ଦୀର୍ଘ ୯ ମାସ ପରେ ଖୋଲିଲା ରାଜ୍ୟ ଜନଜାତି ସଂଗ୍ରହାଳୟ; ପର୍ଯ୍ୟଟକମାନେ ଭାରି ଖୁସି

ଏହି ସଂଗ୍ରହାଳୟରେ ଆଗକୁ ପ୍ରୋଜେକ୍ସନ ମ୍ୟାପିଙ୍ଗ୍‌ ସିଷ୍ଟମ ଲଗାଯିବାର ଯୋଜନା ରହିଛି । ଏଥିରେ ଛାଇ କହିବ କଥା। ଆବଦ୍ଧ କୋଠରୀରେ ରହିବ ବିଭିନ୍ନ ପ୍ରକାରର ଛାଇ ବା ସ୍ୟାଡୋ। ଯେଉଁ ଛାଇକୁ ଛୁଇଁବେ ସେହି ଛାଇ କହିବ ନିଜ କଥା ।

ଦୀର୍ଘ ୯ ମାସ ପରେ ଖୋଲିଲା ରାଜ୍ୟ ଜନଜାତି ସଂଗ୍ରହାଳୟ; ପର୍ଯ୍ୟଟକମାନେ ଭାରି ଖୁସି
ଜନଜାତି ସଂଗ୍ରହାଳୟ ଭିତରର ଏକ ଦୃଶ୍ୟ ଓ (ଡାହାଣ) କେତେକ ପର୍ଯ୍ୟଟକ
  • News18 Odia
  • Last Updated: December 18, 2020, 10:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ପାଖାପାଖି ନଅ ମାସ ବନ୍ଦ ରହିବା ପରେ ପୁଣି ଖୋଲିଛି ରାଜ୍ୟ ଜନଜାତି ସଂଗ୍ରହାଳୟ । କୋଭିଡ କଟକଣା ଭିତରେ ଧୀରେ ଧୀରେ ଜାବନ ଯାତ୍ରା ସ୍ୱାଭାବିକ ହେଉଥିବାରୁ ରାଜ୍ୟର ସଂଗ୍ରହାଳୟମାନଙ୍କ ମଧ୍ୟରୁ ଜନଜାତି ସଂଗ୍ରହାଳୟକୁ ପ୍ରଥମ କରି ଖୋଲାଯାଇଛି ।

ରାଜ୍ୟ ଜନଜାତି ସଂଗ୍ରହାଳୟରେ କୋଭିଡ କଟକଣା ଉପରେ ଗୁରୁତ୍ୱ ଦିଆଯାଉଛି। ମାସ୍କ, ସାନିଟାଇଜେସନ ଓ ଥର୍ମାଲ ସ୍କ୍ରିନିଂ ପରେ ଭିତରକୁ ଛଡା ଯାଉଛି ପର୍ଯ୍ୟଟକମାନଙ୍କୁ । ୧୪ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବର୍ତ୍ତମାନ ସ୍ଥିତିରେ ବାରଣ ହୋଇଛି । ଏକା ସାଙ୍ଗରେ ମାତ୍ର ଦଶ ଜଣଙ୍କୁ ଭିତରକୁ ଯିବାକୁ ମିଳିଛି ଅନୁମତି। ସଂଗ୍ରହାଳୟ ଭିତରେ କୌଣସି ଜିନିଷରେ ଛୁଇଁବାକୁ ମନା ହୋଇଛି ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ

‘‘ରାଜଧାନୀରେ ଥିବା ସମସ୍ତ ସଂଗ୍ରହାଳୟ ଭିତରୁ ଆମେ ହିଁ ପ୍ରଥମେ ଖୋଲିପାରିଛୁ । ପ୍ରଥମରୁ ବିନା ଦେୟରେ ଯେହେତୁ ମ୍ୟୁଜିୟମ ଚାଲିଥିଲା, ତେଣୁ ଆର୍ଥିକ କ୍ଷତି ତ ହୋଇନି । ଲୋକଙ୍କ ଗହଳି କମିଥିଲା । ଏମିତିକି ଜାତୀୟ ସ୍ତରର ଯେଉଁ ମେଳା ଲାଗେ ପ୍ରତି ବର୍ଷ ତା’ ମଧ୍ୟ ହୋଇପାରିନି ଏ ଥର । ଧୀରେ ଧୀରେ ଲୋକ ଆସିବେ ଓ ପୁଣି ଭିଡ଼ ଲାଗିବ,’’ କହିଛନ୍ତି ରାଜ୍ୟ ଜନଜାତି ସଂଗ୍ରହାଳୟର ନିର୍ଦେଶକ ଅଖିଳ ବିହାରୀ ହୋତା ।

କରୋନା ସଂକ୍ରମଣର ସ୍ଥିତି ସ୍ୱାଭାବିକ ହେବା ସହ ଧୀରେ ଧୀରେ ଖୋଲୁଛି ରାଜ୍ୟର ଅନ୍ୟ ପର୍ଯ୍ୟଟନ ସ୍ଥଳୀ । ଆଗକୁ ବଡ଼ ଦିନ ଓ ନୂଆ ବର୍ଷ ଥିବାରୁ ଲୋକଙ୍କ ପାଇଁ ପର୍ଯ୍ୟଟନ ସ୍ଥଳୀ ଖୋଲିବାର ଆବଶ୍ୟକତା ରହିଥିଲା ବୋଲି ରାଜଧାନୀବାସୀ କହିଛନ୍ତି । ରାଜ୍ୟ ଜନଜାତି ସଂଗ୍ରହାଳୟରେ ପ୍ରଥମ ଦିନରେ ଯଦିଓ ଅଧିକ ଗହଳି ଦେଖିବାକୁ ମି
Published by: Anand Shankar Thankur Das
First published: December 18, 2020, 10:37 PM IST
corona virus btn
corona virus btn
Loading