ଭବାନୀପାଟଣାର ପୂର୍ବ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଭିଜିଲାନ୍ସ ଚ଼ଢ଼ଉ ଚ଼ାଲିଛି

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଅନାମ ନାୟକ ତହସିଲ ଅଫିସରେ କିରାଣି ଚ଼ାକରି କରୁଥିଲେ । ସେ ବିଧାୟକ ଥିବା ସମୟରେ ‘ଅପରେଶନ ବ୍ଲାକ ସ୍ପଟ’ରେ ଛନ୍ଦି ହୋଇଥିଲେ । ଖଣି ଲିଜ୍ ପାଇଁ ଲାଞ୍ଚ କାରବାର ଅଭିଯୋଗରେ ସେ ସେତେବେଳେ ବିବାଦ ଘେରକୁ ଆସିଥିଲେ ।

ଭବାନୀପାଟଣାର ପୂର୍ବ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଭିଜିଲାନ୍ସ ଚ଼ଢ଼ଉ ଚ଼ାଲିଛି
ଅନାମ ନାୟକଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରୁଛନ୍ତି ।
  • News18 Odia
  • Last Updated: January 17, 2020, 4:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଅଂଶୁମାନ ପାତ୍ର | News18 Odia Digital

ଭବାନୀପାଟଣା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ଚ଼ଢ଼ଉ ହୋଇଛି । ତାଙ୍କର ଭବାନୀପାଟଣାର ନକଟି ଗୁଡ଼ା ସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ଉ ଚାଲିଛି ।

ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ସକାଳ ଠାରୁ ଆରମ୍ଭ ହୋଇଥିବା ଏହି ଚ଼ଢ଼ାଉ ଅପରାହ୍‌ଣ ପର୍ଯ୍ୟନ୍ତ ଚ଼ାଲିଛି । ରେଡ୍‌ ଦଳରେ ଜୟପୁର ଓ କଳାହାଣ୍ଡିରୁ ଆସିଥିବା ପାଖାପାଖି ୧୨ ଜଣ ଭିଜିଲାନ୍ସ ଅଧିକାରୀ ଅଛନ୍ତି ବୋଲି ଜଣା ପଡ଼ିଛି ।

ଅନାମ ନାୟକ ଗତ ୨୦୧୪ ମସିହାରେ ଭାବଣିପାଟଣା ସଦର ବିଧାନ ସଭା ମଣ୍ଡଳୀରୁ ବିଧାୟକ ଭାବରେ ବିଜେଡି ଦଳରୁ ନିର୍ବାଚିତ ହୋଇ ଥିଲେ । ସେ ବିଧାୟକ ଥିବା ସମୟରେ ‘ଅପରେଶନ ବ୍ଲାକ ସ୍ପଟ’ ରେ ଛନ୍ଦି ହୋଇଥିଲେ । ଖଣି ଲିଜ୍‌ ପାଇଁ ଲାଞ୍ଚ କାରବାର ଅଭିଯୋଗରେ ସେ ସେତେବେଳେ ବିବାଦ ଘେରକୁ ଆସିଥିଲେ । ସେଇଥି ପାଇଁ ୨୦୧୯ ବିଧାନ ସଭା ନିର୍ବାଚନରେ ସେ ଦଳୀୟ ଟିକେଟରୁ ବଞ୍ଚିତ ହେଲେ ବୋଲି ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ପୁଣି ଭିଜିଲାନ୍ସ ଚଢ଼ାଉକୁ ନେଇ ସମଗ୍ର ଜିଲ୍ଲାରେ ସେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଛନ୍ତି ।

ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘର


ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଅନାମ ନାୟକ ତହସିଲ ଅଫିସରେ କିରାଣି ଚ଼ାକରି କରୁଥିଲେ । ଭିଜିଲାନ୍ସ ବ୍ୟୁରୋ ସୂତ୍ରରୁ ଜଣା ପଡ଼ିଛି ଯେ ନାୟକ ବେଆଇନ୍‌ ଭାବେ ମାତ୍ରାଧିକ ସମ୍ପତ୍ତି ଠୁଳ କରିଥିବାକୁ ନେଇ ମିଳିଆସୁଥିବା ଅଭିଯୋଗର ସତ୍ୟତା ଯାଞ୍ଚ କରିବା ପରେ ହିଁ ଚ଼ଢ଼ାଉର ନିର୍ଣ୍ଣୟ ନିଆଯାଇଥିଲା ।

ଅନାମ ନାୟକ


ସନ୍ଧ୍ୟାରେ ଭିଜିଲାନ୍ସ ଅଧିକାରୀମାନେ ଚ଼ଢ଼ାଉ ସମୟରେ ମିଳିଥିବା ସମ୍ପତ୍ତି ଓ ଦସ୍ତାବେଜ୍‌ ବିଷୟରେ ବିସ୍ତୃତ ବିବରଣୀ ଦେବେ ବୋଲି ଆଶା କରାଯାଉଛି ।
First published: January 17, 2020, 4:22 PM IST