ଶୀତ ବସ୍ତ୍ର ସବୁ ପ୍ୟାକିଂ କରି ରଖନ୍ତୁ ନାହିଁ; ବର୍ଷା ଛାଡ଼ିଲା ପରେ ଆହୁରି ଟିକେ ବଢ଼ିବ ଶୀତ

ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି କୋହଲା ପାଗ ଜାରି ରହିବ । ୨୪ ଘଣ୍ଟା ପରେ ବର୍ଷା କମିବ, ହେଲେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ।

ଶୀତ ବସ୍ତ୍ର ସବୁ ପ୍ୟାକିଂ କରି ରଖନ୍ତୁ ନାହିଁ; ବର୍ଷା ଛାଡ଼ିଲା ପରେ ଆହୁରି ଟିକେ ବଢ଼ିବ ଶୀତ
ରାଜଧାନୀରେ ସକାଳ ବର୍ଷା ସମୟରେ ରାସ୍ତାର ଏକ ଦୃଶ୍ୟ
  • News18 Odia
  • Last Updated: February 9, 2020, 12:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆପଣ ନିଜ ଶୀତ ବସ୍ତ୍ର ସବୁକୁ ପ୍ୟାକିଂ କରି ରଖିଦେଇ ମନେ ମନେ ଗ୍ରୀଷ୍ମ ଦିନ ପାଇଁ ପ୍ରସ୍ତୁତ ହେଉଛନ୍ତି କି? ଏବେ ଏଭଳି କରନ୍ତୁ ନାହିଁ, କାରଣ ଗତ ତିନି ଦିନ ଧରି ଲାଗି ରହିଥିବା କୋହଲା ପାଗ ଓ ବର୍ଷା ଛାଡ଼ିଲେ ପୁଣି ଶୀତ ପଡ଼ିବ ।

ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି କୋହଲା ପାଗ ଜାରି ରହିବ । ୨୪ ଘଣ୍ଟା ପରେ ବର୍ଷା କମିବ, ହେଲେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ।

ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।  କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳରେ ବର୍ଷା ହେବ। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଢ଼େଙ୍କାନାଳରେ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବୋହିବା ନେଇ ୱାର୍ଣ୍ଣିଂ ଜାରି ହୋଇଛି ।

୧୦ ତାରିଖ ସକାଳ ୮ଟା ୩୦ ପରେ ରାଜ୍ୟରେ ବର୍ଷା ଛାଡ଼ିବା ସହ ପାଗ ଶୁଖିଲା ରହିବ । ଆକାଶ ମେଘମୁକ୍ତ ରହିବ, ହେଲେ କୁହୁଡ଼ି ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି । ଶୀତ ବି ବଢ଼ିବ । ୧୦ ତାରିଖ ସକାଳେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ରହିବ ।

‘‘ପଶ୍ଚିମରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ରାଜ୍ୟରେ ବର୍ଷା ଓ ଶୀତ ଲାଗିରହିଛି । ତା’ଛଡ଼ା ଏକ ନିମ୍ନ ସ୍ତରର ଇଷ୍ଟରଲି ପବନ ଯୋଗୁଁ ଥଣ୍ଡା ବଢ଼ିଯାଇଛି । ପଶ୍ଚିମ ବଙ୍ଗରେ ଏକ ସାଇକ୍ଲୋନିକ ସରକ୍ୟୁଲେସନ ସହିତ ତାମିଲନାଡ଼ୁ ଓ ଛତିଶଗଡ଼ ଉପରେ ଏକ ଟ୍ରଫ୍‌ ଲାଇନ୍‌ ଯୋଗୁଁ ସ୍ଥିତି ଆହୁରି ଖରାପ ହୋଇଛି,’’ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡ଼ି) ର ଭୁବନେଶ୍ୱର କେନ୍ଦ୍ରର ନିର୍ଦ୍ଦେଶକ ଏଚ଼୍‌.ଆର୍‌. ବିଶ୍ୱାସ।

କଟକରେ ସକାଳ ବର୍ଷା ସମୟରେ ରାସ୍ତାର ଏକ ଦୃଶ୍ୟ


ଗତ ତିନି ଦିନ ଧରି ରାଜ୍ୟରେ ଥଣ୍ଡା ପବନ ସହ ବର୍ଷା ଓ ଘନ କୁହୁଡ଼ି ଯୋଗୁ୍ଁ ଗାଡ଼ି, ରେଳ ଓ ବିମାନ ଚ଼ଳାଚ଼ଳ ପଭାବିତ ହୋଇଛି । ଖରାପ ପାଗ କାରଣରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଏକ ଫ୍ଲାଇଟକୁ ରଦ୍ଦ କରିବାକୁ ପଡ଼ିଥିଲା । ସକାଳର ଘନକୁହୁଡ଼ି ଯୋଗୁଁ କେତେକ ଟ୍ରେନକୁ ମଧ୍ୟ ବିଳମ୍ବରେ ଛଡ଼ାଯାଇଥିଲା ।

କୋହଲା ପାଗ କାରଣରୁ ବହୁତ ଲୋକ ଘର ଭିତରେ ରହିବା ପସନ୍ଦ କରିଛନ୍ତି, ଯାହା ଫଳରେ ସହରମାନଙ୍କରେ ବଜାର ଓ ରାସ୍ତା ଖାଲିଖାଲି ରହିଛି । ରାଜଧାନୀ ଭୁବନେଶ୍ବରରେ ତ ଗତ ତିନି ଦିନର ପାଗ ଅସାମାନ୍ୟ ଥିଲା ଓ ଅନେକ ଲୋକଙ୍କୁ ଏହା ଉତ୍ତର ଭାରତର ପାଗ ପରି ଲାଗିଥିଲା । ଦିନ ସାରା ଥଣ୍ଡା ପବନ ବହିବା ସହ ରାତିରେ ବେଶୀ ଥଣ୍ଡା ଲାଗୁଥିଲା ।
First published: February 9, 2020, 12:55 PM IST
corona virus btn
corona virus btn
Loading