• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ତିତ୍‌ଲି ବାତ୍ୟା ପରେ ସୁନ୍‌ସାନ୍‌ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ମନୋରମ ପର୍ଯ୍ୟଟନସ୍ଥଳୀ ପର୍ଶୁରାମ କୁଣ୍ଡ

ତିତ୍‌ଲି ବାତ୍ୟା ପରେ ସୁନ୍‌ସାନ୍‌ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ମନୋରମ ପର୍ଯ୍ୟଟନସ୍ଥଳୀ ପର୍ଶୁରାମ କୁଣ୍ଡ

ପର୍ଶୁରାମ ନିଜ ମା’ଙ୍କୁ ହତ୍ୟା କରିବା ପରେ ପାପରୁ ମୁକ୍ତି ପାଇଁ ମହେନ୍ଦ୍ରଗିରି ପାହାଡରେ ତପସ୍ୟା କରିଥିଲେ ଆଉ ତିଳତର୍ପଣ ପାଇଁ ଏହି ସ୍ଥଳକୁ ବାଛିଥିଲେ ।

ପର୍ଶୁରାମ ନିଜ ମା’ଙ୍କୁ ହତ୍ୟା କରିବା ପରେ ପାପରୁ ମୁକ୍ତି ପାଇଁ ମହେନ୍ଦ୍ରଗିରି ପାହାଡରେ ତପସ୍ୟା କରିଥିଲେ ଆଉ  ତିଳତର୍ପଣ ପାଇଁ ଏହି ସ୍ଥଳକୁ ବାଛିଥିଲେ ।

ପର୍ଶୁରାମ ନିଜ ମା’ଙ୍କୁ ହତ୍ୟା କରିବା ପରେ ପାପରୁ ମୁକ୍ତି ପାଇଁ ମହେନ୍ଦ୍ରଗିରି ପାହାଡରେ ତପସ୍ୟା କରିଥିଲେ ଆଉ ତିଳତର୍ପଣ ପାଇଁ ଏହି ସ୍ଥଳକୁ ବାଛିଥିଲେ ।

  • Share this:
ପାତ୍ରପୁର: ଗଞ୍ଜାମ ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ସେଥିମଧ୍ୟରୁ ଜିଲ୍ଲାର ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ପର୍ଶୁରାମ କୁଣ୍ଡ ଖୁବ୍‌ ପ୍ରସିଦ୍ଧ। ପୂର୍ବରୁ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା । ଏଠିକାର ମନୋରମ ପରିବେଶ ଓ ପୌରାଣିକ ତତ୍ୱ ପର୍ଯ୍ୟଟକଙ୍କୁ ଏବେ ବି ଆକୃଷ୍ଟ ମଧ୍ୟ କରୁଛି ।

 

କିନ୍ତୁ ତିତ୍‌ଲି ବାତ୍ୟା ପରେ ଏହି ପର୍ଯ୍ୟଟନସ୍ଥଳୀ ଏକପ୍ରକାରର ଖାଁ ଖାଁ ହୋଇଯାଇଛି । ବର୍ତ୍ତମାନ ନା ଅଛି ପର୍ଶୁରାମଙ୍କ ମୂର୍ତ୍ତି, ନା ଅଛି ଯଜ୍ଞ ଶାଳ ନା ଅଛି ପର୍ଶୁରାମଙ୍କ କୁଣ୍ଡ । ସବୁକିଛି ତିତ୍‌ଲି ବାତ୍ୟାରେ ଧୋଇ ହୋଇ ଚାଲିଯାଇଛି । ଏହାଛଡ଼ା ଏହି ପରିସରରେ ରହିଥିବା କ୍ଷଦ୍ର ଜଳସେଚନ ପ୍ରକଳ୍ପଟି ମଧ୍ୟ ଧୋଇ ହୋଇଯିବା ପରେ ତିନି ମାସ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପକୁ ଚାଲୁ କରାଯିବା ପରେ ଏବେ ଚାଷ ଜମିକୁ ଜଳଯୋଗାଣ ହୋଇପାରୁଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ହେବ ।

 

କିନ୍ତୁ ପର୍ଶୁରାମକୁଣ୍ଡର ପର୍ଯ୍ୟଟନସ୍ଥଳୀ ମାନ୍ୟତା କେବେ ଫେରିପାଇବ ତାହାକୁ ଚାହିଁବସିଛନ୍ତି ସମସ୍ତେ । ପର୍ଶୁରାମକୁଣ୍ଡରେ ଅଛି ଝରଣାର କୁଳୁକୁଳ ନାଦ ସାଙ୍ଗକୁ ଘଞ୍ଚ ଜଙ୍ଗଲ । ଏହା ସହ ପର୍ଶୁରାମ ଠାକୁରଙ୍କ ମନ୍ଦିର ପର୍ଯ୍ୟଟକଙ୍କୁ ବେଶ୍‌ ମନ୍ତ୍ରମୁଗ୍ଧ କରେ । ଏଥିପାଇଁ କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଜମୁଥିଲା ।

 

ଏହି ପର୍ଯ୍ୟଟନ ସ୍ଥଳୀ ପରିସରରେ ରହିଥିଲା 40 ବର୍ଷର ପୁରୁଣା କ୍ଷୁଦ୍ର ଜଳସେଚନ ବିଭାଗର ଏକ ପ୍ରକଳ୍ପ । ଯାହାକୁ ତିତଲି ବାତ୍ୟାରେ ସମ୍ପୂର୍ଣ୍ଣ  ରୂପେ ଭୂଷୁଡ଼ି ଯାଇଛି । ଏହି ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଅଞ୍ଚଳର ପ୍ରାୟ 500 ହେକ୍ଟର ଚାଷ ଜମିକୁ ଜଳଯୋଗାଣ ହେଉଥିଲା । ଏହି ପ୍ରକଳ୍ପ ଭୂଷୁଡ଼ି ପଡ଼ିବା ଦ୍ବାରା ଚାଷ ଜମିକୁ ଜଳଯୋଗାଣ ବନ୍ଦ ହୋଇଯାଇଥିଲା ।

ସ୍ଥାନୀୟ ଚାଷୀ ମାନଙ୍କ ଦାବି ପରେ ମାତ୍ର ତିନି ମାସ ମଧ୍ୟରେ କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀ ମାନେ ଏହାର ପୁନଃରୁଦ୍ଧାର କରିଛନ୍ତି । ବର୍ତ୍ତମାନ ମଧ୍ୟ ଏହି ପ୍ରକଳ୍ପର କାର୍ଯ୍ୟ ଜାରୀ ରହିଛି । ଏହି ପ୍ରକଳ୍ପର ପୁନଃରୁଦ୍ଧାର ନିମନ୍ତେ 2 କୋଟି 20 ଲକ୍ଷ 74 ହଜାର 263 ଟଙ୍କା ବ୍ୟୟବରାଦ ହୋଇଛି । ଚଳିତ ବର୍ଷ ଡ଼ିସେମ୍ବର ଶେଷ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ହେବ । ଯାହାଫଳରେ ଚାଷୀମାନେ ଅଧିକ ପରିମାଣରେ ଉପକୃତ ହେବେ ବୋଲି କହିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ।

ପର୍ଶୁରାମଙ୍କ ଏହି ପୀଠକୁ ନେଇ ବିଭିନ୍ନ ତଥ୍ୟ ପୁରାଣରେ ବର୍ଣ୍ଣିତ ମଧ୍ୟ ରହିଛି । ପର୍ଶୁରାମ ନିଜ ମାତାଙ୍କୁ ହତ୍ୟା କରିବା ପରେ ପାପରୁ ମୁକ୍ତି ପାଇଁ ମହେନ୍ଦ୍ରଗିରି ପାହାଡରେ ତପସ୍ୟା କରିଥିଲେ ଆଉ  ତିଳତର୍ପଣ ପାଇଁ ଏହି ସ୍ଥଳକୁ ବାଛିଥିଲେ । ଏଥି ପାଇଁ ପ୍ରତିବର୍ଷ ତିଳସପ୍ତମୀ ଦିନ ଶ୍ରଦ୍ଧାଳୁ ମାନେ ଏଠାକୁ ଆସି ବୁଡ ପକାଇଥାନ୍ତି । ପର୍ଯ୍ୟଟକ ମାନେ ବିଭିନ୍ନ ସମୟରେ ଏଠାକୁ ଆସି ବଣଭୋଜି କରି ମଧ୍ୟ ମଜା ଉଠାଇଥାନ୍ତି ।

 

କିନ୍ତୁ ଆଜି ସେଭଳି ପରିବେଶ ଆଉ ନାହିଁ । କାରଣ ତିତଲି ବାତ୍ୟାର କରାଳ ରୂପ ପର୍ଶୁରାମକୁଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସବିଧ୍ବଂସ କରିଦେଇଛି । ଏହି ପର୍ଯ୍ୟଟନୀ ସ୍ଥଳୀ ମଧ୍ୟରେ ରହିଥିବା ପର୍ଶୁରାମଙ୍କ ମୂର୍ତ୍ତି, ଯଜ୍ଞ ଶାଳ ସହ ପର୍ଶୁରାମଙ୍କ କୁଣ୍ଡ ସବୁକିଛି ତିତଲି ବାତ୍ୟାରେ ଧୋଇ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟଟକ ମାନେ ଏଠାକୁ ଆସୁଛନ୍ତି ସତ କିନ୍ତୁ ଏଠାରେ ଅବସ୍ଥା ଜାଣିବା ପରେ ସେମାନଙ୍କ ମନରେ ଦୁଃଖର ଭାବ ଜାଗ୍ରତ ହେଉଛି ।

 

ଯଥାଶୀଘ୍ର ଏହି ପର୍ଯ୍ୟଟନ ସ୍ଥଳୀର କିଭଳି ବିକାଶ ହେବ ଏବଂ ପୂର୍ବ ଗାରିମାକୁ କିଭଳି ଫେରିପାଇବ ସେ ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
First published: