ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏମିତି କୋହଲା ପାଗ ରହିବ; ସାମାନ୍ୟରୁ ମଧ୍ୟମ ବର୍ଷା ହେବ

ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବୈାଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଓ ଅନ୍ୟ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏମିତି କୋହଲା ପାଗ ରହିବ; ସାମାନ୍ୟରୁ ମଧ୍ୟମ ବର୍ଷା ହେବ
ଆଜି ପୂର୍ବାହ୍‌ଣରେ ଭୁବନେଶ୍ୱରରେ ଆକାଶର ଏକ ଦୃଶ୍ୟ
  • News18 Odia
  • Last Updated: February 5, 2020, 2:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଉପକୂଳ ଓଡ଼ିଶାରେ ଓ ରାଜ୍ୟର ଅନ୍ୟ ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହୋଇଛି । ସକାଳ ଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ସ୍ବଳ୍ପ ବର୍ଷା ଲାଗି ରହିଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏମିତି ପାଗ ରହିବ ଓ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି । ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବୈାଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ରାୟଗଡ଼, ଦେବଗଡ଼, ଗଞ୍ଜାମ, ଓ କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିଭଳି ୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣିଂ ଜାରି ହୋଇଛି ।

ଝିପ୍‌ଝିପ୍‌ ବର୍ଷା ସମୟରେ ଭୁବନେଶ୍ୱରର ଏକ ରାସ୍ତାର ଦୃଶ୍ୟ


୮ ତାରିଖରେ ପଶ୍ଚିମ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ବର୍ଷା ଛାଡ଼ିବା ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବା ସହ ଅଧିକ ଶୀତ ଅନୁଭୂତ ହେବ  ବୋଲି ସୂଚ଼ନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
First published: February 5, 2020, 2:54 PM IST
corona virus btn
corona virus btn
Loading