News18 Odia Digital
ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ କସରତ୍ ଜାରିଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ଲାଇଭ୍ (ଭର୍ଚ୍ଚୁଆଲ୍) କ୍ଲାସ୍ କରାଇବାକୁ ନିଶ୍ଚୟ କରିଛି ରାଜ୍ୟ ଶିକ୍ଷା ବିଭାଗ । ୨୦୨୧-୨୨ ଶିକ୍ଷା ବର୍ଷରେ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢ଼ାଇବା ପାଇଁ ଓସେପା ମାର୍ଗଦର୍ଶିକା ଜାରି କରିଛି । ଏହାକୁ ଉଭୟ ପିଲା, ଶିକ୍ଷକଶିକ୍ଷୟତ୍ରୀ ଓ ଶିକ୍ଷାବିତମାନେ ସ୍ବାଗତ କରିଛନ୍ତି ।
ରାଜ୍ୟରେ ଲଗାତର ଗତ ଦୁଇଟି ଶିକ୍ଷା ବର୍ଷ କରୋନା ଲକଡାଉନ୍ ଯୋଗୁଁ ପୂର୍ଣ୍ଣତଃ ଅବ୍ୟବସ୍ଥିତ ହୋଇ ରହିଛି । ୨୦୧୯-୨୦ ପରେ ୨୦୨୦-୨୧ ଶିକ୍ଷା ବର୍ଷର ବିପର୍ଯ୍ୟୟ ପରେ ବୋର୍ଡ଼ ପରୀକ୍ଷା ଦେବାକୁ ଥିବା ମାଟ୍ରିକ୍ ଓ ଯୁକ୍ତ ଦୁଇ ପିଲାଙ୍କ ଫଳାଫଳକୁ ନେଇ ଧୀରେ ଧୀରେ ଦ୍ୱନ୍ଦ୍ୱ ଦୂର ହେଉଛି । ଆଗାମୀ ଶିକ୍ଷା ବର୍ଷ ଯେମିତି ନଷ୍ଟ ନ ହୁଏ ସେଥି ପାଇଁ ପାଠପଢ଼ା ଶୀଘ୍ର ଆରମ୍ଭ କରିବାକୁ ତତ୍ପରତା ଦେଖାଇଛି ଶିକ୍ଷା ବିଭାଗ ।
ଏହା ବି ପଢ଼ନ୍ତୁ | ଏବେ ଆପଣ ବିନା କୌଣସି ଡକ୍ୟୁମେଣ୍ଟରେ ବି ଆଧାର କାର୍ଡ଼ ବନାଇ ପାରିବେ; ଜାଣନ୍ତୁ କେମିତି
ଯଦିଓ ସ୍କୁଲ୍ କେବେ ଖୋଲିବ ଓ କେବେ ଶ୍ରେଣୀ ଗୃହ ପାଠପଢ଼ା ହେବ ତାହା ଅନିଶ୍ଚିତତା ଭିତରେ ରହିଛି, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ୟୁଟ୍ୟୁବ୍ ମାଧ୍ୟମରେ କରିବା ପାଇଁ ସରକାର ପ୍ରସ୍ତୁତ ହୋଇସାରିଲେଣି । ୟୁଟ୍ୟୁବ ଜରିଆରେ ଲାଇଭ୍ କ୍ଳାସ କରିବାକୁ ଯୋଜନା ଆରମ୍ଭ ହୋଇଛି । ଆଗାମୀ ୨୧ ତାରିଖରୁ ଆରମ୍ଭ ହେବ ଏହି ଲାଇଭ୍ କ୍ଲାସ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯାହାକୁ ରଖିବେ ଅନନ୍ତ: ଟ୍ରକ୍ ପଛ ଚକ ତଳେ ବାଇକ୍ ପଶିଗଲା, ଅଳ୍ପକେ ବଞ୍ଚିଲେ ୨ ଯୁବକ
‘‘ପିଲାଙ୍କ ପାଠ, ଭବିଷ୍ୟତ ଓ କରିଅର ପାଇଁ ଆମେ ପ୍ରଥମେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଗୁରୁତ୍ୱ ଦେଇଛୁ । ୧୭ ତାରିଖରୁ ଦୂରଦର୍ଶନ ମାଧ୍ୟମରେ ପାଠପଢ଼ା ଆରମ୍ଭ ହେବ । ୨୧ ତାରିଖରୁ ୟୁଟ୍ୟୁବ୍ ଜରିଆରେ ଲାଇଭ୍ କ୍ଳାସ୍ ଆରମ୍ଭ ହେବ । ଆମେ ସେ ଦାୟିତ୍ୱ ବି.ଇ. ଓ ଏବଂ ଡି.ଇ.ଓ.ମାନଙ୍କୁ ଦେଇଛୁ । ଆନୁଷଙ୍ଗିକ ବ୍ୟବସ୍ଥା କରି କେମିତି ଅଧିକରୁ ଅଧିକ ପିଲା ଏହି ଲାଇଭ୍ କ୍ଳାସରେ ଯୋଡି଼ ହେବେ ତାହା ସେମାନେ ତଦାରଖ କରିବେ,’’ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଓସେପା ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା ମୁତାବକ ସୋମବାରରୁ ଶୁକ୍ରବାର ଅନଲାଇନ୍ ପାଠପଢ଼ା ଚାଲିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ଟି ପିରିୟଡ଼ ପାଠ ପଢ଼ା ହେବ । ଦୈନିକ ପୂର୍ବାହ୍ନ ୧୦:୪୫ରୁ ମଧ୍ୟାନ୍ନ ୧ଟା ପର୍ଯ୍ୟନ୍ତ ଚାରିଟି ପିରିୟଡ଼ (ପ୍ରତି କ୍ଳାସ୍ ୩୦ ମିନିଟ୍) ହେବ । ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଷ୍ଟୁଡିଓ ସମେତ କ୍ସାସ୍ ରୁମ୍ ଆଦି ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ବାନ୍ଧବୀ ସହ ମଦ ପିଇବା ବେଳେ କଳି ହେଲା, ଆତ୍ମହତ୍ୟା କଲେ ବଙ୍ଗାଳୀ ସିରିଏଲ୍ ନିର୍ଦ୍ଦେଶିକା ପୂଜା ଗାୟେନ୍
‘‘ପାଠପଢ଼ା ନିହାତି ହେବାର ଆବଶ୍ୟକତା ରହିଛି । ପିଲାଙ୍କ ଭବିଷ୍ୟତ ପାଇଁ ରାଜ୍ୟ ସରକାରଙ୍କ ଏହି ଆଗୁଆ ପଦକ୍ଷେପ ସ୍ୱାଗତଯୋଗ୍ୟ । ତେଣୁ ଆମେ ମଧ୍ୟ ପିଲାମାନଙ୍କୁ ଏହି ଆଧାରରେ ପାଠପଢ଼ାଇବାକୁ ପ୍ରସ୍ତୁତ ଅଛୁ,’’ କହିଛନ୍ତି ଶିକ୍ଷକମାନଙ୍କ ସଙ୍ଗଠନ ଓଷ୍ଟାର ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅମିତାଭ୍ ବଚ୍ଚନ ଓ ଜୟା ବଚ୍ଚନଙ୍କ ପ୍ରେମ କାହାଣୀର ସାକ୍ଷୀ ୧୦ଟି ଫଟୋ; ଦୀର୍ଘ ଦିନ ଡେଟିଂ କରିବା ପରେ ବାହା ହୋଇଥିଲେ
ଭୁବନେଶ୍ୱରରେ ରହୁଥିବା ଦଶମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ପ୍ରଧାନ କହିଛନ୍ତି, ‘‘ଗୋଟିଏ ବର୍ଷ ନଷ୍ଟ ହୋଇଗଲା । କିନ୍ତୁ ସବୁ ବର୍ଷଗୁଡ଼ିକୁ ଏମିତି ନଷ୍ଟ କରିହେବ ନାହିଁ । ଏହାର ବିକଳ୍ପ ବ୍ୟବସ୍ଥା ନିଶ୍ଚିତ କରିବାକୁ ହେବ । ଯାହା ହେଉ ଲାଇଭ୍ କ୍ଳାସ ହେଲେ ଆମକୁ ସୁବିଧା ହେବ । କିଛି ନ ହେଲେ ସିଲାବସ୍ ତ ଜାଣିବୁ । ଲାଇଭ୍ କ୍ଲାସ୍ ଆମ ପଢ଼ିବାରେ ସହାୟକ ହେବ ।’’
ଗତ ଶିକ୍ଷା ବର୍ଷରେ ମଧ୍ୟ ହ୍ବାଟ୍ସଆପ୍ ମାଧ୍ୟମରେ ପାଠ ପଢ଼ା ହୋଇଥିଲା, ମାତ୍ର ସେହି ସୁବିଧା କେବଳ ୨୨ ପ୍ରତିଶତ ପିଲାଙ୍କ ପାଖରେ ପହଞ୍ଚିଥିଲା । ଏଥିର ୟୁଟ୍ୟୁବ୍ ଲାଇଭ୍ ପାଠପଢ଼ା କେତେ ପ୍ରତିଶତ ପିଲାଙ୍କ ପାଖରେ ପହଞ୍ଚୁଛି ତାହା ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।