ଦିଲ୍ଲୀ ଦଙ୍ଗା: ଜଜ୍‌ଙ୍କ ବଦଳି ଆଦେଶ ଖାରଜ କରିବାକୁ PMଙ୍କୁ ଅନୁରାଧ କଲେ ଓଡ଼ିଆ ଉଦ୍ୟୋଗପତି ଶ୍ରୀକୁମାର ମିଶ୍ର

ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ମିଲ୍କ ମନ୍ତ୍ରର ପ୍ରତିଷ୍ଠାତା ଓ ମାଲିକ ମିଶ୍ର ଏକ ଟ୍ୱିଟ୍ କରି ଜଷ୍ଟିସ୍ ମୁରଲୀଧରଙ୍କ ବଦଳିକୁ ଭାରତର ନ୍ୟାୟପାଳିକାର ନିରପେକ୍ଷତା ଓ ସ୍ୱତନ୍ତ୍ରତା ପାଇଁ ଓ କେନ୍ଦ୍ର ସରକାରଙ୍କ ବିଶ୍ୱସନୀୟତା ପାଇଁ ଏକ ଅନୁପଯୋଗୀ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି ।

ଦିଲ୍ଲୀ ଦଙ୍ଗା: ଜଜ୍‌ଙ୍କ ବଦଳି ଆଦେଶ ଖାରଜ କରିବାକୁ PMଙ୍କୁ ଅନୁରାଧ କଲେ ଓଡ଼ିଆ ଉଦ୍ୟୋଗପତି ଶ୍ରୀକୁମାର ମିଶ୍ର
ଜଷ୍ଟିସ୍ ଏସ୍. ମୁରଲୀଧର
  • News18 Odia
  • Last Updated: February 28, 2020, 6:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀରେ ଚ଼ାଲିଥିବା ଦଙ୍ଗା ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିବାର କେଇ ଘଣ୍ଟା ପରେ ବଦଳି ହୋଇଥିବା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‌ ଏସ୍. ମୁରଲୀଧରଙ୍କ ବଦଳି ବାତିଲ କରିବାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଶାର ଖ୍ୟାତନାମା ଯୁବ ଉଦ୍ୟୋଗପତି ଶ୍ରୀକୁମାର ମିଶ୍ର ।

ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ମିଲ୍କ ମନ୍ତ୍ରର ପ୍ରତିଷ୍ଠାତା ଓ ମାଲିକ ମିଶ୍ର ଏକ ଟ୍ୱିଟ୍‌ କରି ଜଷ୍ଟିସ୍‌ ମୁରଲୀଧରଙ୍କ ବଦଳିକୁ ଭାରତର ନ୍ୟାୟପାଳିକାର ନିରପେକ୍ଷତା ଓ ସ୍ୱତନ୍ତ୍ରତା ପାଇଁ ଓ କେନ୍ଦ୍ର ସରକାରଙ୍କ ବିଶ୍ୱସନୀୟତା ପାଇଁ ଏକ ଅନୁପଯୋଗୀ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି ।

‘‘ଏହା ବିଷୟରେ (ଜଜଙ୍କ ବଦଳି ବିଷୟରେ) ଅନେକ କଥା କୁହାଯାଇସାରିଛି, ମୁଁ ଏହି ମାମଲାରେ ଆପଣ ମୁଣ୍ଡ ପୂରାନ୍ତୁ ଓ ଜଷ୍ଟିସ୍‌ ମୁରଲୀଧରଙ୍କ ବଦଳି ଆଦେଶକୁ ବାତିଲ୍‌ କରାନ୍ତୁ ବୋଲି ଆପଣଙ୍କୁ ଅନୁରୋଧ କରିବି । ଏହି ସମୟରେ ସରକାରଙ୍କ ବିଶ୍ୱସନୀୟତା ଓ ଭାରତର ନ୍ୟାୟପାଳିକାର ସ୍ୱତନ୍ତ୍ରତା ରକ୍ଷା କରିବା ପାଇଁ କେବଳ ଆପଣ ହିଁ ପଦକ୍ଷେପ ନେଇ ପାରିବେ,’’ ଇଂରାଜୀରେ ଲେଖିଥିବା ନିଜ ଟ୍ୱିଟରେ କହିଛନ୍ତି ମିଶ୍ର । ଏହି ଟ୍ୱିଟରେ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରିଛନ୍ତି ଓ ଜଷ୍ଟିସ୍‌ ମୁରଲୀଧରଙ୍କ ବଦଳି ଆଦେଶର ଏକ ଛବି ଲଗେଇଛନ୍ତି ।

ଜଷ୍ଟିସ୍‌ ମୁରଲୀଧରଙ୍କୁ ଦିଲ୍ଲୀ ହାଇ କୋର୍ଟରୁ ପଞ୍ଜାବ ଓ ହରିଆଣା ହାଇ କୋର୍ଟକୁ ଉେବୃଆରୀ ୨୬ରେ ବଦଳି କରିବା ପାଇଁ ଆଦେଶ ଆସିଥିଲା । ଏହି ଆଦେଶ ପକ୍ଷପାତପୂର୍ଣ୍ଣ ଓ ନ୍ୟାୟପାଳିକାର ସ୍ୱତନ୍ତ୍ରତା ଉପରେ ଆଘାତ ବୋଲି କଂଗ୍ରେସ ଓ ବାମ ଦଳ ସମେତ ଅନେକ ବିରୋଧୀ ଦଳ କହିଥିଲେ । କେନ୍ଦ୍ର ସରକାରଙ୍କୁ ଏଥି ପାଇଁ ବହୁତ ସମାଲୋଚ଼ନାକ ଶରବ୍ୟ ହେବାକୁ ପଡ଼ିଛି ।

ଶ୍ରୀକୁମାର ମିଶ୍ରଙ୍କ ଟ୍ୱିଟ୍‌


ମିଶ୍ରଙ୍କ ମିଲ୍କ ମନ୍ତ୍ର କମ୍ପାନୀର ‘ମିଲ୍କ ମୁଉ’ ବ୍ରାଣ୍ଡର ପ୍ୟାକେଜ ଦୁଗ୍ଧର ଓଡ଼ିଶା ବଜାରରେ ବହୁତ ଚ଼ାହିଦା ରହିଛି । ଶ୍ରୀକୁମାର ମିଶ୍ରଙ୍କ ଏହି କମ୍ପାନୀ ବିଭିନ୍ନ କ୍ଷୀରଜାତୀୟ ସାମଗ୍ରୀ ମଧ୍ୟ ତିଆରି କରି ବଜାରରେ ଛାଡ଼ୁଛି । ଏହି କମ୍ପାନୀ ଓଡ଼ିଶାରେ ନିଜର ସ୍ବତନ୍ତ୍ର ଗ୍ରାହକ ସୃଷ୍ଟି କରିପାରିଛି ।

ଅଗଷ୍ଟ ୨୦୦୯ରେ ନିଜର ଏହି କମ୍ପାନୀ ଖୋଲିବା ପୂର୍ବରୁ ମିଶ୍ର ଟାଟା ଗ୍ରୁପରେ ଆଠ ବର୍ଷ କାର୍ଯ୍ୟ କରିଥିଲେ । ଲଣ୍ଡନର ଟାଟା-ଟିଟଲେ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସମେତ ସେ ବିଶ୍ବର ଅନେକ ସ୍ଥାନରେ ସେ ନାମୀ କମ୍ପାନୀଙ୍କ ସହ କାର୍ଯ୍ୟ କରିଛନ୍ତି । କପୋରେଟ୍‌ କରିଅରକୁ ଛାଡି ୨୦୦୯ରେ ସେ ଓଡ଼ିଶାରେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ ।

ଜଷ୍ଟିସ୍‌ ମୁରଲୀଧର ବଦଳି ହେବା ପର୍ବରୁ ଦିଲ୍ଲୀର ଦଙ୍ଗାକାରୀଙ୍କ ବିରୁଦ୍ଧରେ ଯଥେଷ୍ଟ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଦିଲ୍ଲୀ ପୋଲିସକୁ ଏକ ମାମଲାର ଶୁଣାଣି ବେଳେ ସମାଲୋଚନା କରିଥିଲେ । ବିଶେଷତଃ ଉତ୍ତେଜକ ଭାଷଣ ଦେଇ ଲୋକଙ୍କୁ ଦଙ୍ଗା କରିବାକୁ ଉସୁକାଉଥିବା ରାଜନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ ପୋଲିସକୁ ଆଗ୍ରହ କରିଥିଲେ । ଦିଲ୍ଲୀର ଅନେକ ଓକିଲ ଏହି ବଦଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।
First published: February 28, 2020, 6:34 PM IST
corona virus btn
corona virus btn
Loading