ଭିଜିଲାନ୍ସ ଜାଲରେ ବାଲୁଗାଁର ଅବସରପ୍ରାପ୍ତ ବନ ଅଧିକାରୀ ଅଭୟ ଜେନା; ₹୪.୩୭ କୋଟିର ସମ୍ପତ୍ତି

୨୨ ବର୍ଷ ତଳେ ବି ଭିଜିଲାନ୍ସ ଅଭୟଙ୍କ ଘରେ ରେଡ଼ ମାରିଥିଲା । ସେତେବେଳେ ଠାବ ହୋଇଥିବା ଆୟବହିର୍ଭୂତ ସମ୍ପତ୍ତିକୁ ଏବେକାର ସମ୍ପତ୍ତି ସହିତ ମିଶା ଯାଇନାହିଁ । ପୂର୍ବର ସେହି ମାମଲା ଏବେ ବି ବିଚାରାଧୀନ ଅଛି ।

ଭିଜିଲାନ୍ସ ଜାଲରେ ବାଲୁଗାଁର ଅବସରପ୍ରାପ୍ତ ବନ ଅଧିକାରୀ ଅଭୟ ଜେନା; ₹୪.୩୭ କୋଟିର ସମ୍ପତ୍ତି
ଅଭୟ ଜେନା (ବାମ); ଭିଜିଲାନ୍ସ ରେଡ୍ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: August 18, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦ୍ବିତୀୟ ଥର ଲାଗି ବାଲୁଗାଁ ଫରେଷ୍ଟ ଡ଼ିଭିଜନର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ମଙ୍ଗଳବାର ସକାଳୁ ତାଙ୍କ କଟକ ସ୍ଥିତ ବାସଭବନ ସହିତ ମୋଟ ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ଚଢ଼ାଉ ସମୟରେ ତାଙ୍କର ୪ କୋଟି ୩୮ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି ।

ଏହି ସମ୍ପତ୍ତି ମଧ୍ୟରେ ରହିଛି ଭୁବେନଶ୍ବର, ବାରଙ୍ଗ ଓ ଜଟଣୀ ଠାରେ ଥିବା ପାଞ୍ଚଟି ପ୍ଲଟ୍‌, ଯାହାର ମୂଲ୍ୟ ପ୍ରାୟ ୨ କୋଟି ୧୪ ଲକ୍ଷ ଟଙ୍କା । ଏକ କୋଟି ୨୮ ଲକ୍ଷ ଟଙ୍କା ମୂଲ୍ୟର ଭୁବନେଶ୍ବରରେ ଥିବା ଏକ ତିନିତାଲା କୋଠା, ସୁନା ରୂପା ଅଳଙ୍କାର, ଗାଡ଼ି ଇତ୍ୟାଦି ବି ଠାବ ହୋଇଛି । ଏହା ବ୍ୟତୀତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୬ ଲକ୍ଷ ଟଙ୍କା ମଧ୍ୟ ଠାବ ହୋଇଛି ।

ଦୀର୍ଘ ୩୪ ବର୍ଷ କାଳ ଜଙ୍ଗଲ ବିଭାଗର ସେବା କରି ଅଭୟ ଜେନା ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି । ଅବସର ବେଳକୁ ପାଖାପାଖି ୫୦ ହଜାର ଟଙ୍କାର ଦରମା ପାଉଥିଲେ । ତାଙ୍କର ଚାକିରି କାଳ ମଧ୍ୟରେ ସେ ପ୍ରାୟ ୭୫ ଲକ୍ଷ ଟଙ୍କା ଦରମା ଆକାରରେ ପାଇଥିବେ । ଦୁଇ ପୁଅ ଚାକିରି କରିଥିବାରୁ ସେମାନଙ୍କ ରୋଜଗାର ମିଶାଇଲେ ଅତି ବେଶିରେ କୋଟିଏ ଟଙ୍କା ତାଙ୍କ ପରିବାର ରୋଜଗାର କରିଥିବେ । ଏଥିରେ ଖର୍ଚ୍ଚକୁ ମିଶାଯାଇ ନାହିଁ । ତେଣୁ ଏହି ଭଳି ପରିସ୍ଥିତିରେ ସେ ୪ କୋଟି ୩୮ ଲକ୍ଷ ଟଙ୍କା ସମ୍ପତ୍ତିର ମାଲିକ କେମିତି ହେଲେ ତାହା ଜାଣିବାକୁ ଚେଷ୍ଠା କରୁଛି ଭିଜିଲାନ୍ସ ।

ମଙ୍ଗଳବାର ସକାଳେ ଜେନାଙ୍କ କଟକ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା ଏକ ଭିଜିଲାନ୍ସ ଟିମ୍ ।


‘‘ନିଜ ଚାକିରି କାଳ ମଧ୍ୟରେ ଜଣେ ସରକାରୀ କର୍ମଚାରୀ ୪ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି କରିବା ସମ୍ଭବ ନୁହେଁ । ସେ କେମିତି ଏତେ ଟଙ୍କାର ସମ୍ପତ୍ତି ଠୁଳ କଲେ ତା’ର ସଠିକ ଉତ୍ତର ସେ ରଖିପାରି ନାହାଁନ୍ତି । ତେଣୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଅନୈତିକ ଉପାୟରେ ଏହି ଅର୍ଥ ସଂଗ୍ରହ କରିଛନ୍ତି । ତାଙ୍କର ବାସ୍ତବିକ ରୋଜଗାର କେତେ ଏବଂ ସେ ପ୍ରକୃତରେ କେତେ ଅଧିକ ଟଙ୍କାର ସମ୍ପତ୍ତି ରଖିଛନ୍ତି ତାର ଅନୁଧ୍ୟାନ ଆରମ୍ଭ ହୋଇଛି । ଆମେ ଅନୁମାନ କରୁଛି ଯେ ପ୍ରାୟ କୋଟିଏ ଟଙ୍କାକୁ ବାଦ ଦେଲେ ବାକି ସବୁ ସମ୍ପତ୍ତି ଆୟବର୍ହିଭୁତ,’’ କହିଛନ୍ତି ଏହି ମାମଲାର ତଦନ୍ତ କରୁଥିବା ଭିଜିଲାନ୍ସ ଭୁବନେଶ୍ବର ଡ଼ିଭିଜନର ଜଣେ ବରିଷ୍ଠ ଅଧିକାରୀ ।

ଅଭୟ ଜେନାଙ୍କ ପିଲାମାନେ ସମସ୍ତେ ବେସରକାରୀ ଇଞ୍ଜିନିୟରିଂ କଲେଜରେ ମୋଟା ଅଙ୍କର ଡୋନେସନ୍‌ ଦେଇ ପାଠ ପଢିଛନ୍ତି । କିଛି ଦିନ ତଳେ ସେ ନିଜ ଝିଅ ବାହାଘରରେ ମଧ୍ୟ ବେଶ ଖର୍ଚ୍ଚ କରିଥିବା ଭିଜିଲାନ୍ସର ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ।

ଏହା ବି ପଢ଼ନ୍ତୁ | ବାଲେଶ୍ୱର: MBA ଛାତ୍ର ଠାରୁ ୧.୩ କିଲୋ ବ୍ରାଉନ ସୁଗାର ଜବତ ହେଲା; ବଜାର ଦାମ ୧ କୋଟି ଟଙ୍କା

ଏହା ବି ପଢ଼ନ୍ତୁ | ଡ୍ରିମ୍ -୧୧ ଆଇପିଏଲର ନୂତନ ଟାଇଟଲ୍ ସ୍ପୋନାସର୍ ହେଲା; ୨୨୨ କୋଟିରେ କିଣିଲା ଏହି ଅଧିକାର

ତାଙ୍କ ନାଁରେ ୧୯୯୯ ମସିହାରେ ମଧ୍ୟ ଗୋଟିଏ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ସେତେବେଳେ ବି ତାଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା ଓ ତାଙ୍କର ଅନେକ ଆୟବର୍ହିଭୁତ ସମ୍ପତ୍ତି ଠାବ ହୋଇଥିଲା । କିନ୍ତୁ ସେହି ସମ୍ପତ୍ତି ତାଲିକା ଏବେ ଠାବ ହୋଇଥିବା ସମ୍ପତ୍ତି ସହିତ ମିଶା ଯାଇନାହିଁ । ତାହା ମିଶା ଗଲେ ଅଭୟ ବାବୁ୍ଙ୍କ ସମ୍ପତ୍ତି ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ୧୯୯ରେ ରୁଜୁ ହୋଇଥିବା ସେହି ମାମଲା ଏବେ ବି ବିଚାରାଧୀନ ରହିଛି ।



ନିଜର ସଫେଇ ରଖି ଅଭୟ ଜେନା କହିଛନ୍ତି, ‘‘ବିଭାଗରେ ଥିବା କନ୍ଦଳ ଯୋଗୁଁ ଉଦେଶ୍ୟମୂଳକ ଭାବେ ଏହି ରେଡ୍ ‌କରାଯାଇଛି । ମୋ’ ବିରୁଦ୍ଧରେ ଆସିଥିବା ଅଭିଯୋଗ ଶହେକୁ ଶହେ ମିଛ ।’’
Published by: Anand Shankar Thankur Das
First published: August 18, 2020, 11:58 PM IST
corona virus btn
corona virus btn
Loading