅଧିକାର ଆୟୋଗକୁ ମୁଖ୍ୟ ମନ୍ତ୍ରୀ ଚିଠି ଲେଖିବା ପରେ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା।

୨୦୩୦ ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ରାଜ୍ୟ; ଏହି ଅଭିଯାନରେ ସଫଳ ହେଉଛି
୨୦୩୦ ସୁଦ୍ଧା ରାଜ୍ୟ ହେବ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ
  • News18 Odia
  • Last Updated: November 10, 2021, 5:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଏବେ ୬,୦୦୦ ଗାଆଁ ବାଲ୍ୟ ବିବାହ ମୁକ୍ତ। ସୁବର୍ଣ୍ଣପୁରର ଗୋଟିଏ ଛୋଟିଆ ଗ୍ରାମ ରୁଗୁଡ଼ି ପାଲିରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ୬,୦୦୦ ଗାଁ ଉପରେ ବେଶ୍ ପ୍ରଭାବ ପକାଇଛି। ସେଥି ପାଇଁ ସାରା ରାଜ୍ୟ ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ମୁଖ୍ୟ ଲକ୍ଷ୍ୟ ରହିଛି।

ବିହାର, ପଶ୍ଚିମ ବଙ୍ଗ, ଆନ୍ଧ୍ର ଓ ତେଲେଙ୍ଗାନାକୁ ପଛରେ ପକାଇ ଓଡ଼ିଶା ବେଶ୍ ସଫଳତା ପାଇଛି। ୨୦୩୦ ସୁଦ୍ଧା ସବୁ ଗ୍ରାମ ବାଲ୍ୟ ବିବାହ ମୁକ୍ତ ନେଇ ଓଡ଼ିଶା ଶିଶୁ ସୁରକ୍ଷା ଅଧିକାର ଆୟୋଗକୁ ମୁଖ୍ୟ ମନ୍ତ୍ରୀ ଚିଠି ଲେଖିବା ପରେ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା।

ସାମିଲ ହେବେ ସ୍ଵଂୟ ସହାୟକ ଗୋଷ୍ଠୀ। ତେବେ ନଜର ପକାନ୍ତୁ ଜାତୀୟ ଓ ରାଜ୍ୟର ତଥ୍ୟ ଉପରେ। ୧୯୯୨-୯୩ରେ ୪୫.୫ ପ୍ରତିଶତ ୧୯୯୮-୯୯ରେ ୩୭.୬ ପ୍ରତିଶତ ୨୦୦୫-୦୬ ରେ ୩୭.୨ ପ୍ରତିଶତରୁ ଏବେ ୨୦୧୫-୧୬ରେ ୨୧.୩ ପ୍ରତିଶତରେ ପହଞ୍ଚିଛି ବାଲ୍ୟ ବିବାହ ହାର। କର୍ଣାଟକ, ବିହାର, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ଆଦି ରାଜ୍ୟ ଠାରୁ ପଛରେ ରହିଛି ଓଡ଼ିଶା। ଦିନ ଥିଲା ଏହି ସବୁ ରାଜ୍ୟ ଠୁ ବାଲ୍ୟ ବିବାହରେ ଓଡ଼ିଶା ଥିଲା ଆଗରେ।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣରେ ଜାତୀୟ ହାର ହାର ରହିଛି ୨୬.୮। ସେଥିରେ ଓଡ଼ିଶାର ହାର ହେଉଛି ୨୧. ୩ ପ୍ରତିଶତ। ଯଦିଓ ଏହା ଖୁସିର କଥା କିନ୍ତୁ ଜାତୀୟ ହାର ଠାରୁ ଢ଼େର ଅଧିକ ରହିଛି ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା କେନ୍ଦୁଝର, ନୟାଗଡ଼ ଓ କୋରାପୁଟ।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭଦ୍ରକ, ବଲାଙ୍ଗୀର, ପୁରୀ, ନୂଆପଡ଼ା ଓ ସୁବର୍ଣ୍ଣପୁରରେ କମିଛି ବାଲ୍ୟ ବିବାହ। ରାଜ୍ୟରେ ମୋଟ ଗା ୫ ଲକ୍ଷ୩ ହଜାରରୁ ଉର୍ଦ୍ଧ୍ବ ଥିବା ବେଳେ ତାହାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ


ଏ କ୍ଷେତ୍ରରେ ଗ୍ରାସ ରୁଟରେ କାମ କରୁଥିବା ଆକ୍ସନ ଏଡର କହିବା କଥା ହେଉଛି ପୂର୍ବ ଅପେକ୍ଷା ସ୍ଥିତିରେ ପରିବର୍ତ୍ତନ ଆସିଛି। ଲୋକଙ୍କ ଭିତରେ ସଚେତନତା ବଢ଼ିଛି, କିନ୍ତୁ ଅଧିକ ସଚେତନତାର ଆବଶ୍ୟକତା ଅଛି। ସୋନପୁରର ଛୋଟିଆ ଗାଆଁରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସାରା ରାଜ୍ୟରେ ପ୍ରଭାବ ପକାଇଛି। ଗଞ୍ଜାମ ଜିଲ୍ଲା ଏ କ୍ଷେତ୍ରରେ ବଡ଼ ଉଦାହରଣ ସାଜିଛି। ଖୋର୍ଦ୍ଧା ଜିଲ୍ଲା ଯଦିଓ ଅଧିକ ସଭ୍ୟ, ଶିକ୍ଷିତ କିଛି ବସ୍ତିରେ ମଧ୍ୟ ବାଲ୍ୟ ବିବାହ ହୁଏ। ଯେ ପର୍ଯ୍ୟନ୍ତ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇନି ଲୋକଙ୍କ ସ୍ଥିତି ସୁଧିରିବ ନାହିଁ ।

ସମାଜସେବୀ ସ୍ମିତା ମହାପାତ୍ରଙ୍କ କହିବା କଥା ହେଉଛି, "ଭଲ ଘର ଓ ଚାକିରିଆ ବର ପାଇଲେ କିଛି ଅଭିଭାବକ ଅନ୍ଧ ହୋଇ କୋମଳମତି କନ୍ୟାକୁ ଅନ୍ୟ ହାତରେ ଟେକି ଦିଅନ୍ତି। ଅଶିକ୍ଷା ଦାରିଦ୍ର୍ୟ ହିଁ ବାଲ୍ୟ ବିବାହର ବଡ଼ କାରଣ । ଭଲ ବର ଓ ଘର ପାଇଲେ କିଛି ସମ୍ଭ୍ରାନ୍ତ ଲୋକ ବି ବାଲ୍ୟ ବିବାହରେ ଲିପ୍ତ । ଝିଅ ପରିବାରର ବୋଝ। ପଢ଼ିଲେ କ'ଣ କରିବ। ଏଭଳି ସଂକୀର୍ଣ୍ଣ ତା ପାଇଁ ହେଉଛି ବାଲ୍ୟ ବିବାହ। ଗ୍ରାସ ରୁଟରେ ପହଞ୍ଚି ପାରିନି ସଚେତନତା କାର୍ଯ୍ୟକ୍ରମ। ଶିକ୍ଷା ଦିକ୍ଷା ଏଠାରେ ଫିକା ପଡ଼ିଯାଏ। ଅଶିକ୍ଷା ଓ ଦାରିଦ୍ର୍ୟ ମଧ୍ୟ ଏଥିପାଇଁ ଦାୟୀ। ଉପାନ୍ତ ଅଞ୍ଚଳ, ବସ୍ତିରେ ବେଶୀ ହେଉଛି ବାଲ୍ୟ ବିବାହ। ଏଥିରେ ରୋକ୍ ଲଗାଇବା ପାଇଁ ଆଇନ ଅଛି। ୨୦୦୬ ମସିହାରେ ପ୍ରଣୀତ the prohibition of child marriage actକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରାଯିବା ଉଚିତ୍। ଯେଉଁଥିରେ ଦୋଷୀକୁ ଦୁଅ ବର୍ଷ ଜେଲ ଦଣ୍ଡ ସହ ତିନି ଲକ୍ଷ ଟଙ୍କାର ଜୋରିମନା ଦେବାକୁ ପଡ଼େ।
Published by: Lipina Das
First published: November 10, 2021, 5:31 PM IST