ଆକାଶରୁ ଝରୁଛି ନିଆଁ ! ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା

ଅସହ୍ୟ ଗରମ ସହ ରାସ୍ତାଘାଟ ଖାଁ ଖାଁ । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା । ତା ତଳକୁ ରହିଛି ସମ୍ବଲପୁର ।

ଆକାଶରୁ ଝରୁଛି ନିଆଁ ! ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା

ଆକାଶରୁ ଝରୁଛି ନିଆଁ ! ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଆକାଶରୁ ନିଆଁ ବର୍ଷା ! ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୫ଟି ସହରର ତାପମାତ୍ରା (temperature) । ଆଜି ଅପରାହ୍ନ ୨.୩୦ ସୁଦ୍ଧା ଆସିଥିବା ତାପମାତ୍ରା ତଥ୍ୟ ଅନୁଯାୟୀ, ୪୧.୪ ଡିଗ୍ରୀ ସହ ଝାରସୁଗୁଡ଼ା (jharsuguda) ସବୁଠୁ ଉତ୍ତପ୍ତ ସହର ପାଲଟିଛି । ତା ତଳକୁ ରହିଛି ସମ୍ବଲପୁର । ସମ୍ବଲପୁର (sambalpur) ସହରର ତାପମାତ୍ରା ରହିଛି ୪୧.୨ ଡିଗ୍ରୀ । ଭୁବନେଶ୍ବର (bhubaneswar)ର ତାପମାତ୍ରା ଆଜି ପୁଣି ୪୦ ଡିଗ୍ରୀ ଟପିଯାଇଛି । ରାଜଧାନୀର ତାପମାତ୍ରା ରହିଛି ୪୦.୪ ଡିଗ୍ରୀ ।

ସେହିପରି ଚାନ୍ଦବାଲି ୪୦.୦ ଡିଗ୍ରୀ ଓ ହୀରାକୁଦ (hirakud) ସହରର ତାପମାତ୍ରା ୪୦ ଡିଗ୍ରୀ ରହିଛି । କେନ୍ଦୁଝରର ତାପମାତ୍ରା ରହିଛି ୩୯.୨ ଡିଗ୍ରୀ । ବାଲେଶ୍ବର (baleswar) ୩୮.୪ ଡିଗ୍ରୀ, ଗୋପାଳପୁର ୩୪.୬ ଡିଗ୍ରୀ, ପୁରୀ (puri) ୩୪.୨ ଡିଗ୍ରୀ ଏବଂ ପାରାଦୀପର ତାପମାତ୍ରା ୩୨.୮ ଡିଗ୍ରୀ ରହିଛି ।

ପାଣିପାଗ ବିଭାଗ କହିଛି ଯେ, ଆଗାମୀ ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟିପାରେ । ତାପରେ ପାଗରେ ସାମାନ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ଖରା ନେଇ ହିଟ ୱେଭ ୱାର୍ଣ୍ଣିଂ (heat wave warning) ଜାରି କରାଯାଇଛି ।

ଅନ୍ୟପଟେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ (pramila mallick) । ମନ୍ତ୍ରୀ କହିଛନ୍ତି , ସବୁ ଜିଲ୍ଲାପାଳ (collector)ଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମିକଙ୍କୁ ଦିନ ୧୧ରୁ ଅପରାହ୍ନ ୩ ଯାଏଁ କାମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାର ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ । ବସ୍‌ (bus)ରେ ଅତ୍ୟଧିକ ଯାତ୍ରୀ ନ ନେବାକୁ ପରିବହନ ବିଭାଗକୁ କୁହାଯାଇଛି । ବସରେ ବରଫ (ice), ORS, ପାଣି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନକୁ ଜଳଛତ୍ର ଖୋଲିବାକୁ କୁହାଯାଇଛି । ଗାଁରେ ଟ୍ୟୁବ୍‌ଓ୍ବେଲ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲ (hospital)ରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ଼ ଓ ଚିକିତ୍ସା (treatment) ବ୍ୟବସ୍ଥା କରାଯାଇଥିବା ନେଇ ରାଜସ୍ବ ମନ୍ତ୍ରୀ (revenue minister) ପ୍ରମିଳା ମଲ୍ଲିକ କହିଛନ୍ତି ।

ଏହି ଖବର ପଢ଼ନ୍ତୁ -  ସାଂସଦ ଅପରାଜିତାଙ୍କ କ୍ଷୋଭ: ରାଜଧାନୀ ପ୍ରତିଷ୍ଠା ଦିବସରେ ନାହିଁ ନିମନ୍ତ୍ରଣ
Published by:Soubhagya Mishra
First published: